କୋରାପୁଟ, ୨୪/0୮: କୋରାପୁଟ ଜିଲ୍ଲାର ବୈପାରିଗୁଡ଼ାର ଝିଅ ହର୍ଷିତା ଅନ୍ତର୍ଜାତୀୟସ୍ତରରେ ସଫଳତା ଅର୍ଜନ କରିଛନ୍ତି। ଜୟପୁରର ଏକ ଘରୋଇ ସ୍କୁଲ୍ରେ ନବମଶ୍ରେଣୀରେ ପଢୁଥିବା ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଦେଶୀ ବିହନ ସଂଗ୍ରହ କରି ସୃଷ୍ଟି କରିଛନ୍ତି ନିଆରା ଉଦାହରଣ। ଅାମେରିକାର ସାନ୍ଫ୍ରାନସିସ୍କୋସ୍ଥିତ ପରିବେଶ ସୁରକ୍ଷା ଅନୁଷ୍ଠାନ ‘ଆକ୍ସନ୍ ଫର୍ ନେଚର୍’ ପକ୍ଷରୁ ଅଗଷ୍ଟ ୧୧ରେ ‘ୟଙ୍ଗ୍ ଇକୋ-ହିରୋ’ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି। ୪୩ଟି ଦେଶର ୪୫୭ ଜଣ ପ୍ରତିଯୋଗୀଙ୍କ କାର୍ଯ୍ୟଧାରାର ଅନୁଧ୍ୟାନ କରିବା ପରେ ଅନୁଷ୍ଠାନ ୧୪ ବର୍ଷରୁ କମ୍ ବୟସ ବର୍ଗରେ ହର୍ଷିତାଙ୍କୁ ଦ୍ବିତୀୟ ପୁରସ୍କାର ଦେଇଛି। ପୁରସ୍କାର ବାବଦକୁ ତାଙ୍କୁ ୪୦୦ ଆମେରିକୀୟ ଡଲାର୍ ଓ ମାନପତ୍ର ବି ମିଳିଛି। ଜୈବ ବିବିଧତା ବଜାୟ ରଖିବା ସହ ପାରମ୍ପରିକ ଦେଶୀ ବିହନ ସଂରକ୍ଷଣ ଓ ବିସ୍ମୃତ ଖାଦ୍ୟ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ହର୍ଷିତାଙ୍କୁ ଏହି ସ୍ବୀକୃତି ମିଳିଛି। ପଦ୍ମଶ୍ରୀ କମଳା ପୂଜାରୀ ଦେଶୀ ବିହନର ସଂରକ୍ଷଣ ଆରମ୍ଭ କରିଥିଲେ। ସେ ୧୦୦ ପ୍ରକାରର ଦେଶୀ ପ୍ରଜାତିର ଧାନ ବିହନ ସଂରକ୍ଷଣ କରିବା ସହ ନିଜେ ସେଥିରେ ଚାଷ କଲେ। ଏହା ମୋତେ ଖୁବ ପ୍ରଭାବିତ କଲା। ମୁଁ ତାଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦେଶୀ ବିହନ ବ୍ୟାଙ୍କ୍ ପ୍ରତିଷ୍ଠା ପାଇଁ କାର୍ଯ୍ୟ ଆରମ୍ଭ କଲି। ବର୍ତ୍ତମାନ ମୋ ଦେଶୀ ବିହନ ବ୍ୟାଙ୍କ୍ରେ ୧୮୦ ପ୍ରକାରର ଧାନ, ୬୦ ପ୍ରଜାତିର ମାଣ୍ଡିଆ ଓ ୬ ପ୍ରକାରର ସୁଆଁ ସଂଗୃହୀତ ହୋଇଛି। ଆହୁରି ଅନେକ କିସମର ଦେଶୀ ବିହନ ସଂଗ୍ରହ ମୁଁ ଜାରି ରଖିଛି। ଏଥିସହିତ ସ୍ଥାନୀୟ ଦେଶୀ ବାଇଗଣ, ବିଲାତି ଓ ଶିମ୍ବ ମଞ୍ଜି ସଂଗ୍ରହ କରୁଛି। ଲୋପ ପାଇଯାଉଥିବା କେତେକ ସ୍ଥାନୀୟ ବିହନକୁ ମଧ୍ୟ ମୁଁ ସଂରକ୍ଷିତ ରଖିଛି।’’ ହର୍ଷିତା କେବଳ ବିହନ ସଂଗ୍ରହରେ ନିଜକୁ ସୀମିତ କରିନାହାନ୍ତି। ବିହନ ଭଣ୍ଡାରକୁ ମଧ୍ୟ ବର୍ଷକୁ ବର୍ଷ ବଢ଼ାଇ ଚାଲିଛନ୍ତି। ସେ ଚାଷୀମାନଙ୍କୁ ପ୍ରତିବର୍ଷ ୨ କିଲୋ ବିହନ ମାଗଣାରେ ଦେଉଛନ୍ତି ଓ ଫସଲ ବାହାରିବା ପରେ ସେମାନଙ୍କ ଠାରୁ ୪ କିଲୋ ନେଉଛନ୍ତି। ଚଳିତବର୍ଷ ସେ ୧୮୬ ଜଣ ଚାଷୀଙ୍କୁ ବିହନ ପ୍ରଦାନ କରିଛନ୍ତି। ୨୦୨୩ରେ ୨୦ଜଣ ଚାଷୀ ଓ ୨୦୨୪ରେ ୬୦ ଜଣ ଚାଷୀ ତାଙ୍କ ବିହନ ବ୍ୟାଙ୍କ୍ ଦ୍ୱାରା ଉପକୃତ ହୋଇଛନ୍ତି। ହର୍ଷିତା ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି ବୋଲି କହନ୍ତି ତାଙ୍କ ବାପା ହରେକୃଷ୍ଣ ମହାନ୍ତି। ୨୦୦୩ର ଜାତୀୟ ଯୁବ ପୁରସ୍କାର ବିଜେତା ଶ୍ରୀ ମହାନ୍ତି ପୁଣି କହନ୍ତି, ‘‘ଆକ୍ସନ୍ ଫର୍ ନେଚର୍ ପକ୍ଷରୁ ପ୍ରତିବର୍ଷ ପୁରସ୍କାର ଲାଗି ଆବେଦନ ଆହ୍ବାନ କରାଯାଇଥାଏ। ଚଳିତବର୍ଷ ହର୍ଷିତାଙ୍କ ସମେତ ୪୫୭ ଜଣ ଆବେଦନ କରିଥିଲେ। ଏହାପରେ ସଂସ୍ଥା ୪୦ ଜଣଙ୍କୁ ମନୋନୀତ କରିଥିଲା। ଏମାନଙ୍କ ଭିତରେ ସ୍ଥାନ ପାଇବା ପରେ ହର୍ଷିତାଙ୍କୁ ପ୍ରାୟ ୧ ଘଣ୍ଟା ଧରି ବିଚାରକମଣ୍ଡଳୀ ତାଙ୍କ କାର୍ଯ୍ୟ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନୋତ୍ତର ସନ୍ତୋଷଜନକ ହେବା ପରେ ତାଙ୍କୁ ପୁରସ୍କାର ଲାଗି ଚୟନ କରାଯାଇଥିଲା।’’
ଜିମ୍ ନ ଯାଇ ରୁହନ୍ତୁ ଫିଟ୍
ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…




