
ଦେବଗଡ଼:ଆଉ ୨ଦିନ ପରେ ଅର୍ଥାତ ୧୪ ତାରିଖ ଦିନ ଦେବଗଡ଼ର ପ୍ରସିଦ୍ଧ ଗଣପର୍ବ ଗଣେଶ ପୂଜା ଆରମ୍ଭ ହେବ।ଚଳିତ ବର୍ଷ ଜିଲ୍ଲାର ଗଣପର୍ବ ଗଣେଶପୂଜା ପାଇଁ ସହର ଚଳଚଂଚଳ ହୋଇପଡିବାବେଳେ ସହ ଆଲୋକମାଳାରେ ସୁସଜ୍ଜିତ ହେଲାଣି। ସେଥିପାଇଁ ଚଳିତ ବର୍ଷ ଆୟୋଜକ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ କରାଯାଇଛି।ବାମଣ୍ଡାଗଡଜାତ ତଥା ବର୍ତ୍ତମାନ ଦେବଗଡ ଜିଲ୍ଲାରେ ଆୟୋଜିତ ହୋଇଆସୁଛି ଗଣେଶ ପୂଜା।ଜାତି,ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତାର ସୁତ୍ରରେ ବାନ୍ଧି ହୋଇ ପାଳି ଆସୁଛନ୍ତି ଏହି ଗଣେଶ ପୂଜାକୁ। ଚଳିତ ବର୍ଷ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୀନାବଜାର , ଟିକେଟ ସୋ ଫ୍ରି ସୋ ଅପେରା, ପ୍ରତିଦିନ ସନ୍ଧ୍ୟାରେ କୀର୍ତ୍ତନ ଓ ଭଜନ ସନ୍ଧ୍ୟା ସାଙ୍ଗକୁ ମେଲୋଡି ତଥା ବିଭିନ୍ନ କାର୍ଯ୍ୟକ୍ରମର ମଜାଉଠାଇପାରିବେ ଦର୍ଶକ। ଏହାସହିତ ରଙ୍ଗବେରଙ୍ଗ ଆଲୋକମାଳରେ ଝଲସିବ ସହର। ଦେବଗଡ଼ ଗଣେଶ ପୂଜା ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣ କରିବା ପାଇଁ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲି ଥିବା ଆୟୋଜକ କମିଟୀ ପକ୍ଷରୁ ସୂଚନା ଦିଆଯାଇଛି।








