ବିକ୍ରାନ୍ତ ମାସେ ବଲିଉଡରୁ ନେଲେ ଅବସର

ନୂଆଦିଲ୍ଲୀ: ଦ୍ଵାଦଶ ଫେଲ ଚଳଚ୍ଚିତ୍ର କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଅଭିନେତା ବିକ୍ରାନ୍ତ ମାସେ ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି। ସମସ୍ତଙ୍କୁ ଆଶ୍ଚର୍ୟ୍ୟଚକିତ କଲା ଭଳି ବଲିଉଡରୁ ଅବସର ନେବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଦ ସାବରମତୀ ରିପୋର୍ଟ ଚଳଚ୍ଚିତ୍ର ମୁକ୍ତିଲାଭ କରିବାର କିଛିଦିନ ପରେ ୩୭ ବର୍ଷୀୟ ଏହି ଅଭିନେତାଙ୍କ ଅବସର ଘୋଷଣାକୁ ଦର୍ଶକ ସହଜରେ ଗ୍ରହଣ କରିପାରୁନାହାନ୍ତି।

ବିକ୍ରାନ୍ତ ମାସେ ନିକଟରେ ୫୫ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ(ଆଇଏଫଏଫଆଇ)ରେ ପର୍ସନାଲିଟି ଅଫ ଦ ଇୟର ପୁରସ୍କାର ଗ୍ରହଣ କରିଥିଲେ। ତେବେ ସେ ତାଙ୍କ ଅବସର ପଛର କାରଣ କିଛି ଦର୍ଶାଇ ନାହାନ୍ତି। ନିଜ ପୋଷ୍ଟରେ ସେ ଲେଖିଛନ୍ତି, ‘ଚଳଚ୍ଚିତ୍ର ଜଗତରେ କାର୍ୟ୍ୟ କରିଥିବା ସମୟରେ ସମସ୍ତଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ସମୟ ଘରକୁ ଯିବାର ସମୟ ବୋଲି ମୁଁ ଅନୁଭବ କରୁଛି। ଜଣେ ସ୍ଵାମୀ, ଜଣେ ବାପା ଏବଂ ଜଣେ ପୁଅ ହିସାବରେ ସେ ଘରକୁ ଫେରୁଛନ୍ତି। ଜଣେ ଅଭିନେତା ହିସାବରେ ମଧ୍ୟ। ଆଗାମୀ ୨୦୨୫ ଆମେ ପରସ୍ପରଙ୍କୁ ଗୋଟିଏ ଶେଷ ଚଳଚ୍ଚିତ୍ରରେ ଭେଟିବା। ଶେ​ଷ ୨ଟି ଚଳଚ୍ଚିତ୍ର ଏବଂ ଅନେକ ବର୍ଷର ସ୍ମୃତିକୁ ନେଇ ଘରକୁ ଫେରୁଛି। ସମସ୍ତଙ୍କୁ ଧନ୍ୟବାଦ !’

  • Related Posts

    ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ

    ଷ୍ଟକହୋମ: ୨୦୧୮ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଫ୍ରାନ୍ସର ହେନରୀ ବି. କାଗାନ ଓ ଜାପାନର କେନସୋ ସୋଆଇଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି । କାଗାନ ଏବଂ ସୋଇଙ୍କ ଗବେଷଣାର ମୁଖ୍ୟ ବିଷୟ…

    Continue reading
    ୨୫ ପଏଣ୍ଟ ବଢ଼ିଲା ରେପୋ ହାର, ବଢ଼ିବ ଇଏମ୍‌ଆଇ

    ମୁମ୍ବାଇ/୦୭/୧୦: ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ରେପୋ ହାରକୁ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରି ୫.୫% କରିଛି । ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ ପ୍ରାୟ ସାଢେ ତିନି ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ