ଥାନାରେ ଯୁବକଙ୍କୁ ମାଡ଼, ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ । ନିର୍ୟାତନା ସହି ନପାରି ଯୁବକ ଜଣଙ୍କ ବିଷ ପିଇଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଯୁବକ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଣକା ପଞ୍ଚାୟତ ମହିପୁର ଗ୍ରାମର ମହେଶ୍ବର ମଲିକଙ୍କ ପୁଅ ରବୀନ୍ଦ୍ର ମଲିକ । ତେବେ ଏ ସମ୍ପର୍କରେ ପୋଲିସ ରବୀନ୍ଦ୍ରଙ୍କ ପରିବାର ଲୋକଙ୍କୁ ଅବଗତ କରିନଥିଲା । ମଙ୍ଗଳବାର ଏକଥା ଜଣାପଡିବା ପରେ ପୋଲିସ ତାଙ୍କ ପରିବାର ଲୋକଙ୍କୁ ନେଇ କଟକ ବଡ଼ ମେଡିକାଲ ଯାଇଥିବା ଜଣାପଡିଛି । ଗତ ୩ ଦିନ ତଳେ ଘଟିଥ‌ିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାଯୋଗ୍ୟ ଯେ, ଗତ ରବିବାର ମଧ୍ୟାହ୍ନରେ ମହେଶ୍ବରଙ୍କ ଘରକୁ ସେହି ଗ୍ରାମର ଜଣେ ମହିଳା ଟଙ୍କା ମାଗିବାକୁ ଯାଇଥିଲେ । ଏହି ସମୟରେ ପଡ଼ୋଶୀ ରମେଶ ମଲିକ ଓ ତାଙ୍କ ପୁଅ ବାଦଲ ସମେତ ଅନ୍ୟମାନେ ଆସି ମହେଶ୍ଵରଙ୍କୁ ମାଡ଼ ମାରିଥିଲେ । ମହେଶ୍ଵର ଭିନ୍ନ‌କ୍ଷମ ହୋଇଥିବାରୁ ରବୀନ୍ଦ୍ର ଏଥିରେ ରାଗିଯାଇ ମାରଣାସ୍ତ୍ର ଧରି ଆସିଥିବା ରମେଶ ଓ ବାଦଲଙ୍କ ଉପରେ ଗରମ ପେଜ ଢାଳି ଦେଇଥିଲେ । ଏହାକୁ ନେଇ ରମେଶ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ରବୀନ୍ଦ୍ର ମହିଳା ଜଣଙ୍କୁ ସାଥିରେ ଆଣି ଅପରାହ୍ନ ପ୍ରାୟ ୪ଟା ବେଳେ ଥାନାରେ ପାଲଟା ଅଭିଯୋଗ କରିଥିଲେ । ହେଲେ ପୋଲିସ ତାଙ୍କୁ ଅଟକ ରଥି ମହିଳାଙ୍କୁ ଛାଡ଼ି ଦେଇଥିଲା । ସେଦିନ ରାତିରେ ପୋଲିସ ତାଙ୍କୁ ନିସ୍ତୁକ ମାଡ଼ ମାରି ଆହତ କରିବା ପରେ ମାଡ ସହି ନପାରି ଥାନା ଭିତରେ ରବୀନ୍ଦ୍ର ବିଷ ପିଇଦେଇଥିବା ଅଭିଯୋଗ ହୋଇଛି । ହେଲେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ ଏ ସମ୍ପର୍କରେ ଥାନା ଅଧିକାରୀ ସମରଜିତ ନାୟକ କହିଛନ୍ତି, ରବିବାର ରାତିରେ ରବୀନ୍ଦ୍ର ହଠାତ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ମାଡ଼ ମରାଯାଇ ନାହିଁ କିମ୍ବା ସେ ବିଷ ପିଇନାହାନ୍ତି ।

  • Related Posts

    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading
    ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ

    ଭୁବନେଶ୍ୱର : ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ସୋମବାର ଖବର ସାମ୍ନାକୁ ଆସିଛି। ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ୨…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ