ବୈପାରିଗୁଡ଼ା,24/08:କୋରାପୁଟଜିଲ୍ଲା ବୈପାରିଗୁଡା ବ୍ଲକର କୋଲାର ପଞ୍ଚାୟତରେ ଗ୍ରାମବାସୀ ନିଜସ୍ଵ ଖର୍ଚ୍ଚରେ ରାସ୍ତା ମରାମତି କରିଛନ୍ତି। ପ୍ରାୟ ଏକ କିଲୋମିଟର ରାସ୍ତା ଶୋଚନୀୟ ଅବସ୍ଥାରେ ଥିବାରୁ ଯାତାୟତ ସମୟରେ ୩ ଖଣ୍ଡ ଗ୍ରାମର ଗ୍ରାମବାସୀ ହଇରାଣ ହୋଇଥିଲେ। ରାସ୍ତା ମରାମତି ପାଇଁ ବହୁବାର ଗୁହାରି କରିବା ପରେ ମଧ୍ୟ ପ୍ରଶାସନ ଶୁଣିଲାନି। ଏହି ଶୋଚନୀୟ ରାସ୍ତାର ତଦାରଖ କରିବା ପରେ ଅତିଶୀଘ୍ର ନୂତନ ରାସ୍ତା ନିର୍ମାଣ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହାପରେ ମଧ୍ୟ କିଛି ସୁଫଳ ନମିଳିବାରୁ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଖୁଡ଼ିଗୁଡ଼ା ଠାରୁ ମାଲିଆଗୁଡ଼ା ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ବହୁ ଦିନ ହେଲା ଶୋଚନୀୟ ଅବସ୍ଥାରେ ରହିଛି। ଏହି ରାସ୍ତା ଉପରେ ଖୁଡିଗୁଡ଼ା, ମାଲିଆଗୁଡା ଏବଂ ଗାଦବାଗୁଡ଼ା ସହ ଆଖପାଖ ଗାଁର ଲୋକେ ନିର୍ଭର କରିଥାନ୍ତି। କିନ୍ତୁ ରାସ୍ତାର ଅବସ୍ଥା ଭଲ ନଥିବାରୁ ପଞ୍ଚାୟତ ଓ ବ୍ଲକ ସଦର ମହକୁମାକୁ ବିଭିନ୍ନ କାମରେ ଯିବା ସମୟରେ ଅଞ୍ଚଳବାସୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ବର୍ଷା ଦିନେ ରାସ୍ତା କାଦୁଅ ପଚପଚ ହେଉଥିବାରୁ ଯାତାୟତ କରିବା ଏକପ୍ରକାର ଅସମ୍ଭବ ହୋଇ ପଡୁଛି। ତେଣୁ କଂକ୍ରିଟ କିମ୍ବା ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ବହୁବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟଳୟରେ ଲିଖିତ ଭାବେ ଜଣାଇ ଆସୁଛନ୍ତି। କିନ୍ତୁ ଏଥିପ୍ରତି କାହାର ଦୃଷ୍ଟି ପଡି ପାରୁନି। ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଶେଷରେ ମାଲିଆଗୁଡ଼ା ଗ୍ରାମବାସୀ ନିଜସ୍ଵ ଖର୍ଚ୍ଚ ତଥା ଉଦ୍ୟମରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ଏସଂପର୍କରେ କୋଲାର ପଞ୍ଚାୟତ ସରପଞ୍ଚ ଜୟନ୍ତୀ ନାୟକଙ୍କୁ ପଚାରିବାରୁ ରାସ୍ତା କାମ ମଞ୍ଜୁର ହୋଇସାରିଛି। କେବଳ ବର୍ଷା ଯୋଗୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଦଶହରା ବେଳକୁ ମନରେଗା ଯୋଜନାରେ ମେଟାଲ ମୋରମ ରାସ୍ତା କାମ ଆରମ୍ଭ କରାଯିବ ବୋଲି ପ୍ରକାଶ କରିଥିଲେ।
‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…


