ଥାନାରେ ଯୁବକଙ୍କୁ ମାଡ଼, ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ । ନିର୍ୟାତନା ସହି ନପାରି ଯୁବକ ଜଣଙ୍କ ବିଷ ପିଇଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ପୃକ୍ତ ଯୁବକ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଣକା ପଞ୍ଚାୟତ ମହିପୁର ଗ୍ରାମର ମହେଶ୍ବର ମଲିକଙ୍କ ପୁଅ ରବୀନ୍ଦ୍ର ମଲିକ । ତେବେ ଏ ସମ୍ପର୍କରେ ପୋଲିସ ରବୀନ୍ଦ୍ରଙ୍କ ପରିବାର ଲୋକଙ୍କୁ ଅବଗତ କରିନଥିଲା । ମଙ୍ଗଳବାର ଏକଥା ଜଣାପଡିବା ପରେ ପୋଲିସ ତାଙ୍କ ପରିବାର ଲୋକଙ୍କୁ ନେଇ କଟକ ବଡ଼ ମେଡିକାଲ ଯାଇଥିବା ଜଣାପଡିଛି । ଗତ ୩ ଦିନ ତଳେ ଘଟିଥ‌ିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାଯୋଗ୍ୟ ଯେ, ଗତ ରବିବାର ମଧ୍ୟାହ୍ନରେ ମହେଶ୍ବରଙ୍କ ଘରକୁ ସେହି ଗ୍ରାମର ଜଣେ ମହିଳା ଟଙ୍କା ମାଗିବାକୁ ଯାଇଥିଲେ । ଏହି ସମୟରେ ପଡ଼ୋଶୀ ରମେଶ ମଲିକ ଓ ତାଙ୍କ ପୁଅ ବାଦଲ ସମେତ ଅନ୍ୟମାନେ ଆସି ମହେଶ୍ଵରଙ୍କୁ ମାଡ଼ ମାରିଥିଲେ । ମହେଶ୍ଵର ଭିନ୍ନ‌କ୍ଷମ ହୋଇଥିବାରୁ ରବୀନ୍ଦ୍ର ଏଥିରେ ରାଗିଯାଇ ମାରଣାସ୍ତ୍ର ଧରି ଆସିଥିବା ରମେଶ ଓ ବାଦଲଙ୍କ ଉପରେ ଗରମ ପେଜ ଢାଳି ଦେଇଥିଲେ । ଏହାକୁ ନେଇ ରମେଶ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ରବୀନ୍ଦ୍ର ମହିଳା ଜଣଙ୍କୁ ସାଥିରେ ଆଣି ଅପରାହ୍ନ ପ୍ରାୟ ୪ଟା ବେଳେ ଥାନାରେ ପାଲଟା ଅଭିଯୋଗ କରିଥିଲେ । ହେଲେ ପୋଲିସ ତାଙ୍କୁ ଅଟକ ରଥି ମହିଳାଙ୍କୁ ଛାଡ଼ି ଦେଇଥିଲା । ସେଦିନ ରାତିରେ ପୋଲିସ ତାଙ୍କୁ ନିସ୍ତୁକ ମାଡ଼ ମାରି ଆହତ କରିବା ପରେ ମାଡ ସହି ନପାରି ଥାନା ଭିତରେ ରବୀନ୍ଦ୍ର ବିଷ ପିଇଦେଇଥିବା ଅଭିଯୋଗ ହୋଇଛି । ହେଲେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ ଏ ସମ୍ପର୍କରେ ଥାନା ଅଧିକାରୀ ସମରଜିତ ନାୟକ କହିଛନ୍ତି, ରବିବାର ରାତିରେ ରବୀନ୍ଦ୍ର ହଠାତ ଅସୁସ୍ଥ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ମାଡ଼ ମରାଯାଇ ନାହିଁ କିମ୍ବା ସେ ବିଷ ପିଇନାହାନ୍ତି ।

  • Related Posts

    ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି। ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ। ଗତ ମାର୍ଚ୍ଚରେ…

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    ଭଦ୍ରକ: ଥମୁନି ବେଆଇନ୍‌ ଗୋରୁ ଚାଲାଣ । ଭଦ୍ରକରୁ ପୁଣି ଥରେ ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାନ୍ଦିଆ ବାଲୁଅ ଛକ ନିକଟରୁ ଏକ ଗାଡ଼ିକୁ ଜବତ କରାଯାଇଛି। ଖବର…

    Leave a Reply

    Your email address will not be published. Required fields are marked *

    You Missed

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଥାନାରେ ଯୁବକଙ୍କୁ ମାଡ଼, ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଥାନାରେ ଯୁବକଙ୍କୁ ମାଡ଼,  ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ