ଦେବଗଡରେ ଛାତ୍ରଛାତ୍ରୀଙ୍କ ସହ ସ୍ବାଧିନତା ଦିବସ ପାଳିଲେ ସାଂସଦ

ବିଭିନ୍ନ ପ୍ରକଳ୍ପ ବୁଲିକି ଦେଖିଲେ
ଦେବଗଡ଼:ସାଂସଦ ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଝରବାହାଳ ଏସଏସଡି ହାଇସ୍କୁଲ ପରିସରରେ ସ୍ୱାଧୀନତା ଦିବସ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ଜାତୀୟ ପତାକା ତ୍ରିରଙ୍ଗାକୁ ଭାରତର ଏକତା,ବିବିଧତା ଏବଂ ଗର୍ବର ଜୀବନ୍ତ ପ୍ରତୀକ ଭାବେ ଅଭିହିତ କରିଥିଲେ ଶ୍ରୀ ପ୍ରଧାନ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ସହ ସେ ଭାବବିନିମୟ କରିଥିଲେ।ଗ୍ରାମାଞ୍ଚଳ ଓ ଆଦିବାସୀ ମାଟିରୁ ବାହାରୁଥିବା ଏହି କୋମଳମତି ପ୍ରତିଭାମାନେ ହିଁ କାଲିର ନୂତନ ଭାରତର ଭିତ୍ତିଭୂମି।ସେମାନଙ୍କ ଆଖିରେ ଥିବା ଉଚ୍ଚ ଆକାଂକ୍ଷା,ସ୍ୱପ୍ନ ଓ ସାହସ ସତରେ ପ୍ରେରଣାଦାୟୀ। କେବଳ ଚାକିରି ଖୋଜିବା ନୁହେଁ, ବରଂ ନିଜେ ସମର୍ଥ ହୋଇ ଅନ୍ୟମାନଙ୍କୁ ନିଯୁକ୍ତି ଦେବାର ଯେଉଁ ସଂକଳ୍ପ ସେମାନଙ୍କ ମନରେ ରହିଛି, ତାହା ଶିକ୍ଷାର ପ୍ରକୃତ ବିକାଶକୁ ଦର୍ଶାଉଛି।ଜନଜାତି ଶିକ୍ଷାର ବିକାଶ ଓ ଏହି ଶିଶୁମାନଙ୍କ ସାଙ୍ଗଠନିକ ସଶକ୍ତୀକରଣ ହିଁ ଆମର ପ୍ରାଥମିକତା ବ‌ୋଲି ସାଂସଦ ଶ୍ରୀ ପ୍ରଧାନ କହିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ ଆହ୍ୱାନ ବିଷୟରେ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ୨୦୪୭କୁ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପୂରଣ କରିବ । ତେଣୁ ଆଗାମୀ ୧୫ରୁ୨୦ ବର୍ଷ ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ।ବିକଶିତ ଭାରତ ପାଇଁ ଓଡ଼ିଶାକୁ ବିକଶିତ କରିବାକୁ ପଡ଼ିବ। ଏହି କୋମଳମତି ଛାତ୍ରଛାତ୍ରୀମାନେ ହିଁ ଆଗାମୀ ଦିନରେ ସମୃଦ୍ଧ ଦେବଗଡ଼, ବିକଶିତ ଓଡ଼ିଶା ଓ ସଶକ୍ତ ଭାରତ ଗଠନର ଆଗଧାଡ଼ିର ନେତୃତ୍ୱ ନେବେ ବୋଲି ସେ କହିଥିଲେ।ଏହା ପୂର୍ବରୁ ବାରକୋଟ ଝରବାହାଳରେ ଆୟୋଜିତ ‘ତ୍ରିରଙ୍ଗା ଯାତ୍ରା’ରେ ଶ୍ରୀ ପ୍ରଧାନ ସାମିଲ ହୋଇଥିଲେ।ଦେବଗଡ଼ରେ ‘ବିର୍ସା ମୁଣ୍ଡା ଏବଂ ଭାରତୀୟ ସମ୍ବିଧାନର ପ୍ରଣେତା ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ବାରକୋଟ୍ ବ୍ଲକ୍ ଗୋଳାବନ୍ଧ କେଟେଇସାହି ସ୍ଥିତ ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ସାଂସଦ ଶ୍ରୀ ପ୍ରଧାନ ପରିଦର୍ଶନ କରିବା ସହ ସେଠାରେ ପଢୁଥିବା ଶିଶୁଙ୍କୁ ଭେଟିବା ସହ ସେମାନଙ୍କର ଅଭିଭାବକ ଏବଂ ଅଙ୍ଗନୱାଡ଼ି କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।ପରେ ସିଆରିହୁଳି ଗ୍ରାମର ‘ପିଏମ୍ ଜନମନ୍’ ଯୋଜନାର ହିତାଧିକାରୀ ସୁକୁଟୁ ପ୍ରଧାନଙ୍କ ତ୍ସୀ ବୁଦ୍ଧେଇ ପ୍ରଧାନଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଏହାପରେ ଗୁରୁସଙ୍ଗ ଗ୍ରାମରେ ଥିବା ବାଉଁଶ ଶିଳ୍ପ ତାଲିମ ନେଉଥିବା ମିଶନ ଶକ୍ତି ଏସଏଚଜିର ମହିଳାମାନଙ୍କ ସହ ଆଲୋଚନା କରିବା ସହ ନିଜର ହାତକାମ ଓ ହସ୍ତଶିଳ୍ପ ଦକ୍ଷତା ମାଧ୍ୟମରେ ଆମର ମା’ ଭଉଣୀମାନେ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହୋଇପାରିଛନ୍ତି।ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ସୁନ୍ଦର ବାଉଁଶ ସାମଗ୍ରୀଗୁଡ଼ିକୁ ବୃହତ୍ ବଜାର ସହ ଯୋଡ଼ିବା,ଉଚିତ୍ ମୂଲ୍ୟ ଦେବା ଏବଂ ‘ଲକ୍ଷପତି ଦିଦି’ ସୃଷ୍ଟି କରି ସେମାନଙ୍କ ଆର୍ଥିକ ଉନ୍ନତିକୁ ଆହୁରି ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ଗୋପାଳପାଲି ଗ୍ରାମରେ ଥିବା ଯୁବ ଉଦ୍ୟୋଗୀ ସତ୍ୟବ୍ରତ ଜିତ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ଟ୍ରାନ୍ସଫର୍ମର ଉତ୍ପାଦନ ୟୁନିଟ୍ ‘ସାଇ ଇଲେକ୍ଟ୍ରୋଟେକ୍’ ଏବଂ ‘ପ୍ରତୀକ୍ଷା ଡାଏରୀ’ ପରିଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ,ଜିଲ୍ଲାପରିଷଦ ମୁଖ୍ୟଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ର‌ାଜେନ୍ଦ୍ର ମିଞ୍ଜ, ପୂର୍ବ ବିଧ‌ାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପିଏ ଆଇଟିଡିଏ ସଧ୍ୟା ମାଝି,ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର ପୁହାଣ, ବାରକୋଟ ବ୍ଲକ ବିଡିଓ ସୂର୍ଯ୍ୟକାନ୍ତ ବରିହା, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ ଉପସ୍ଥିତ ଥିଲେ।

  • Related Posts

    ଗାନ୍ଧିମାର୍ଗରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା

    ପୁଣି ରାଜରାସ୍ତାରେ ଗର୍ଜିଲେ ଗୁରୁ। ୪ ଦଫା ଦାବି ନେଇ ଗାନ୍ଧି ମାର୍ଗରେ ଗର୍ଜନ। ବାଧା ଦେଉଥିଲା ବର୍ଷା, ହକ୍ ପାଇଁ ଲଢୁଥିଲେ ଶିକ୍ଷକ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ୨୦…

    Continue reading
    ବର୍ଷା: ମୟୂରଭଞ୍ଜ-ବାଲେଶ୍ୱର-କେନ୍ଦ୍ରାପଡ଼ାକୁ ରେଡ୍‌ ଆଲର୍ଟ

    ବଙ୍ଗୋପସାଗରରେ ଅବପାତ। ଆଜି ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଡିପ୍ରେସନ୍ ଏବେ ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି। ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଡ଼କୁ ଅଗ୍ରସର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ