
ଦେବଗଡ଼:ଦେବଗଡ ଥାନାର ଜଣେ ଯୁବକ ନାବାଳିକାକୁ ଗଭର୍ବତୀ କରିଥିବା ନେଇ ଦେବଗଡ ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ଦେବଗଡ ଥାନାର ରଙ୍ଗମାଟିଅା ଗ୍ରାମର ରତ୍ନାକର ବୁଡା(୨୮)କୁ ଗିରଫ କରି କୋର୍ଟ ଚାଲାଣ କରିଛି। କିନ୍ତୁ ଜାମିନ ନାମାଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇଦିଆଯାଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ରତ୍ନାକର ନାବାଳିକାଙ୍କ ସହ ରହୁଥିଲା। ପରେ ନାବାଳିକା ଗର୍ଭବତୀ ଥିବା ଜଣାପଡ଼ିବା ପରେ ଘଟଣାଟି ଚାଇଲ୍ଡଲାଇନ୍ର ନଜରକୁ ଆସିଥିଲା। ସିଡବ୍ଲୁସି ଓ ଚାଇଲଡଲାଇନର ହସ୍ତକ୍ଷେପ ପରେ ଘଟଣା ସମ୍ପର୍କରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ରତ୍ନାକର ଦୀର୍ଘ ଦିନ ହେଲା ଫେରାର ଥିବାବେଳେ ଆଜି ତାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।








