ତେଜସ୍ବୀଙ୍କୁ ଇସିଙ୍କ ନିର୍ଦେଶ; ୧୬ ସୁଦ୍ଧା ନକଲି ଭୋଟର କାର୍ଡ ଦାଖଲ କର

ନୂଆଦିଲ୍ଲୀ/ପାଟନା: ଚଳିତମାସ ୧୬ ସୁଦ୍ଧା ନକଲି ଭୋଟର ପରିଚୟ ପତ୍ର (ଏପିକ୍‌ କାର୍ଡ) ଦାଖଲ କରିବାକୁ ଶୁକ୍ରବାର ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ନିର୍ଦେଶ ଦେଇଛନ୍ତି। ନକଲି ଭୋଟର କାର୍ଡ ରଖିବା ଏବଂ ଏହାକୁ ବ୍ୟବହାର କରିବା ଅପରାଧ ବୋଲି ଇସିଙ୍କ ପକ୍ଷରୁ କୁହାଯାଇଛି। ଏହି ମର୍ମରେ ପାଟନା ସଦର ଏସଡିଏମ ତଥା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରଙ୍କ ତରଫରୁ ତେଜସ୍ବୀଙ୍କୁ ପତ୍ର ପଠାଯାଇଛି। ସୂଚନାଯୋଗ୍ୟ ନିକଟରେ ଇସିଙ୍କ ତରଫରୁ ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସମୀକ୍ଷା (ଏସଆଇଆର) କରାଯାଇଛି। ଏହାକୁ ସାର୍ବଜନୀନ କରାଯିବାପରେ ଅଗଷ୍ଟ ୨ରେ ତେଜସ୍ବୀ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ଏପିକ୍‌ ନମ୍ବର ଉକ୍ତ ତାଲିକାରୁ ବାଦ ପଡିଛି। ତେଜସ୍ବୀ ସେତେବେଳେ ନିଜ ମୋବାଇଲରେ ଏହି କାର୍ଡ ପ୍ରଦର୍ଶନ କରିଥିଲେ। ତେବେ ତେଜସ୍ବୀଙ୍କ ଏତାଦୃଶ ଅଭିଯୋଗକୁ ଇସି ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଥିଲେ ଯେ ତେଜସ୍ବୀଙ୍କୁ ସରକାରୀଭାବେ ଇସ୍ୟୁ କରାଯାଇଥିବା ଭୋଟର କାର୍ଡ ଏବଂ ସାମ୍ବାଦିକ ସମ୍ମିଳନୀରେ ସେ ପ୍ରଦର୍ଶନ କରିଥିବା କାର୍ଡ ପୃଥକ। ଇସିଙ୍କ ତରଫରୁ ଇସ୍ୟୁ କରାଯାଇଥିବା ବୈଧ ଭୋଟର କାର୍ଡ ପରିବର୍ତ୍ତେ ତେଜସ୍ବୀ ସେଦିନ ନକଲି ଭୋଟର କାର୍ଡ ପ୍ରଦର୍ଶନ କରିଥିଲେ। ଏଭଳି କାର୍ଡ ଇସ୍ୟୁ କରାଯାଇନଥିବାବେଳେ ତେଜସ୍ବୀ ଏହା କିପରି ଯୋଗାଡ କଲେ, ସେଥିନେଇ ଇସି ପ୍ରଶ୍ନ ଉଠାଇଛନ୍ତି।

  • Related Posts

    ୩ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନ(ହଳଦିଆ…

    ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

    ଇସ୍ଲାମାବାଦ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୬ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ