ନୂଆଦିଲ୍ଲୀ,24/11: ଦୃଷ୍ଟିବାଧିତ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛନ୍ତି । ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ୱକପ ପ୍ରଥମ ସଂସ୍କରରେ ଭାରତ ଚମ୍ପିଆନ ହୋଇଛି । ରବିବାର କଲମ୍ବୋରେ ଖେଳା ଯାଇଥିବା ଫାଇନାଲରେ ଭାରତ ୭ୱିକେଟରେ ନେପାଳକୁ ପରାସ୍ତ କରି ବିଜୟୀ ହୋଇଛି । ଭାରତୀୟ ମହିଳା ଦଳର ଏଭଳି ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟି-୨୦ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କରିବା ପାଇଁ ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ । ସିରିଜରେ ସେମାନେ ଅପରାଜିତ ରହିବା ଅଧିକ ପ୍ରଶଂସନୀୟ । ଏହା ପ୍ରକୃତରେ ଏକ ଐତିହାସିକ କ୍ରୀଡା ସଫଳତା, କଠିନ ପରିଶ୍ରମ, ଦଳଗତ କାର୍ଯ୍ୟ ଏବଂ ଦୃଢ ନିଷ୍ଠାର ଏକ ଉଜ୍ଜ୍ୱଳ ଉଦାହରଣ । ପ୍ରତ୍ୟେକ ଖେଳାଳି ଜଣେ ଜଣେ ଚମ୍ପିଆନ୍ । ଦଳକୁ ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭକାମନା । ଏହି ସଫଳତା ଆଗାମୀ ପିଢିକୁ ପ୍ରେରଣା ଦେବ ।
ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ
ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…




