ଦୁଇଦିନିଆ କେନ୍ଦ୍ରାପଡ଼ା ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଦୁଇଦିନିଆ କେନ୍ଦ୍ରାପଡ଼ା ଉତ୍ସବର ଆଜି ଉଦ୍‌ଯାପନିରେ ସମାରୋହ ଉତ୍ସବରେ ଆଜି ୨ଟି ପର୍ଯ୍ୟାୟରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା। ‌‘କେନ୍ଦ୍ରାପଡ଼ାରେ ପର୍ଯ୍ୟଟନର ସୁଯୋଗ ଓ ସମ୍ଭାବନା’ ଶୀର୍ଷକ ଆଲୋଚନାରେ ସମ୍ମାନିତ ଅତିଥିଭାବେ ଯୋଗ‌ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ କହିଲେ,‌ ପର୍ଯ୍ୟଟନ ଓ କୃଷିକୁ ନେଇ ଜିଲ୍ଲାର ଅର୍ଥନୀତିକୁ ଗତିଶୀଳ କରାଇବାକୁ ପଡ଼ିବ। ଜିଲ୍ଲାରେ ପରିବେଶ ପ୍ରତିବନ୍ଧକ ଥିବାରୁ ଭିତରକନିକାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ‘ଭିତରକନିକା ଉନ୍ନୟନ କର୍ତ୍ତୃପକ୍ଷ’ ଗଠନ ନିମନ୍ତେ ସେ ପ୍ରସ୍ତାବ ଦେଇଥିଲେ। ବରିଷ୍ଠ ସମ୍ବାଦିକ ଶ୍ରୀରାମ ଦାଶ, ଅମ୍ବିକା ନନ୍ଦ ଓ ମନୋଜ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରିଷଦର ସମ୍ପାଦକ ଚୈଧୁରୀ ଅମିତାଭ ଦାସ ଏହାକୁ ସଞ୍ଚାଳନ କରିଥିଲେ। ଦ୍ୱିତୀୟ ଅଧିବେଶନର ଶୀର୍ଷକ ଥିଲା ‘କେନ୍ଦ୍ରାପଡ଼ାର କୃଷି କ୍ଷେତ୍ର‌ରେ ବିକାଶ’। ଏଥିରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଶେଶ୍ବର ବେହେରା ଯୋଗଦେଇ କୃଷି, ଜଳସେଚନ, ଜଳ ନିଷ୍କାସନ କ୍ଷେତ୍ରରେ ଦୀର୍ଘମିଆଦି ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବ ଦେଇଥିଲେ। ଆଲୋଚକ ଭାବେ ନଟବର ଖୁଣ୍ଟିଆ, ଶଶିକଳା ବେଉରା, ରବୀନ୍ଦ୍ର ପାଇକରାୟ, ପ୍ରଦୀପ କୁମାର ମହାନ୍ତି ଯୋଗଦେଇଥି‌ଲେ। ଏହାକୁ ଅନୁଷ୍ଠାନର ଉପଦେଷ୍ଟା ସରୋଜ କୁମାର ମହାନ୍ତି ସଂଚାଳନା କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ାର ତିନି ବରପୁତ୍ର ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଗୀତିକାର ବୃନ୍ଦାବନ ଜେନା, କଣ୍ଠଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ କାଳଜୟୀ ଗୀତକୁ ନେଇ ସଙ୍ଗୀତ ଆସର ଆୟୋଜିତ ହୋଇଥିଲା।

  • Related Posts

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ଭୁବନେଶ୍ୱର,୧୨।୮: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ସାଧାରଣ ଜନତା ଯେପରି ସୁରକ୍ଷିତ ଅନୁଭବ କରିବେ, ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର…

    Continue reading
    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ଭୁବନେଶ୍ୱର-୧୨/୦୮: ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ନବୀକରଣୀୟ ଶକ୍ତି ଉତ୍ପାଦନ ଏବଂ ସଂରକ୍ଷଣ, ବିଶେଷକରି ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ଉପରେ ଏକ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଷ୍ଟ୍ରିଟ୍ ଲାଇଟ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପଦବୀ ପୂରଣ ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ବୋର୍ଡ

    ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ବ୍ୟାଟେରି ଶକ୍ତି ସଂରକ୍ଷଣ ବିପ୍ଳବ ଆଣିବ – ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

    ତଟରେଖା ଠାରୁ ଆକାଶରେଖା ପର୍ଯ୍ୟନ୍ତ ଓଡ଼ିଶା ସାମୁଦ୍ରିକ ବୋର୍ଡ ଏକ ଅସୀମ ସାମୁଦ୍ରିକ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଛି

    ନିର୍ଦ୍ଧାରିତ ସମୟ ମଧ୍ୟରେ ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଣ ପାଇଁ ଉତ୍ତରଦାୟୀ ହେବେ ଅଧିକାରୀ ମନ୍ତ୍ରୀ

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ