ନନ୍ଦନକାନନରେ ବାଘ ଶାବକର ମୃତ୍ୟୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ମୌସୁମୀର ଅଢେଇ ମାସର ଅଣ୍ଡିରା ଧଳା ଶାବକର ମୃତ୍ୟୁ । ଗତ ଜୁନ୍ ୭ ତାରିଖରେ ଜନ୍ମ ହୋଇଥିବା ବେଳେ ୧୧ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲା । ପ୍ରାଣୀ ଚିକିତ୍ସକଙ୍କ ଅଧିନରେ ଚିକିତ୍ସିତ ହେଉଥିଲା । ଗତ ଶନିବାର ସକାଳେ ତାର ହଠାତ ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର୍ ନାରାୟଣ ସୂଚନା ଦେଇଛନ୍ତି । ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୮କୁ ଖସିଆସିଛି ।

ପ୍ରାଣୀ ଉଦ୍ୟାନର ୨୮ନଂ ଫିଡ଼ିଂ ଚ୍ୟାମ୍ୱରରେ ରହୁଥିବା ୯ ବର୍ଷିଆ ଧଳା ବାଘୁଣୀ ମୌସୁମୀ ଗତ ଜୁନ୍ ୭ ତାରିଖ ରାତିରେ ଦୁଇ ଘଣ୍ଟା ଅନ୍ତରରେ ଦୁଇଟି ଶାବକ ଜନ୍ମ ଦେଇଥିଲା । ଖୁଆଡରେ ଲାଗିଥିବା ସିସିଟିଭି ମାଧ୍ୟମରେ ତା ଉପରେ ନଜର ରଖାଯାଇଥିଲା । ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀରପାନ କରୁଥିବା ଦେଖିବାକୁ ମିଳିଥିଲା । ଜୁନ୍ ୧୧ ତାରିଖ ଅପରାହ୍ନ ୧ଟା୩୦ମିନିଟ୍ ସୁଦ୍ଧା ଧଳା ଛୁଆଟି ଅସୁସ୍ଥ ଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା । ବାଘୁଣୀ ଦୁଇ ଶାବକକୁ ପାଖରେ ପୂରାଇ ଦେଇ ନଥିଲା । ତେଣୁ ଦୁଇ ଶାବକକୁ ବଞ୍ଚାଇବା ପାଇଁ କର୍ତ୍ତୃପକ୍ଷ ସନ୍ଧ୍ୟା ୭ଟାରେ ମା’ ଠାରୁ ଦୁଇ ଶାବକଙ୍କୁ ଅଲଗା କରି ଶିଶୁ ଲାଳନ ପାଳନ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । ଧଳା ଅଣ୍ଡିରା ବାଘ ଶାବକ ଓଜନ କମ୍ ଥିବାବେଳେ ଗୁରୁତର ହୋଇଯାଇଥିଲା । ତେଣୁ ତାକୁ ଇନକ୍ୟୁବେଟରରେ ରଖାଯାଇ ତା ଉପରେ ନଜର ରଖାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାର ଗତ ଶନିବାର ସକାଳୁ ହଠାତ ମୃତ୍ୟୁ ହୋଇଛି ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ