ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଜ ଗ୍ରାମର ମୌଳିକ ସମସ୍ୟାର ସମାଧାନ ତଥା ବିଦ୍ୟୁତ୍ ସଂଯୋଗ ଦାବିରେ ପ୍ରତିବାଦ କରିଛନ୍ତି କପ୍ତିପଦା ବ୍ଲକ୍ର ୫୫ ଆଦିବାସୀ ପରିବାର। ପ୍ରଶାସନ ତଥା ସରକାରଙ୍କ ବିରୋଧରେ ରାସ୍ତା ଉପରେ ନାରାବାଜି କରିଛନ୍ତି ଏହି ଆଦିବାସୀ ପରିବାର। ବହୁବର୍ଷ ହେଲା ଦାବି କରୁଥିଲେ।
ସୂଚନାଯୋଗ୍ୟ କପ୍ତିପଦା ବ୍ଲକ୍ ପଦ୍ମପୋଖରୀ ପଞ୍ଚାୟତ ଧନାସାହିର ଏହି ୫୫ ପରିବାରଙ୍କ ପାଖରେ କୌଣସି ମୌଳିକ ସୁବିଧା ପହଞ୍ଚିପାରୁନି। ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ, ବିଜୁଳି ସଂଯୋଗ ବି ନାହିଁ। ଏପରିକି ଲୋକେ ମୋବାଇଲ୍ ଚାର୍ଜ କରିବାକୁ କପ୍ତିପଦା ବଜାରକୁ ଆସୁଛନ୍ତି। ଏଥିପାଇଁ ଦୈନିକ ୨୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ପାଣି ପାଇଁ ଖରାଦିନେ ଡହଳବିକଳ ହେଉଛନ୍ତି। ଏସବୁ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଛି। ହେଲେ ପ୍ରଶାସନ କିମ୍ବା ସରକାର ଏହାର ସମାଧାନ କରୁନାହାନ୍ତି। ତେଣୁ ଆଜି ସକାଳୁ ସମସ୍ତ ୫୫ ପରିବାରର ଲୋକ ବସ୍ଭଡ଼ା କରି ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ହକ୍ ପାଇଁ ଦାବି କରିଥିଲେ। ୨୪ ଘଣ୍ଟା ଭିତରେ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ଏବଂ ଅନ୍ୟାନ୍ୟ ସମସ୍ୟାର ତ୍ବରିତ ସମାଧାନ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀମାନେ ଘରକୁ ଫେରିଥିଲେ।
ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର:ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । ୩ ବର୍ଷ…