ତେଲଙ୍ଗାନାରେ ଗ୍ରୀଷ୍ମପ୍ରବାହ, ୧୬ ମୃତ

ହାଇଦରାବାଦ: ତେଲଙ୍ଗାନାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ସାତଟି ଜିଲାରେ ଏ ପର୍ୟ୍ୟନ୍ତ ୧୬ ଜଣ ପ୍ରାଣ ହରାଇ ସାରିଲେଣି। ରାଜସ୍ବ ମନ୍ତ୍ରୀ ପି.ଶ୍ରୀନିବାସ ଶନିବାର ଏହାକୁ ସ୍ବୀକାର କରିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ତଦନୁଯାୟୀ ଗ୍ରୀଷ୍ମପ୍ରବାହରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ରେଡ୍‌ ଆଲର୍ଟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଂଶୁଘାତରୁ ମୁକ୍ତି ପାଇବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।
ନିହାତି ଜରୁରୀ କାର୍ୟ୍ୟ ନଥିଲେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ବାହାରକୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଲୋକେ ଅଂଶୁଘାତରେ ଅଧିକ ପ୍ରଭାବିତ ହେଉଥିବା ଲକ୍ଷ୍ୟ କରାଯାଇଛି। ରାଜସ୍ବ ମନ୍ତ୍ରୀ ଇତିମଧ୍ୟରେ ସବୁ ଜିଲାପାଳଙ୍କ ସହ ଆଭାସି ମାଧ୍ୟମରେ ଅଂଶୁଘାତ ସ୍ଥିତିର ମୁକାବିଲା ପ୍ରସଙ୍ଗ ନେଇ ଆଲୋଚନା ମଧ୍ୟ କରିଛନ୍ତି।

  • Related Posts

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ

    ଏଣିକି ଆଉ ଡାକ୍ତର କରିପାରିବେନି ରିଲ୍ସ। ରୋଗୀଙ୍କୁ ବ୍ୟବହାର କରି ନିଜର ପ୍ରଚାର ପ୍ରସାର କରିପାରିବେନି ଡାକ୍ତର। ନିଜକୁ ‘ନମ୍ବର ୱାନ୍’ କିମ୍ବା ‘ବେଷ୍ଟ ଡାକ୍ତର’ କହି ରୋଗୀଙ୍କୁ କରିପାରିବେନି ଆକର୍ଷିତ। ରୋଗୀଙ୍କୁ ଆକୃଷ୍ଟ କରିବାକୁ AIରେ ତିଆରି ପ୍ରମୋସନାଲ୍ କଣ୍ଟେଣ୍ଟ,…

    Continue reading
    ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଦିଲ୍ଲୀରେ ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖ

    ଦିଲ୍ଲୀରେ ସ୍ଥିତି ସ୍ୱାଭାବିକ କରିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମେଟ୍ରୋ ସେବା, ଇଣ୍ଟରନେଟ୍ ଓ ଯାତାୟାତକୁ ସ୍ୱାଭାବିକ ରଖିବାକୁ କହିଛନ୍ତି କୋର୍ଟ । ଆଇନଶୃଙ୍ଖଳା କିମ୍ବା ଟ୍ରାଫିକ୍‌ ସମସ୍ୟା ନଥିଲେ ରାସ୍ତାରେ ଲାଗିଥିବା ବ୍ୟାରିକେଡ୍‌ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ