ନାନୋ କାରରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷି ଓଡ଼ିଶା କାର୍ୟ୍ୟକ୍ରମରେ ଶୁକ୍ରବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନାନୋ କାରରେ ବସି ବରମୁଣ୍ଡା ପଡିଆରୁ ଲୋକସେବା ଭବନକୁ ଗଲେ । । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଉକ୍ତ ନାନୋ କାରକୁ ଚଲାଉଥିଲେ । ଏହାସହ ତାଙ୍କ କାରର ପଛ ସିଟ୍‌ରେ କୃଷି ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବସିଥିଲେ। ତେବେ ପ୍ରୋଟୋକଲ ଭାଙ୍ଗି ମୁଖ୍ୟମନ୍ତ୍ରୀ ନାନୋ କାରରେ ବସି ଯାତ୍ରା କରୁଥିବା ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି।
ତେବେ କାରକେଡ ଛାଡି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନାନୋ ଗାଡିରେ ଯିବାକୁ ନେଇ ଚର୍ଚ୍ଚା ବଢିଛି । କୃଷି ଓଡ଼ିଶା କାର୍ୟ୍ୟକ୍ରମରେ କାର୍ୟ୍ୟସାରି ମୁଖ୍ୟମନ୍ତ୍ରୀ ନିଜ କାମ ସାରିବା ପରେ, ସଚିବାଳୟ ଯିବାକୁ ବାହାରିଥିଲେ । ଏହି ସମୟରେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କୁ ନାନୋ କାରରେ ବସି ଲୋକସେବା ଭବନ ଯିବାକୁ କହିଥିଲେ । ଆଉ ଉପ-ମୁଖ୍ୟମନ୍ତ୍ରୀଙ୍କ କଥା ରଖି, ପ୍ରୋଟୋକଲ ଭାଙ୍ଗିବା ସହ ନାନୋ କାରରେ ବସି ଲୋକସେବା ଭବନକୁ ଯାଇଥିଲେ ମୋହନ । ପୂର୍ବରୁ ମଧ୍ୟଁ ବୁକ୍‌ ହେଇଥିବା ସ୍ବତନ୍ତ୍ର ଫ୍ଲାଇଟକୁ ବାତିଲ କରି ସାଧାରଣ ଲୋକଙ୍କ ଭଳି ବିମାନରେ ଯାତ୍ରା କରିଥିଲେ ମୋହନ ମାଝୀ । ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ