ନଇଁଲା ପାକିସ୍ତାନ, ୧୫ ଫେବ୍ରୁଆରୀରେ ହେବ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ମ୍ୟାଚ୍‌କୁ ନେଇ ଚାଲିଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଦୀର୍ଘ ଦିନର ଡେଡ୍‌ଲକ୍‌ ପରେ ପାକିସ୍ତାନ ସରକାର ନିଜ କ୍ରିକେଟ ବୋର୍ଡ (PCB) କୁ ଭାରତ ବିପକ୍ଷରେ ଖେଳିବା ପାଇଁ ଅନୁମତି ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋଠାରେ ଏହି ମହାଲଢ଼େଇ ଦେଖିବାକୁ ମିଳିବ।

ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କିଛି ଦିନ ହେବ ଏହି ମ୍ୟାଚ୍ ବର୍ଜନ କରିବାକୁ ଧମକ ଦିଆଯାଉଥିଲା। ବିଶେଷ କରି ବାଂଲାଦେଶ ସହ ରହିଥିବା ବିବାଦ ଓ ଆଇସିସି (ICC) ପାଖରେ ରଖିଥିବା କିଛି ଦାବି ପୂରଣ ନହେବାରୁ ପାକିସ୍ତାନ ଏଭଳି ଜିଦ୍ ଧରିଥିଲା। ପିସିବି ଅଧ୍ୟକ୍ଷ ମୋହସିନ ନାକଭି ଏନେଇ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ସହ ବିସ୍ତୃତ ଆଲୋଚନା କରିବା ପରେ, ସରକାର ଶେଷରେ ଦଳକୁ ପଡ଼ିଆକୁ ଓହ୍ଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଲାହୋରରେ ଅନୁଷ୍ଠିତ ଆଇସିସି ବୈଠକରେ ପାକିସ୍ତାନ ନିଜର ଅନେକ ଦାବି ରଖିଥିଲା। ସେଥିରେ ଭାରତ ସହ ଦ୍ୱିପାକ୍ଷିକ ସିରିଜ୍, ତ୍ରିରାଷ୍ଟ୍ରୀୟ ସିରିଜ୍ ଏବଂ ଅଧିକ ରାଜସ୍ୱ ଭଳି ସର୍ତ୍ତ ରହିଥିଲା। ମାତ୍ର ଆଇସିସି ଏହି ସବୁ ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଥିଲା। କୌଣସି ଉପାୟ ନପାଇ ଏବଂ ଆଇସିସିର କଠୋର ଆଭିମୁଖ୍ୟ ଦେଖି ପାକିସ୍ତାନ ନିଜ ଜିଦ୍‌ରୁ ଓହରିବାକୁ ବାଧ୍ୟ ହୋଇଛି।

ଏହି ପୂରା ବିବାଦର କେନ୍ଦ୍ରବିନ୍ଦୁ ଥିଲା ବାଂଲାଦେଶ। ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତ ଗସ୍ତ କରିବାକୁ ମନା କରିବାରୁ ତାଙ୍କ ସ୍ଥାନରେ ସ୍କଟଲ୍ୟାଣ୍ଡକୁ ସାମିଲ କରାଯାଇଛି। ତେବେ ବାଂଲାଦେଶ ଉପରେ କୌଣସି ଆର୍ଥିକ କିମ୍ବା କ୍ରୀଡ଼ାଗତ ଜରିମାନା ଲଗାଯିବ ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି। ଏହାସହ ୨୦୨୮ରୁ ୨୦୩୧ ମଧ୍ୟରେ ବାଂଲାଦେଶ ଏକ ଆଇସିସି ଇଭେଣ୍ଟ ହୋଷ୍ଟ କରିବାର ସୁଯୋଗ ମଧ୍ୟ ପାଇବ।
ଭାରତ-ପାକିସ୍ତାନ ମ୍ୟାଚ୍ କେବଳ ଏକ ଖେଳ ନୁହେଁ, ବରଂ ଏହା ସହିତ କୋଟି କୋଟି ଟଙ୍କାର ରାଜସ୍ୱ ଓ ପ୍ରସାରଣ ଅଧିକାର ଜଡ଼ିତ। ଯଦି ପାକିସ୍ତାନ ଏହି ମ୍ୟାଚ୍ ଖେଳିନଥାନ୍ତା, ତେବେ ଆଇସିସି ସହ ଅନ୍ୟ ସଦସ୍ୟ ଦେଶମାନେ ମଧ୍ୟ ବଡ଼ ଆର୍ଥିକ କ୍ଷତି ସହିଥାନ୍ତେ। ବର୍ତ୍ତମାନ ପାକିସ୍ତାନର ସମ୍ମତି ପରେ ପୂରା ବିଶ୍ୱର କ୍ରିକେଟ ପ୍ରେମୀ ଏହି ରୋମାଞ୍ଚକର ମୁକାବିଲାକୁ ଚାହିଁ ରହିଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ