
ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୦(କ) ଖୁଆଡ଼ରେ ରହୁଥିବା ମାଈ ସିମ୍ପାଞ୍ଜି ‘ରାଖି’ ଏକ ଶାବକ ଜନ୍ମ ଦେଇ ଏହି ଖୁସିକୁ ଦ୍ୱିଗୁଣିତ କରିଛି ।୧୯୯୪ ମେ ୧୬ ତାରିଖରେ ସିଙ୍ଗାପୁର ଚିଡ଼ିଆଖାନରୁ ଆସିଥିବା ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ ସହିତ ନନ୍ଦନକାନନରେ ୨୦୧୧ ଅଗଷ୍ଟ ୧୨ ତାରିଖରେ ଜନ୍ମିତ ମାଈ ସିମ୍ପାଞ୍ଜି ‘ରାଖି’ର ମିଳନ ଆଜକୁ ୨୧୮ ଦିନ ତଳେ ହୋଇଥିଲା । ଫଳରେ ଗତକାଲି ‘ରାଖି’ ଶାବକ ଜନ୍ମ ଦେଇଛି । ଏହି ଶାବକକୁ ମିଶାଇ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ସେଥିମଧ୍ୟରେ ୨ଟି ଅଣ୍ଡିରା (ଜୁଲୁ ଓ ରାଜା), ୫ଟି ମାଈ (ପମ୍ପେଟା, ପୂର୍ଣ୍ଣିମା, ରାକ୍ଷୀ, ଦୁର୍ଗା, ଲକ୍ଷ୍ମୀ) ଓ ଆଜି ଜନ୍ମିତ ଶାବକ (ଲିଙ୍ଗ ନିରୂପଣ ହୋଇନି) ଅଛନ୍ତି । ଶାବକଟି ଅଣ୍ଡିରା ହୋଇଥିବ ବୋଲି କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି । ୨୦୧୧ ଅଗଷ୍ଟ ୧୨ରେ ‘ଜୁଲୁ’ ଓ ‘ପୂର୍ଣ୍ଣିମା’ ଔରସରୁ ‘ରାଖି’ ଜନ୍ମ ହୋଇଥିଲା । ରାଖି ପ୍ରଥମେ ୨୦୨୧ ଡିସେମ୍ବର ୨୮ରେ ‘କୁଇନ୍’କୁ ଜନ୍ମ ଦେଇଥିଲା । ତେବେ ୨୦୨୨ ଅଗଷ୍ଟ ୨୨ରେ ୮ମାସ ବୟସରେ ଅସୁସ୍ଥତା ହେତୁ ‘କୁଇନ’ର ମୃତ୍ୟୁ ହୋଇଥିଲା ।




