ଦୁଇଦିନିଆ କେନ୍ଦ୍ରାପଡ଼ା ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଦୁଇଦିନିଆ କେନ୍ଦ୍ରାପଡ଼ା ଉତ୍ସବର ଆଜି ଉଦ୍‌ଯାପନିରେ ସମାରୋହ ଉତ୍ସବରେ ଆଜି ୨ଟି ପର୍ଯ୍ୟାୟରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା। ‌‘କେନ୍ଦ୍ରାପଡ଼ାରେ ପର୍ଯ୍ୟଟନର ସୁଯୋଗ ଓ ସମ୍ଭାବନା’ ଶୀର୍ଷକ ଆଲୋଚନାରେ ସମ୍ମାନିତ ଅତିଥିଭାବେ ଯୋଗ‌ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ କହିଲେ,‌ ପର୍ଯ୍ୟଟନ ଓ କୃଷିକୁ ନେଇ ଜିଲ୍ଲାର ଅର୍ଥନୀତିକୁ ଗତିଶୀଳ କରାଇବାକୁ ପଡ଼ିବ। ଜିଲ୍ଲାରେ ପରିବେଶ ପ୍ରତିବନ୍ଧକ ଥିବାରୁ ଭିତରକନିକାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ‘ଭିତରକନିକା ଉନ୍ନୟନ କର୍ତ୍ତୃପକ୍ଷ’ ଗଠନ ନିମନ୍ତେ ସେ ପ୍ରସ୍ତାବ ଦେଇଥିଲେ। ବରିଷ୍ଠ ସମ୍ବାଦିକ ଶ୍ରୀରାମ ଦାଶ, ଅମ୍ବିକା ନନ୍ଦ ଓ ମନୋଜ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଷଦର ସମ୍ପାଦକ ଚୈଧୁରୀ ଅମିତାଭ ଦାସ ଏହାକୁ ସଞ୍ଚାଳନ କରିଥିଲେ। ଦ୍ୱିତୀୟ ଅଧିବେଶନର ଶୀର୍ଷକ ଥିଲା ‘କେନ୍ଦ୍ରାପଡ଼ାର କୃଷି କ୍ଷେତ୍ର‌ରେ ବିକାଶ’। ଏଥିରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଶେଶ୍ବର ବେହେରା ଯୋଗଦେଇ କୃଷି, ଜଳସେଚନ, ଜଳ ନିଷ୍କାସନ କ୍ଷେତ୍ରରେ ଦୀର୍ଘମିଆଦି ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବ ଦେଇଥିଲେ। ଆଲୋଚକ ଭାବେ ନଟବର ଖୁଣ୍ଟିଆ, ଶଶିକଳା ବେଉରା, ରବୀନ୍ଦ୍ର ପାଇକରାୟ, ପ୍ରଦୀପ କୁମାର ମହାନ୍ତି ଯୋଗଦେଇଥି‌ଲେ। ଏହାକୁ ଅନୁଷ୍ଠାନର ଉପଦେଷ୍ଟା ସରୋଜ କୁମାର ମହାନ୍ତି ସଂଚାଳନା କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ାର ତିନି ବରପୁତ୍ର ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଗୀତିକାର ବୃନ୍ଦାବନ ଜେନା, କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ କାଳଜୟୀ ଗୀତକୁ ନେଇ ସଙ୍ଗୀତ ଆସର ଆୟୋଜିତ ହୋଇଥିଲା।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ