ନବୀନ ବାବୁ ଟିକେଟ ବାଣ୍ଟିଥିଲେ…..

ଭୁବନେଶ୍ୱର:ବିଜେଡି ଛାଡ଼ିବା ପରେ ସୁନନ୍ଦା ଦାସ ବିସ୍ଫୋରକ ବୟାନ ରଖିଛନ୍ତି । ନେତାଙ୍କୁ ଅଣଦେଖାରୁ  ବିଜେଡି ହାରିଲା ବୋଲି ସେ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା । ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ । ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ମୁଁ ସେତେବେଳେ କହିଥିଲି ।  ପ୍ରଭୁ ଜଗନ୍ନାଥ ଠିକ ବିଚାର କରିଛନ୍ତି, ଦେଖା କରି ଧନ୍ୟବାଦ ଜଣାଇଛି । ମନମୁଖୀ ଶାସନ ପାଇଁ ବିଜେଡିର ଆଜି ଏପରି ଅବସ୍ଥା ହୋଇଛି ବୋଲି ସୁନନ୍ଦା ଦାସ କହିଛନ୍ତି ।
ଅନ୍ୟପକ୍ଷରେ ତତକାଳୀନ ବିଜେଡି ସାଂଗଠନିକ ସମ୍ପାଦକଙ୍କ ନାମ ନନେଇ ସୁନନ୍ଦା ବର୍ଷିଛନ୍ତି । ‘ ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରୀ ଭୁସିବା ଲୋକ ନୁହେଁ ବୋଲି କହୁଥିଲେ । ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ରହିଥିଲା । ଟିକେଟ ଦେବା ଲୋକ ମୁଁ ଓ ଟେକେଟ କାଟିବା ଲୋକ ମୁଁ ବୋଲି କହିଥିଲେ । ଦେବାଶିଷ ନାୟକଙ୍କୁ ହଟାଇବା ପାଇଁ ମୋତେ ଡାକି ମିଶାଇଥିଲେ । ୨୦୧୯ରେ ନିର୍ବାଚନ ଜିତବା ପରେ  ବରୀବାସୀଙ୍କ ପାଇଁ କାମ କରୁଥିଲି । ରାତିରେ ମୋତେ ବେଷ୍ଟ ଅଫ ଲକ କହିଲେ, କିନ୍ତୁ ସକାଳେ ଟିକେଟ କଟିଲା । ମୋ ଟିକେଟ କାହିଁକି କଟିଲା ତାଙ୍କୁ ପଚାରନ୍ତୁ ସେ ହିଁ କହିପାରିବେ । ମୋ ଟିକେଟ ସେ ହିଁ କାଟିଛନ୍ତି ବୋଲି ସୁନନ୍ଦା ଦାସ କହିଛନ୍ତି ।
କେବଳ ସେତିକି ନୁହେଁ ଟିକେଟ କରିବା ପରେ ଭି.କେ ପାଣ୍ଡିଆନ ମୋତେ ଡାକିଥିଲେ । ଆଉ ମୁଁ ବି ନବୀନ ନିବାସ ଯାଇଥିଲି । ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇ ପାରିଲି ନାହିଁ ବୋଲି ଟିକେଟ କଟିଲା ବୋଲି ପାଣ୍ଡିଆନ କହିଥିଲେ । ଆପଣ କଣ୍ଟାବାଞ୍ଜି ଯାଇ ପ୍ରଚାର କରନ୍ତୁ, ପରେ ବୁଝାଯିବ ବୋଲି ପାଣ୍ଡିଆନ କହିଥିବା ସୁନନ୍ଦା କହିଛନ୍ତି ।

  • Related Posts

    ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ପଦଯାତ୍ରା, ରାଲିରେ BJD ସାମିଲ

    ଭୁବନେଶ୍ବର: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ବଡ଼ ରାଲି ଆୟୋଜିତ ହୋଇଛି । ଏହି ରାଲିରେ ବିଜୁ ଜନତା ଦଳ (BJD) ମଧ୍ୟ ସାମିଲ ହୋଇଛି । ତେବେ…

    Continue reading
    ସୁପ୍ରିମକୋର୍ଟର ସ୍ପଷ୍ଟୀକରଣ ପରେ ତୁରନ୍ତ ଇସ୍ତଫା ଦିଅନ୍ତୁ CEC: ବିଜେଡି

    ଭୁବନେଶ୍ବର: ବିଜେପିକୁ ଜିତାଇବା ପାଇଁ ସୁପ୍ରିମକୋର୍ଟରେ ମିଥ୍ୟାର ସାହାରା ନେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ସାମ୍ବିଧାନିକ ପଦବୀରେ ରହି ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି କମିଶନର । ଗତ ନିର୍ବାଚନରେ ଅଧିକ ଭୋଟ ପାଇ ବିଜେଡି ହାରିବା ପଛରେ ଇଭିଏମ ଟ୍ୟାମ୍ପରିଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ