ନାବାଳିକାଙ୍କ ଶରୀର ୭୦ପ୍ରତିଶତ ପୋଡିଯାଇଛି- ଏମ୍ସ

ପିପିଲି: ପିପିଲି ନିକଟ ବଳଙ୍ଗା ଥାନା ବାୟାବର ଗାଁରେ ଘଟିଥିବା ଅଭାବନୀୟ ଘଟଣାରେ ନାବାଳିକାଙ୍କ ଶରୀର ୭୦ପ୍ରତିଶତ ଜଳି ଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ଏମ୍ସର ଟ୍ରମା କେୟାରରୁ ବର୍ଣ୍ଣ ୟୁନିଟକୁ ସ୍ଥାନାନ୍ତରିତ ହୋଇଛନ୍ତି ନାବାଳିକା । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି । ତେବେ ଆଜି ସକାଳୁ ଗାଁ ପାଖ ନଦୀ ପଠାକୁ କିଛିଚ ଦୁର୍ବୃତ୍ତ ନାବାଳିକାଙ୍କୁ ଉଠାଇ ନେଇ ପେଟ୍ରୋଲ ଢାଳି ପୋଡି ଦେବାକୁ ଚେଷ୍ଟା କରିଥିଲେ । ଏହି ସମୟରେ କୌଣସି ମତେ ନାବାଳିକା ଜଣଙ୍କ ଖସି ଆସିଥିଲେ । ଗ୍ରାମବାସୀମାନେ ନାବାଳିକାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିବା ପରେ ସେଠାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଛନ୍ତି ।
ଘଟଣାସ୍ଥଳରେ ପୁରୀ ଏସପି ପିନାକ ମିଶ୍ର ପହଞ୍ଚି ତଦାରଖ କରିଛନ୍ତି । ଏସପି କହିଛନ୍ତି ଘଟଣାରେ ସ୍ପେଶାଲ ଟିମ୍‍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ, ଗୁରୁତର ସହ ନିଆଯାଇଛି । କାହାରିକୁ ଅଟକ ରଖାଯାଇନାହିଁ, କେବଳ କିଛି ଲୋକଙ୍କୁ ପଚରାଉଚରା କରାଯାଇଛି । ଫୋରେନସିକ ଟିମ୍‍ ମଧ୍ୟ ପହଞ୍ଚି ଯାଞ୍ଚ କରୁଛନ୍ତି ।

  • Garvita Odia

    Related Posts

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ଭୁବନେଶ୍ୱର: ଉଦ୍ଭାବନ ଓ ଉଦ୍ୟୋଗୀକରଣ ବର୍ତମାନ ସାରା ବିଶ୍ୱର ଅର୍ଥନୈତିକ ସମୃଦ୍ଧି ଓ ସାମାଜିକ ବିକାଶର ମୂଳମନ୍ତ୍ର ପାଲଟିଛି ବୋଲି ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ୫- ଦିନିଆ ଫ୍ୟାକଲ୍ଟି ଡେଭଲପମେଂଟ ପ୍ରୋଗ୍ରାମ (ଏଫ୍ଡିପି)ରେ…

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    କଟକ,: ଅନୁଗୁଳରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ୨ ଅଭିଯୁକ୍ତଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ହେଲେ ପ୍ରକାଶ ବେହେରା ଏବଂ ନନ୍ଦ କିଶୋର ସେଠୀ । ଆବଶ୍ୟକ ପ୍ରମାଣ…

    Leave a Reply

    Your email address will not be published. Required fields are marked *

    You Missed

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ସୋଆ ପକ୍ଷରୁ ଉଦ୍ଭାବନକୁ ନେଇ ଏଆଇସିଟିଇ ପ୍ରାୟୋଜିତ ଏଫ୍ଡିପି ଆୟୋଜିତ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ସୋଆ ଏନ୍ଏସ୍ଏସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଏଥର କେବଳ ଅଧିକାରୀ ନୁହେଁ ନିଜେ ମନ୍ତ୍ରୀ ଯିବେ କୋଟିଆ:ମନ୍ତ୍ରୀ

    ଦାଦା, ଖୁଡି, ଭଉଣୀକୁ ହାଣିଲା ପୁତୁରା, ୨ ମୃତ

    ଦାଦା, ଖୁଡି, ଭଉଣୀକୁ  ହାଣିଲା ପୁତୁରା, ୨ ମୃତ

    ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ

    ଆଉ ନାହାନ୍ତି  କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍‌ ଅଚ୍ୟୁତାନନ୍ଦ