ଦିଲ୍ଲୀରେ ପ୍ରଦୂଷଣ ପାଇଁ ଟ୍ରାଫିକ ପୋଷ୍ଟ ଜଗୁ ନାହାନ୍ତି ପୋଲିସ

ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ଥିତିରେ ରହିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଅତି ନିମ୍ନ ସ୍ତରରେ ଥିବାରୁ ସହରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ ଚତୁର୍ଥ ଚରଣ (GRAP-4) ଜାରି କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ସମସ୍ତ ସୀମାରେ ଚେକ୍ ପୋଷ୍ଟ ନାହିଁ। ଯାହାକୁ ନେଇ ଦିଲ୍ଲୀ ପୁଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ।
ଜଷ୍ଟିସ ଏଏସ୍ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (CAQM) ଅଧିନିୟମ ଆଧାରରେ ଦିଲ୍ଲୀ ପୁଲିସ କମିଶନରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ବିଚାର କରାଯାଉଛି। କାରଣ ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଲା ପରେ ସହରରେ ୧୮ ନଭେମ୍ବରରୁ GRAP-4 ଜାରି କରାଯାଇଛି। ଏହାକୁ ସଠିକ ଭାବରେ ପାଳନ କରାଯାଉଛି କି ନାହିଁ, ତାହାର ତଦାରଖ କରିବା ପାଇଁ ସହରର ସମସ୍ତ ଚେକ୍ ପୋଷ୍ଟରେ ପୁଲିସ ଅଧିକାରୀଙ୍କୁ ନିଯୋଜିତ କରାଯିବା କଥା। ହେଲେ ଏପର୍ଯ୍ୟନ୍ତ କେବଳ ୨୩ଟି ଚେକ୍ ପଏଣ୍ଟରେ ପୁଲିସ ଅଧିକାରୀଙ୍କୁ ନିଯୋଜିତ କରାଯାଇଛି।
GRAP-4 ନିୟମ ଗୁଡ଼ିକ ସହରରେ ସଠିକ ଭାବେ ଲାଗୁ କରାଯାଇଛି କି ନାହିଁ, ତାହାର ତଦାରଖ କରିବାକୁ ବାର କାଉନ୍ସିଲର ୧୩ ଜଣ ସଦସ୍ୟଙ୍କୁ ଦାୟିତ୍ଵ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏହି ତଦାରଖ କମିଟି ସୋମବାର ଏହାର ରିପୋର୍ଟ କୋର୍ଟଙ୍କ ନିକଟରେ ଦାଖଲ କରିଥିଲେ। ଯେଉଁଥିରୁ ସହରର ସୀମାରେ କୌଣସି ଚେକପୋଷ୍ଟରେ ସଠିକ ଭାବେ କାର୍ଯ୍ୟ କରାଯାଉନାହିଁ ବୋଲି ଜଣାପଡ଼ିଥିବା ସୁପ୍ରିମକୋର୍ଟ ଦିଲ୍ଲୀ ସରକାରକୁ ଜଣାଇଛନ୍ତି। ଏପରିକି ଅଧିକାଂଶ ଚେକପୋଷ୍ଟରେ ପୁଲିସ ଅଧିକାରୀ ନିୟୋଜିତ ହୋଇନଥିବା ଏବଂ ଏଗୁଡ଼ିକ ଦିଲ୍ଲୀ ମହାନଗର ନିଗମ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେଉଥିବା କୋର୍ଟ କହିଛନ୍ତି।

Related Posts

ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

ଢାକା ବାଂଲାଦେଶରେ ଶେଖ ହାସିନାଙ୍କ ଶାସନର ପତନର ଗୋଟିଏ ବର୍ଷ ପୂରଣ ଅଗଷ୍ଟ ୮ରେ ହେବାକୁ ଯାଉଛି। ଏହି ଅବସରରେ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ଅଭିଭାଷଣରେ, ସେ ଘୋଷଣା କରିଛନ୍ତି ଯେ, ଦେଶର…

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

Leave a Reply

Your email address will not be published. Required fields are marked *

You Missed

ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍