ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ: ନଭେମ୍ବରରେ ମୋଟ୍‌ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୮.୫% ବୃଦ୍ଧି ହୋଇ ୧.୮୨ ଲକ୍ଷ କୋଟି ଟଙ୍କା ଛୁଇଁଛି । ଗତ ବର୍ଷ ସମାନ ସମୟରେ ଏହା ୧.୬୮ ଲକ୍ଷ କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ରବିବାର ଜାରି କରିଥିବା ଡାଟାରୁ ଏହା ସାମ୍ନାକୁ ଆସିଛି । ଏହି ସମୟରେ ଓଡ଼ିଶାରେ ଜିଏସ୍‌ଟି ଆଦାୟ ୪୭୦୪ କୋଟି ପରୋକ୍ଷ ସଂଗ୍ରହ ହୋଇଛି । ଏହା ଗତ ବର୍ଷ ସମାନ ଅବଧିରେ ୪୨୯୫ କୋଟି ତୁଳନାରେ ୧୦% ଅଧିକ ।

ରାଜ୍ୟ ଜିଏସ୍‌ଟି ଏବଂ ସମନ୍ୱିତ ଜିଏସ୍‌ଟିରେ ରାଜ୍ୟକୁ ସେଟଲମେଣ୍ଟ ପରେ ଚଳିତ ଆର୍ôଥକ ବର୍ଷ ଅଦ୍ୟାବଧି ୧୭,୨୫୩ କୋଟି ରହିଛି। ଏ କ୍ଷେତ୍ରରେ ଅଭିବୃଦ୍ଧି ରହିଛି ୧୧% । ନଭେମ୍ବରରେ ମୋଟ ଜିଏସ୍‌ଟି ମଧ୍ୟରେ ୩୪,୧୪୧ କୋଟିର କେନ୍ଦ୍ର ଜିଏସ୍‌ଟି, ୪୩,୦୪୭ କୋଟିର ରାଜ୍ୟ ଜିଏସ୍‌ଟି, ୯୧,୮୨୮ କୋଟିର ସମନ୍ୱିତ ଜିଏସ୍‌ଟି ଏବଂ ୧୩,୨୫୩ କୋଟିର ସେସ୍‌ ସାମିଲ ରହିଛି ।

ଏହି ଅବଧିରେ ଘରୋଇ ନେଣଦେଣରୁ ଜିଏସ୍‌ଟି ୯.୪% ବୃଦ୍ଧି ହୋଇ ୧.୪୦ ଲକ୍ଷ କୋଟି ଟଙ୍କା ରହିଛି । ସେହିଭଳି ସାମଗ୍ରୀ ଆମଦାନିରୁ ଟିକସ ୬% ବୃଦ୍ଧି ହୋଇ ୪୨,୫୯୧ କୋଟି ରହିଛି । ସରକାର ୧୯,୨୫୯ କୋଟି ଟଙ୍କାର ରିଫଣ୍ଡ ଜାରି କରିଛନ୍ତି । ରିଫଣ୍ଡ ଜାରି ପରେ ନେଟ ଜିଏସ୍‌ଟି ସଂଗ୍ରହ ୧୧% ବଢ଼ି ୧.୬୩ ଲକ୍ଷ କୋଟି ରହିଛି ।

ଅକ୍ଟୋବରରେ ମୋଟ ଜିଏସ୍‌ଟି ଆଦାୟ ୯% ବୃଦ୍ଧି ହୋଇ ୧.୮୭ ଲକ୍ଷ କୋଟି ଟଙ୍କା ରହିଥିଲା । ଯାହା ଦ୍ୱିତୀୟ ସର୍ବାଧିକ । ଘରୋଇ ବଜାରରେ ବିକ୍ରି ଓ ଅନୁପାଳନରେ ଉନ୍ନତି ଯୋଗୁ ଟିକସ ଆଦାୟରେ ଏଭଳି ଉନ୍ନତି ଆସିଥିଲା । ଅକ୍ଟୋବରେ ୩୩,୮୨୧ କୋଟିର କେନ୍ଦ୍ର ଜିଏସ୍‌ଟି, ୪୧,୮୬୪ କୋଟିର ରାଜ୍ୟ ଜିଏସ୍‌ଟି, ୯୯,୧୧୧ କୋଟିର ସମନ୍ୱିତ ଜିଏସ୍‌ଟି ଏବଂ ୧୨,୫୫୦ କୋଟିର ସେସ୍‌ ଆଦାୟ ହୋଇଥିଲା । ଏପ୍ରିଲ ନଭେମ୍ବର ଅବଧିରେ କେନ୍ଦ୍ର ସରକାର ୧୪.୫୭ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ କରିଛନ୍ତି।

  • Related Posts

    ମୁଁ ନିର୍ବାଚନରେ ​​ ଲଢ଼ିବାକୁ ଚାହୁଁ ନାହିଁ: କେ ଆନ୍ନାମଲାଇ

    ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ…

    Continue reading
    କୂଅକୁ କାର୍ ଖସି ୯ ମୃତ

    ମୁମ୍ବାଇ : ମହାରାଷ୍ଟ୍ରର ନାସିକ୍ ଜିଲ୍ଲାର ଡିଣ୍ଡୋରିରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଡିଣ୍ଡୋରିର ଶିବାଜୀ ନଗର ଅଞ୍ଚଳରେ ଏକ ମାରୁତି କାର କୂଅ ଭିତରକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ନଅ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ