
ଭୁବନେଶ୍ବର: ପୁରୀ ବଳଙ୍ଗା ପୀଡିତାଙ୍କୁ ଦିଲ୍ଲୀ AIIMS ଏୟାରଲିଫ୍ଟ କରାଯାଇଛି । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି । ପୀଡିତା ନାବାଳିକାଙ୍କ ସହ ତାଙ୍କ ପରିବାର ଲୋକ ମଧ୍ୟ ଦିଲ୍ଲୀ ଯାଇଛନ୍ତି । ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବିଜୁ ପଟ୍ଟନାୟକ ବିମାନବନ୍ଦର ନିଆଯାଇଥିଲା । ପୀଡିତାଙ୍କ ପାଇଁ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ କରିଡର କରାଯାଇଥିଲା । ଆମ୍ବୁଲାନ୍ସ 12 ମିନିଟରେ ଏମ୍ସ ଭୁବନେଶ୍ୱରରୁ ବିମାନ ବନ୍ଦରରେ ପହଞ୍ଚିଥିଲା ।ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ଘଟିଥିବା ବେଳେ ଏବେ ମଧ୍ୟ ସେ ଗୁରୁତର ରହିଛନ୍ତି । ଏୟାରଲିଫ୍ଟକୁ ନେଇ ପରିବାର ଲୋକଙ୍କ ସହ ଆଲୋଚନା କରାଯାଇଥିଲା । ସେଥିରେ ସମସ୍ତେ ରାଜି ହୋଇଥିଲେ । ଏୟାରଲିଫ୍ଟକୁ ନେଇ ଦିଲ୍ଲୀ ଏମ୍ସରୁ ଡାକ୍ତର ଟିମ ଆସିଥିଲେ । ଏୟାରଲିଫ୍ଟ ବେଳେ ପରିବାର ମଧ୍ୟ ଦିଲ୍ଲୀ ଯାଉଛନ୍ତି । ପୀଡିତା ଅର୍ଥାତ ରୋଗୀର ରକ୍ତଚାପ କମ ରହିଥିଲା । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର AIIMSରୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି ।ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡକ୍ଟର) ଆଶୁତୋଷ ବିଶ୍ୱାସ କହିଥିଲେ, “ପୀଡିତାଙ୍କ ଅବସ୍ଥା ସ୍ଥିର ଅଛି । ଆମେ ରୋଗୀଙ୍କୁ ଦିଲ୍ଲୀ ଏମ୍ସକୁ ମଧ୍ୟ ସ୍ଥାନାନ୍ତର କରିପାରିବୁ ଏବଂ ଆମେ ସ୍ଥାନାନ୍ତର ପାଇଁ ଯୋଜନା କରୁଛୁ । କିଛି ଘଣ୍ଟା ମଧ୍ୟରେ ତାଙ୍କୁ ସ୍ଥାନାନ୍ତର କରାଯିବ । ରୋଗୀଙ୍କୁ ସ୍ଥାନାନ୍ତର କରିବା ସୁରକ୍ଷିତ । ତାଙ୍କୁ ଏକ ସ୍ୱତନ୍ତ୍ର ଚାର୍ଟର୍ଡ ବିମାନ ଦ୍ୱାରା ସ୍ଥାନାନ୍ତର କରାଯିବ । ରୋଗୀ ସେଠାକୁ ଯିବେ । ଏ ବିଷୟରେ ପୂର୍ବରୁ ଏମ୍ସ ଦିଲ୍ଲୀକୁ ସୂଚନା ଦିଆଯାଇଛି ।”




