ଥମୁନି ବିବାଦ, ଧନୁଶଙ୍କୁ ଟାର୍ଗେଟ କଲେ ନୟନତାରା

ମୁହାଁମୁହିଁ ହୋଇଛନ୍ତି ଦୁଇ ସାଉଥ ସୁପରଷ୍ଟାର। ଉଭୟଙ୍କ ଭିତରେ ଲାଗିଛି ଶୀତଳଯୁଦ୍ଧ। ଧୁନଷ ଓ ନୟନତାରାଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମୁନି। ଉଭୟଙ୍କ ମଧ୍ୟରେ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଦ।

ନିକଟରେ ଧନୁଷ ନୟନତାରାଙ୍କ ବିରୋଧରେ ଏକ ମାମଳା ଦାୟର କରିଥିଲେ। ଏବେ ନୟନତାରା ମଧ୍ୟ ତାଙ୍କ ନାଁ ନ ନେଇ ଧନୁଷ ଉପରେ ଟାର୍ଗେଟ୍‌ କରିଛନ୍ତି। ନିକଟରେ ନୟନତାରା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ନୟନତାରା କହିଛନ୍ତି, ‘ଯେତେବେଳେ ତୁମେ ମିଛରେ କାହାର ଜୀବନକୁ ନଷ୍ଟ କର, ଏହାକୁ ଋଣ ରୂପେ ଗ୍ରହଣ କର, ଏହା ସୁଧ ସହିତ ତୁମ ପାଖକୁ ଫେରି ଆସିବ। ଯଦି ଆପଣ କାହା ସହ ଭୁଲ୍‌ କରୁଛନ୍ତି, ତେବେ ଏହି ଭୁଲ୍‌ କାମ ଆପଣଙ୍କ ପାଖକୁ ସୁଧ ସହ ଭୋଗିବାକୁ ପଡିବ।’

ନିକଟରେ ନୟନତାରାଙ୍କ ଅପ୍‌କମିଂ ଫିଲ୍ମ ‘ନୟନମ ରାଉଡି ଧାନ’ର ଏକ କ୍ଲିପକୁ ବିରୋଧ କରିଥିଲେ ଧନୁଷ। ଏହାପରେ ଏହି ବିବାଦ ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ନୟନତାରା ଏବଂ ଧନୁଷ କାମ କରିଥିଲେ। କିନ୍ତୁ ଏହି ଫିଲ୍ମର ସେଟରୁ ଏକ ବିଟିଏସ୍ ଭିଡିଓ ସୁଟ୍ କରାଯାଇଥିଲା। ଯାହାକୁ ନୟନତାରାଙ୍କ ନିକଟରେ ରିଲିଜ୍ ହୋଇଥିବା ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀରେ ବ୍ୟବହୃତ କରାଯାଇଥିଲା। ତେବେ ଏହି ଭିଡିଓ କ୍ଲିପ୍କୁ ବ୍ୟବହାର କରିବା ପୂର୍ବରୁ ନୟନତାରା ଅନୁମତି ମାଗିଥିଲେ, କିନ୍ତୁ ଧନୁଷ ଦେଇନଥିଲେ।

କିନ୍ତୁ ପରେ, ଯେତେବେଳେ ଏହି ୩ ସେକେଣ୍ଡ୍ କ୍ଲିପ୍ ଡକ୍ୟୁମେଣ୍ଟାରୀରେ ବ୍ୟବହୃତ ହେଇଥିଲା, ସେତେବେଳେ ଏହାକୁ ନେଇ ରାଗିଯାଇଥିଲେ ଧନୁଷ। ଏହାକୁ ନେଇ ନୟନତାରାଙ୍କୁ ଆଇନଗତ ନୋଟିସ୍ ପଠାଇଥିଲେ। ଏଥିସହ ଏକ ମକଦ୍ଦମା ମଧ୍ୟ ଦାୟର କରିଥିଲେ। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ଯଦି ସେମାନେ କ୍ଲିପ୍ ବ୍ୟବହାର କରନ୍ତି ତେବେ ସେ କ୍ଷତିପୂରଣ ହିସାବରେ ୧୦ କୋଟି ଟଙ୍କା ମାଗିବେ।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ