ଦଶରଥପୁରରେ ୭ ଦିନ ପାଇଁ ଦହିବରା ଓ ଫାଷ୍ଟଫୁଡ଼ ବିକ୍ରି ବନ୍ଦ

ଦଶରଥପୁର: ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ଼ ଖାଇ ଶତାଧିକ ଲୋକ ଆକ୍ରାନ୍ତ ହେବା ଘଟଣା ପରେ ଯାଜପୁର ପୌରପାଳିକା ପକ୍ଷରୁ ବଡ଼ ପଦକ୍ଷେପ । ପୌରାଞ୍ଚଳରେ ଦହିବରା ଦୋକାନୀ, ବୁଲା ବିକାଳି ଓ ଫାଷ୍ଟଫୁଡ଼ ସେଣ୍ଟର ଉପରେ ଚଢାଉ କରାଯାଇଛି । ଏଥିସହ ଆସନ୍ତା ୭ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ପୌରାଞ୍ଚଳ ଅନ୍ତର୍ଗତ କୁସୁମା, ମେଡିକାଲ ଛକ, ଯୋଡିକୁଅ ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଛି। ବିଭିନ୍ନ ଦୋକାନରୁ ଖାଦ୍ୟ ନମୁନା ସଂଗ୍ରହ ସହ ଖାଦ୍ୟର ମାନ ଯାଞ୍ଚ କରୁଛି ଯାଜପୁର ପୌର ପ୍ରଶାସନ। ଏଥିସହ ଫୁଟାପାଣି ପିଇବା ସହ ସ୍ୱଚ୍ଛତା ଉପରେ ଗୃରୁତ୍ବ ଦେବାକୁ ନିବେଦନ କରିଛି ଯାଜପୁର ପୌର ପ୍ରଶାସନ। ପ୍ରକାଶ ଥାଉକି, ଦଶରଥପୁର ବ୍ଲକର ଦହିବରା ଖାଇ ୭ଟି ଗ୍ରାମରୁ ଶହେରୁ ଅଧିକ ଆକ୍ରାନ୍ତ ହୋଇଥିଲେ।ସେ ଭିତରେ ୪୨ ଶିଶୁ ଥିବା ବେଳେ ୫୦ ଜଣ ବଡ଼ ଲୋକ ଅସୁସ୍ଥ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାକୁ ନେଇ ଦହିବରା ବେପାରୀକୁ ଦଶରଥପୁର ପୁଲିସ ଅଟକ ରଖିଥିଲା।

ତୁଳାଟିଆ ସାହିର ଦହିବରା ବ୍ୟବସାୟୀ ଗୁରୁଡ଼ା ସାହୁ ଗତ ଶୁକ୍ରବାର ସକାଳେ ଜୟନ୍ତରା ପଞ୍ଚାୟତର ପାଟପୁର, ଜୁନିନ୍ଦା, ବନ୍ଧସାହି, କଟିକଟା, ଚମ୍ପେଇପାଳ, କଳିଙ୍ଗପୁର ଗ୍ରାମରେ ବୁଲି ଦହିବରା ଆଳୁଦମ ବିକ୍ରି କରିଥିଲେ । ସନ୍ଧ୍ୟାରେ ଏହି ସବୁ ଗ୍ରାମରେ ଝାଡ଼ାବାନ୍ତି ଆରମ୍ଭ ହୋଇଯାଇଥିଲା । ରାତିପାହିଲା ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି ।

  • Related Posts

    ମେଟ୍ରୋ ବଦଳରେ ଗଡ଼ିବ ବସ

    ଭୁବନେଶ୍ବର: କଟକ-ଭୁବନେଶ୍ବରରେ ଚାଲିବ ମେଟ୍ରୋ । ଏ ସ୍ବପ୍ନ ଅନେକ ଦିନ ଆଗରୁ ଦେଖି ଆସୁଛନ୍ତି ଟ୍ବିନସିଟିବାସୀ । ଆଉ ପୂର୍ବ ସରକାର ସମୟରେ ଏଥିପାଇଁ କାମ ମଧ୍ୟ ଆରମ୍ଭ ହେଲା । ହେଲେ ଏବେ ଏହି ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା…

    Continue reading
    ମେଟ୍ରୋ ପ୍ରକଳ୍ପ ପାଇଁ କୌଣସି ପ୍ରସ୍ତାବ ନାହିଁ

    ଭୁବନେଶ୍ବର: କଟକ-ଭୁବନେଶ୍ବରରେ ଚାଲିବ ମେଟ୍ରୋ । ଏ ସ୍ବପ୍ନ ଅନେକ ଦିନ ଆଗରୁ ଦେଖି ଆସୁଛନ୍ତି ଟ୍ବିନସିଟିବାସୀ । ଆଉ ପୂର୍ବ ସରକାର ସମୟରେ ଏଥିପାଇଁ କାମ ମଧ୍ୟ ଆରମ୍ଭ ହେଲା । ହେଲେ ଏବେ ଏହି ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ