ଧୋନିଙ୍କୁ ବି ପଛରେ ପକାଇଲେ ଜାଡେଜା

ଟେଷ୍ଟ କ୍ରିକେଟରେ ଭାରତର ନୂଆ ଉପ ଅଧିନାୟକ ରବୀନ୍ଦ୍ର ଜାଡେଜା ନିଜର ଜଲୱା ଦେଖାଇଛନ୍ତି। ଅମହମଦାବାଦରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଜେଡେଜାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଶତକ। ଭାରତୀୟ ଇନିଂସର ୧୨୬ତମ ଓଭରର ତୃତୀୟ ବଲରେ ସେ ୧ ରନ ନେଇ ନିଜ ଟେଷ୍ଟ କ୍ୟାରିୟରରେ ଆଉ ଏକ ଶତକ ହାସଲ କରିଛନ୍ତି। ଏହା ଟେଷ୍ଟରେ ଜାଡେଜାଙ୍କ ୬ଷ୍ଠ ଶତକ। ଏହି ଶତକୀୟ ଇନିଂସରେ ସେ ୬ଟି ଚୌକା ଓ ୫ଟି ବିଶାଳ ଛକା ମାରିଛନ୍ତି। ଶତକ ହାସଲ ପରେ ନିଜର ପାରମ୍ପରିକ ଖଣ୍ଡା ବୁଲାଇବା ଷ୍ଟାଇଲରେ ଏହାକୁ ସେ ସେଲିବ୍ରେଟ କରିଛନ୍ତି। ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ଜାଡେଜା ୧୦୯ ରନ କରି ଅପରାଜିତ ରହିଛନ୍ତି। ତେଣୁ ଶନିବାର ମଧ୍ୟ ତାଙ୍କ ଠାରୁ ଅଧିକ କିଛି ରନ ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ।
ତେବେ ଆଜି ଶତକ ହାସଲ କରିବା ପରେ ଜାଡେଜା ନିଜକୁ ବିରଳ ରେକର୍ଡ କ୍ଲବରେ ସାମିଲ କରିପାରିଛନ୍ତି। ସେ ବିଶ୍ୱର ୬ଷ୍ଠ କ୍ରିକେଟର ଭାବେ ଟେଷ୍ଟ କ୍ରିକେଟରେ ୬ କିମ୍ବା ତା’ ଠାରୁ ଅଧିକ ଶତକ ଓ ୩୦୦ ୱିକେଟ ନେବାର ବିରଳ ସଫଳତା ହାସଲ କରିପାରିଛନ୍ତି। ଏହି ରେକର୍ଡ କ୍ଲବରେ ପୂର୍ବରୁ ଇଂଲଣ୍ଡର ଇଆନ ବୋଥାମ, ଭାରତର କପିଲ ଦେବ, ରବି ଅଶ୍ୱିନ, ପାକିସ୍ତାନର ଇମ୍ରାନ ଖାନ ଓ ନ୍ୟୁଜିଲ୍ୟାଣ୍ଡର ଡାନେଲ ଭେଟୋରି ରହିଥିଲେ। ଏବେ ଜାଡେଜା ଏହି କ୍ଲବରେ ସାମିଲ ହୋଇଛନ୍ତି।
ଅନ୍ୟପକ୍ଷରେ ଜାଡେଜା ତୃତୀୟ ଭାରତୀୟ ଭାବେ ଆଉ ଏକ ନିଆର ସଫଳତା ସାଉଁଟିଛନ୍ତି। ସେ କପିଲ ଦେବ ଓ ଅଶ୍ୱିନଙ୍କ ପରେ ଟେଷ୍ଟ କ୍ରିକେଟରେ ୬ଟି ଶତକ ସହ ୬ ଥର ୫ ୱିକେଟ ନେବାର କୀର୍ତ୍ତିମାନ ହାସଲ କରିଛନ୍ତି।

କପିଲ ଦେବ ୧୩୧ଟି ଟେଷ୍ଟ ମ୍ୟାଚ୍‌ରେ ୮ଟି ଶତକ ଓ ୨୩ଥର ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଥିଲେ। ସେହିପରି ଅଶ୍ୱିନ ୧୦୬ଟି ଟେଷ୍ଟରେ ୬ଟି ଶତକ ଓ ୩୭ ଥର ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଛନ୍ତି। ଜାଡେଜା ଏଯାଏ ୮୬ଟି ଟେଷ୍ଟରେ ୬ଟି ଶତକ ଓ ୧୫ଥର ୫ରୁ ଅଧିକ ୱିକେଟ ନେବାର ରେକର୍ଡ କରିସାରିଲେଣି।
୧୦୯ ରନର ଅପରାଜିତ ଇନିଂସ ଖେଳିଥିବା ଜାଡେଜା ୬ଟି ଚୌକା ଓ ୫ଟି ଛକା ମାରିଛନ୍ତି। ଏଥିସହ ସେ ୫ମ ୱିକେଟ ପାଇଁ ଧ୍ରୁବ ଜୁରେଲ(୧୨୫)ଙ୍କ ସହ ମିଶି ୨୦୬ ରନ ଯୋଡ଼ିଛନ୍ତି। ଆଜି ଜାଡେଜା ୫ଟି ଛକା ମାରି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଅତିକ୍ରମ କରିଯାଇଛନ୍ତି।ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଛକା ମାରିବା ତାଲିକାରେ ଜାଡେଜା ଏବେ ୪ର୍ଥରେ ପହଞ୍ଚି ଯାଇଛନ୍ତି। ଧୋନି ୯୦ଟି ଟେଷ୍ଟରେ ୭୮ଟି ଛକା ମାରିଥିବା ବେଳେ ଜାଡେଜାଙ୍କ ଛକା ସଂଖ୍ୟା ୮୦ରେ ପହଞ୍ଚି ଯାଇଛି।

ତାଲିକାର ୧ନଂ ସ୍ଥାନରେ ବୀରେନ୍ଦ୍ର ସେହୱାଗ ରହିଛନ୍ତି। ସେ ୧୦୩ଟି ଟେଷ୍ଟରେ ମୋଟ ୯୦ଟି ଛକା ମାରିଛନ୍ତି। ତାଙ୍କ ପଛକୁ ୪୭ଟି ମ୍ୟାଚ୍‌ରେ ସମାନ ୯୦ ଛକା ମାରି ଋଷଭ ପନ୍ତ ଓ ନିକଟରେ ଅବସର ନେଇଥିବା ରୋହି ଶର୍ମା ୬୭ଟି ମ୍ୟାଚ୍‌ରେ ୮୮ଟି ଛକା ମାରିଛନ୍ତି।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ