ନାବାଳିକାଙ୍କୁ ଅପହରଣ:ରେଳ କର୍ମଚାରୀ ଗିରଫ

ବଲାଙ୍ଗିର: ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଘନଶ୍ୟାମ ଭୋଇ। ସେ କେସିଙ୍ଗା ରେଳ ଷ୍ଟେସନରେ ଗ୍ୟାଙ୍ଗମ୍ୟାନ ଭାବେ କାର୍ୟ୍ୟ କରନ୍ତି।ସୂଚନା ଅନୁଯାୟୀ, ଗିରଫ ଘନଶ୍ୟାମ ମୁରିବାହାଲ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରନ୍ତି। ସେ ନାବାଳିକା ଜଣଙ୍କ ଏକ କଲେଜରେ ପଢୁଛନ୍ତି। ଗତ ୯ ତାରିଖରେ ଘନଶ୍ୟାମ ସେହି ନାବାଳିକାଙ୍କୁ ଅପହରଣ କରି ନେଇଥିଲେ ବୋଲି ମୁରିବାହାଲ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ନାବାଳିକାଙ୍କୁ କେସିଙ୍ଗା ରେଳ ବିଭାଗର ଏକ ଘରୁ ଉଦ୍ଧାର କରିଥିଲା।ଗିରଫ ଘନଶ୍ୟାମ ଭୋଇଙ୍କ ଘର ଲୋଇସିଂହା ମୁରଶୁଣ୍ଡ ଗାଁରେ। ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ ସହିତ ଘଟଣାର ଅଧିକ ତଦନ୍ତ କରୁଛି।

  • Related Posts

    ପାଠ୍ୟପୁସ୍ତକ ତ୍ରୁଟି ମାମଲା; ୨୦୦ରୁ ୨୫୦ ଜଣ ସମ୍ପୃକ୍ତ କହିଲେ କ୍ରାଇମବ୍ରାଞ୍ଚ ଡିଜି

    ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦…

    Continue reading
    ସେକ୍ସ ରାକେଟ ଠାବ: ୨ ଯୁବତୀ ଉଦ୍ଧାର, ୩ ଅଟକ

    ରାଉରକେଲା: ରାଉରକେଲାର ରଘୁନାଥପାଲି ଥାନା ଅନ୍ତର୍ଗତ ସିଭିଲଟାଉନସିପ୍ ସ୍ଥିତ ଏକ ଘରେ ଚାଲିଥିଲା ସେକ୍ସ ରାକେଟ । ରବିବାର ସନ୍ଧ୍ୟାରେ ସେହି ଘରେ ପୁଲିସ୍ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଯୁବକଙ୍କୁ ଥାନାରେ ଅଟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ