ଶୁବମନ ଗିଲ ନୂଆ ଦିନିକିଆ ଅଧିନାୟକ

ଟେଷ୍ଟ ପରେ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ଯୁବ ବ୍ୟାଟର ଶୁବମନ ଗିଲ। ‌ଅକ୍ଟୋବର ୧୯ରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ଆରମ୍ଭ ହେବ ଗିଲଙ୍କ ଯୁଗ। ପୂର୍ବରୁ ଭାରତୀୟ ଦିନିକିଆ ଟିମର ଅଧିନାୟକ ଭାବେ କାର୍ଯ୍ୟ କରୁଥିଲେ ରୋହିତ ଶର୍ମା।ହେଲେ ତାଙ୍କୁ ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ୍ସି ପଦରୁ ହଟାଇ ଦିଆଯାଇଛି। ତାଙ୍କ ବଦଳରେ ଗିଲଙ୍କୁ ଦିନିକିଆ ଦଳର କମାଣ ଧରାଇ ଦିଆଯାଇଛି। ୨୦୨୭ ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଗିଲଙ୍କୁ ଏବେ ଠାରୁ କ୍ୟାପ୍ଟେନ ଦାୟିତ୍ୱ ହସ୍ତାନ୍ତର କରିଛି ବିସିସିଆଇ।

ଆଜି ବିସିସିଆଇ ପକ୍ଷରୁ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଦିନିକିଆ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସ୍କ୍ୱାଡରେ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ଦୁଇ ଭେଟରାନ କ୍ରିକେଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି।
ରୋହିତ ସ୍କ୍ୱାଡରେ ରହିବାକୁ ଥିଲେ ହେଁ ଆଉ ଅଧିନାୟକ ଭୂମିକାରେ ରହିବେ ନାହିଁ। ସେ ଜଣେ ସାଧାରଣ ବ୍ୟାଟର ଭାବେ ଖେଳିବେ। ରୋହିତ ଓ ବିରାଟଙ୍କୁ ଶେଷଥର ଆଇପିଏଲରେ ଦେଖିବବାକୁ ମିଳିଥିଲା। ସେହିପରି ଭାରତ ପାଇଁ ଉଭୟ ଶେଷଥର ଚାମ୍ପିୟନ୍ସ ଟ୍ରଫିରେ ନଜର ଆସିଥିଲେ। ଦୀର୍ଘ ସମୟର ବ୍ୟବଧାନ ପରେ ଉଭୟଙ୍କୁ ସିଧା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦେଖିବାକୁ ମିଳିବ ।

୨୬ ବର୍ଷୀୟ ଗିଲଙ୍କ ନେତୃତ୍ୱରେ ଉଭୟ ରୋହିତ ଓ ବିରାଟ ଦିନିକିଆ କ୍ରିକେଟ ଖେଳିବେ। ଗିଲଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ଅର୍ଥାଆତ ମେ’କ୍ ମାସରେ ଟେଷ୍ଟ ଟିମର ଅଧିନାୟକ କରାଯାଇଥିଲା। ନିକଟରେ ସେ ଭାରତର ନୂଆ ଟି-୨୦ ଉପ ଅଧିନାୟକ ଭାବେ ଦାୟିତ୍ୱ ପାଇଥିଲେ। ଏବେ ତାଙ୍କୁ ଦିନିକିଆ କ୍ରିକେଟର ଅଧିନାୟକ କରାଯାଇଛି।

ରୋହିତ ଶର୍ମା ୨୦୨୧ ଡିସେମ୍ବର ମାସରୁ ଭାରତୀୟ ଦିନିକିଆ ଟିମର ଅଧିନାୟକ ଭାବେ କାର୍ଯ୍ୟ କରୁଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ