ଥମୁନି ବିବାଦ, ଧନୁଶଙ୍କୁ ଟାର୍ଗେଟ କଲେ ନୟନତାରା

ମୁହାଁମୁହିଁ ହୋଇଛନ୍ତି ଦୁଇ ସାଉଥ ସୁପରଷ୍ଟାର। ଉଭୟଙ୍କ ଭିତରେ ଲାଗିଛି ଶୀତଳଯୁଦ୍ଧ। ଧୁନଷ ଓ ନୟନତାରାଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମୁନି। ଉଭୟଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଦ।

ନିକଟରେ ଧନୁଷ ନୟନତାରାଙ୍କ ବିରୋଧରେ ଏକ ମାମଳା ଦାୟର କରିଥିଲେ। ଏବେ ନୟନତାରା ମଧ୍ୟ ତାଙ୍କ ନାଁ ନ ନେଇ ଧନୁଷ ଉପରେ ଟାର୍ଗେଟ୍‌ କରିଛନ୍ତି। ନିକଟରେ ନୟନତାରା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ନୟନତାରା କହିଛନ୍ତି, ‘ଯେତେବେଳେ ତୁମେ ମିଛରେ କାହାର ଜୀବନକୁ ନଷ୍ଟ କର, ଏହାକୁ ଋଣ ରୂପେ ଗ୍ରହଣ କର, ଏହା ସୁଧ ସହିତ ତୁମ ପାଖକୁ ଫେରି ଆସିବ। ଯଦି ଆପଣ କାହା ସହ ଭୁଲ୍‌ କରୁଛନ୍ତି, ତେବେ ଏହି ଭୁଲ୍‌ କାମ ଆପଣଙ୍କ ପାଖକୁ ସୁଧ ସହ ଭୋଗିବାକୁ ପଡିବ।’

ନିକଟରେ ନୟନତାରାଙ୍କ ଅପ୍‌କମିଂ ଫିଲ୍ମ ‘ନୟନମ ରାଉଡି ଧାନ’ର ଏକ କ୍ଲିପକୁ ବିରୋଧ କରିଥିଲେ ଧନୁଷ। ଏହାପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ନୟନତାରା ଏବଂ ଧନୁଷ କାମ କରିଥିଲେ। କିନ୍ତୁ ଏହି ଫିଲ୍ମର ସେଟରୁ ଏକ ବିଟିଏସ୍ ଭିଡିଓ ସୁଟ୍ କରାଯାଇଥିଲା। ଯାହାକୁ ନୟନତାରାଙ୍କ ନିକଟରେ ରିଲିଜ୍ ହୋଇଥିବା ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀରେ ବ୍ୟବହୃତ କରାଯାଇଥିଲା। ତେବେ ଏହି ଭିଡିଓ କ୍ଲିପ୍କୁ ବ୍ୟବହାର କରିବା ପୂର୍ବରୁ ନୟନତାରା ଅନୁମତି ମାଗିଥିଲେ, କିନ୍ତୁ ଧନୁଷ ଦେଇନଥିଲେ।

କିନ୍ତୁ ପରେ, ଯେତେବେଳେ ଏହି ୩ ସେକେଣ୍ଡ୍ କ୍ଲିପ୍ ଡକ୍ୟୁମେଣ୍ଟାରୀରେ ବ୍ୟବହୃତ ହେଇଥିଲା, ସେତେବେଳେ ଏହାକୁ ନେଇ ରାଗିଯାଇଥିଲେ ଧନୁଷ। ଏହାକୁ ନେଇ ନୟନତାରାଙ୍କୁ ଆଇନଗତ ନୋଟିସ୍ ପଠାଇଥିଲେ। ଏଥିସହ ଏକ ମକଦ୍ଦମା ମଧ୍ୟ ଦାୟର କରିଥିଲେ। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ଯଦି ସେମାନେ କ୍ଲିପ୍ ବ୍ୟବହାର କରନ୍ତି ତେବେ ସେ କ୍ଷତିପୂରଣ ହିସାବରେ ୧୦ କୋଟି ଟଙ୍କା ମାଗିବେ।

  • Related Posts

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ଭୁବନେଶ୍ୱର:ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । ୩ ବର୍ଷ…

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଭୁବନେଶ୍ୱର: ନିଲମ୍ବିତ ହେଲେ ନିହାର ରଂଜନ ମହାନ୍ତି । ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଲମ୍ବିତ କରିଛି । କ୍ରାଇମ୍ ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଏହି ବଡ଼ ପହକ୍ଷେପ ନେଇଛି ବିଭାଗ…

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଧାରଣାରେ ୫୫ ଆଦିବାସୀ ପରିବାର

    ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ

    ୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍