‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍, ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

ଭୁବନେଶ୍ୱର: ‘ନବୀନ ନିବାସ’ ସାମ୍ନାରେ ହଟିବ ବ୍ୟାରିକେଡ୍! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ହୋଇଛି ପୂର୍ତ୍ତ ବିଭାଗ। ରାଜଧାନୀ ଭୁବନେଶ୍ୱରର ଓଲ୍ଡ ଏୟାରପୋର୍ଟ ରୋଡ୍ ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍ କୁ ନେଇ ଏବେ ବଡ଼ ପ୍ରଶାସନିକ ଏବଂ ଆଇନଗତ ବିବାଦ ସୃଷ୍ଟି ହୋଇଛି।
ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍ କରି ଯାତାୟାତରେ ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଛି। କମିଶନରେଟ୍ ପୋଲିସ ଓ ଡିସିପି ଟ୍ରାଫିକଙ୍କ ମତାମତ ମଗାଯାଇଛି।
ସୁରକ୍ଷା ବ୍ୟାରିକେଡ୍ ହଟାଇବା ସହିତ ସୁରକ୍ଷା ଦୃଷ୍ଟିରୁ ଅନ୍ୟ କୌଣସି ଷ୍ଟ୍ରକଚରର ଆବଶ୍ୟକତା ଅଛି ନା ନାହିଁ, ତାହା ଜଣାଇବାକୁ କୁହାଯାଇଛି। ଏୟାରପୋର୍ଟ ଯିବାକୁ ରାସ୍ତାରୁ ପୁନାମା ଗେଟ୍ ପର୍ୟ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ତିଆରି କରାଯାଇଥିଲା ଗେଟ୍।

  • Related Posts

    ସିବିଆଇ ଜାଲରେକେନ୍ଦ୍ରୀୟ ଜିଏସଟି ଅଧିକାରୀ

    ଭୁବନେଶ୍ୱର: ସିବିଆଇ ଜାଲରେ ପଡ଼ିଛନ୍ତି ଜଣେ କେନ୍ଦ୍ରୀୟ ଜିଏସଟି (CGST) ଅଧିକାରୀ। ଲାଞ୍ଚ ନେଉଥିବା ବେଳେ CGST ସୁପରିଟେଣ୍ଡେଣ୍ଟ ଓମ୍ ପ୍ରକାଶ ନାୟକଙ୍କୁ ମାଡ଼ି ବସିଛି CBI ଟିମ୍। ଜଣେ ବ୍ୟକ୍ତିଙ୍କ ୧୬ ଲକ୍ଷ ଟଙ୍କାର ଜିଏସଟି ରିଫଣ୍ଡ କରାଇଦେବା ବାହାନାରେ…

    Continue reading
    ଭୋଜି ଖାଇ ଝାଡାବାନ୍ତି; ୮୦ ଆକ୍ରାନ୍ତ

    ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ବର୍ତ୍ତିଆ ଗାଁରେ ବାହା ଭୋଜି ଖାଇ ୮୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ପାଇଁ ପାଟଣାଗଡ ରେଫର ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଦୁଇ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ