ନାନୋ କାରରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷି ଓଡ଼ିଶା କାର୍ୟ୍ୟକ୍ରମରେ ଶୁକ୍ରବାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି ନାନୋ କାରରେ ବସି ବରମୁଣ୍ଡା ପଡିଆରୁ ଲୋକସେବା ଭବନକୁ ଗଲେ । । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଉକ୍ତ ନାନୋ କାରକୁ ଚଲାଉଥିଲେ । ଏହାସହ ତାଙ୍କ କାରର ପଛ ସିଟ୍‌ରେ କୃଷି ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବସିଥିଲେ। ତେବେ ପ୍ରୋଟୋକଲ ଭାଙ୍ଗି ମୁଖ୍ୟମନ୍ତ୍ରୀ ନାନୋ କାରରେ ବସି ଯାତ୍ରା କରୁଥିବା ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି।
ତେବେ କାରକେଡ ଛାଡି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନାନୋ ଗାଡିରେ ଯିବାକୁ ନେଇ ଚର୍ଚ୍ଚା ବଢିଛି । କୃଷି ଓଡ଼ିଶା କାର୍ୟ୍ୟକ୍ରମରେ କାର୍ୟ୍ୟସାରି ମୁଖ୍ୟମନ୍ତ୍ରୀ ନିଜ କାମ ସାରିବା ପରେ, ସଚିବାଳୟ ଯିବାକୁ ବାହାରିଥିଲେ । ଏହି ସମୟରେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ତାଙ୍କୁ ନାନୋ କାରରେ ବସି ଲୋକସେବା ଭବନ ଯିବାକୁ କହିଥିଲେ । ଆଉ ଉପ-ମୁଖ୍ୟମନ୍ତ୍ରୀଙ୍କ କଥା ରଖି, ପ୍ରୋଟୋକଲ ଭାଙ୍ଗିବା ସହ ନାନୋ କାରରେ ବସି ଲୋକସେବା ଭବନକୁ ଯାଇଥିଲେ ମୋହନ । ପୂର୍ବରୁ ମଧ୍ୟଁ ବୁକ୍‌ ହେଇଥିବା ସ୍ବତନ୍ତ୍ର ଫ୍ଲାଇଟକୁ ବାତିଲ କରି ସାଧାରଣ ଲୋକଙ୍କ ଭଳି ବିମାନରେ ଯାତ୍ରା କରିଥିଲେ ମୋହନ ମାଝୀ । ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

  • Related Posts

    ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

    ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି…

    Continue reading
    ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି ଯୁବସମାଜ

    ଭୁବନେଶ୍ବର,: ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ରାଜନୀତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ କଡା ଜବାବ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଓଡ଼ିଶାରେ ଛାତ୍ର ସଂସଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି