
ଦେବଗଡ଼:ଅସୁସ୍ଥ ହୋଇ ଘରକୁ ଫେରିବା ପାଇଁ ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଟ୍ରେନ ଆସିବା ପୂର୍ବରୁ ଆସିଲା ମୃତ୍ୟୁ l ଚେନ୍ନାଇରଏଗମୋର ରେଲୱେ ଷ୍ଟେସନରେଶ୍ରମିକର ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ ଶ୍ରମିକ ଦେବଗଡ଼ ଜିଲ୍ଲା ବାରକୋଟଥାନାରପୁରୁଣାବାରକୋଟ ଗ୍ରାମର ଧନଞ୍ଜୟ ବେହେରାଙ୍କଙ୍କ ପୁଅ ବୈକୁଣ୍ଠ ବେହେରା।ସୂଚନା ଅନୁଯାୟୀ, ଗତ ପ୍ରାୟ ୪ ମାସ ପୂର୍ବେ ପୁରୁଣା ବାରକୋଟର ବୈକୁଣ୍ଠ ଚେନ୍ନାଇ କୁ ଦାଦନ ଖଟିବାକୁ ଯାଇଥିବା ବେଳେ ଗତ କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଖରାପ ହୋଇଥିଲା l ଗତକାଲି ସନ୍ଧ୍ୟାରେ ଅନ୍ୟ ଜଣେ ସାଥିଙ୍କ ସହ ସେ ଘରକୁ ଫେରିବା ପାଇଁ ଏଗମୋର ରେଳ ଷ୍ଟେସନରେ ପହଞ୍ଚି ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଟ୍ରେନ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।ସାଥିରେ ଥିବା ସହଯୋଗୀ ଜଣକ ଏ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେବା ସହ ସ୍ଥାନୀୟ ଆରପିଏଫ ମୃତଦେହକୁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିବା ସୂଚନା ଦେଇଥିଲେ lଏହି ଖବର ପାଇ ପରିବାର ଲୋକେ ଉପାୟ ଶୂନ୍ୟ ହୋଇପଡ଼ିଥିବା ବେଳେ ମୃତ ଦେହକୁ ଗାଁ କୁ ଫେରାଇ ଆଣିବାକୁ ପରିବାର ଲୋକଙ୍କ ପ୍ରଶାସନକୁ ଗୁହାରି କରିଥିଲେ। ବୈକୁଣ୍ଠଙ୍କ ମୃତ ଦେହ ଆଜି ସଂଧ୍ୟାରେ ତାଙ୍କର ଗ୍ରାମରେ ପଂହଚିଥିଲା।ଉକ୍ତ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିବା ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହାସହିତ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ମଧ୍ୟ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।







