ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

ନୂଆଦିଲ୍ଲୀ,25/08: ଭାରତ ପାଇଁ ପ୍ରଥମ ନିଯୁକ୍ତି ସୁଯୋଗ ନେଇ ଆସୁଛି ଓପନ୍‌ ଏଆଇ। ବର୍ତ୍ତମାନ କମ୍ପାନିର ଭାରତରେ କେବଳ ଜଣେ କର୍ମଚାରୀ ଅଛନ୍ତି। ସିଏ ହେଉଛନ୍ତି ପ୍ରଜ୍ଞା ମିଶ୍ର। ଯିଏକି ଦେଶରେ ସାର୍ବଜନୀନ ନୀତି ଏବଂ ସହଭାଗୀତାର ନେତୃତ୍ୱ ନେଉଛନ୍ତି। କମ୍ପାନି ଏବେ ଭାରତରେ ତା’ର କାୟା ବିସ୍ତାର କରିବାର ଯୋଜନା କରି ସାରିଲାଣି। ଏବେ ଆହୁରି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ଓପନ୍‌ ଏଆଇ ତା’ର ପ୍ରଥମ ଅଫିସ୍‌ ଜାତୀୟ ରାଜଧାନୀ ଦିଲ୍ଲୀରଠାରେ ଖୋଲିବାର ଯୋଜନା ରହିଛି। ଯଦି ବାସ୍ତବରେ ଏଇ ବର୍ଷ ଅଫିସ୍‌ ଖୋଲେ, ତେବେ କମ୍ପାନିର ସିଇଓ ସାମ୍‌ ଅଲ୍‌ଟମାନ୍‌ ବର୍ଷକରୁ କମ୍‌ ସମୟ ମଧ୍ୟରେ ଦ୍ବିତୀୟ ଥର ପାଇଁ ଭାରତ ଗସ୍ତ କରିବେ। ଆପଣ ଜାଣନ୍ତି ନିଶ୍ଚୟ ଯେ ଓପନ୍‌ ଏଆଇ ହେଉଛି ଚାଟ୍‌ଜିପିିଟିର ମୂଳ ସଂସ୍ଥା। ଓପନଏଆଇର ଏହି ନିଯୁକ୍ତି ଭାରତରେ ଏଆଇ ଗ୍ରହଣ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରଣନୀତିକ ପଦକ୍ଷେପ । ଭାରତ ବର୍ତ୍ତମାନ ଚାଟଜିପିଟିର ଦ୍ୱିତୀୟ ବୃହତ୍ତମ ବଜାର, ଯେଉଁଠାରେ ଗତବର୍ଷ ସାପ୍ତାହିକ ସକ୍ରିୟ ଉପଭୋକ୍ତା ଚାରିଗୁଣ ବୃଦ୍ଧି ପାଇଛି । ଓପନ ଏଆଇ ସରକାର, ବ୍ୟବସାୟୀ, ଡେଭେଲପର ଏବଂ ଶିକ୍ଷାନୁଷ୍ଠାନ ସହିତ ସହଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।

  • Related Posts

    ଇ-ବସ୍‍ରେ ଓଡିଶା ପଞ୍ଚମ

    ଭୁବନେଶ୍ୱର : ପରିବେଶ ଅନୁକୂଳ ଇ-ବସ୍‍ କ୍ଷେତ୍ରରେ ଓଡିଶା ଦେଶରେ ପଞ୍ଚମ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାଯାଇଛି ।ଦେଶରେ ପରିବେଶ ଅନୁକୂଳ ଏହି ଇ-ବସ୍‍ ଚଳାଇବାପାଇଁ କେନ୍ଦ୍ର…

    Continue reading
    ନବମଶ୍ରେଣୀର ଛାତ୍ରୀ ହର୍ଷିତା ବିହନ ସଂଗ୍ରହ କରି ସୃ‌ଷ୍ଟି କରିଛନ୍ତି ନିଆରା ଉଦାହରଣ

    କୋରାପୁଟ, ୨୪/0୮: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ାର ଝିଅ ହର୍ଷିତା ଅନ୍ତର୍ଜାତୀୟସ୍ତରରେ ସଫଳତା ଅର୍ଜନ କରିଛନ୍ତି। ଜୟପୁରର ଏକ ଘରୋଇ ସ୍କୁଲ୍‌ରେ ନବମଶ୍ରେଣୀରେ ପଢୁଥିବା ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଦେଶୀ ବିହନ ସଂଗ୍ରହ କରି ସୃ‌ଷ୍ଟି କରିଛନ୍ତି ନିଆରା ଉଦାହରଣ। ଅାମେରିକାର ସାନ୍‌ଫ୍ରାନସିସ୍‌କୋସ୍ଥିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଦିଲ୍ଲୀରଠାରେ ଓପନ୍‌ ଏଆଇର ପ୍ରଥମ ଅଫିସ୍‌ ଖୋଲିବ

    ସ୍ବଦେଶୀ ସାମଗ୍ରୀ କିଣନ୍ତୁ ଓ ବିଦେଶୀ ସାମଗ୍ରୀ ବିକ୍ରି କରିବାରୁ ବିରତ ରୁହନ୍ତୁ : ପ୍ରଧାନମନ୍ତ୍ରୀ

    ଗମ୍ଭୀର ଅପରାଧର ଅଭିଯୁକ୍ତଙ୍କୁ ଦଳରେ ସାମିଲ କରି ମାମଲାର ସମାଧାନ କରୁଥିବା ମନ୍ତ୍ରୀ/ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦବୀ ଛାଡିବା ଉଚିତ କି?: ଅରବିନ୍ଦ କେଜରିୱାଲ

    ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କଲେ ମୀରାବାଈ ଚାନୁ

    ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ ରାସ୍ତା ଉପର ଦେଇ ନିର୍ମାଣ ହେବନି ସୁଉଚ୍ଚ ତୋରଣ କିମ୍ବା ଲାଇଟ ଗେଟ

    ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ