ନିବେଶକାରୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଛଅ ଦିନିଆ ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ପ୍ରଥମ ଦିନରେ ରସାୟନ, ପେଟ୍ରୋ ରସାୟନ, ଅକ୍ଷୟ ଶକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ୟ୍ୟ କରୁଥିବା ବ୍ୟବସାୟିକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ପ୍ରମୁଖ କମ୍ପାନୀ ମର୍ଟନ, ଓରିନ୍ଦ ଓ ଭିସା ମୁଖ୍ୟଙ୍କୁ ଭେଟି ଓଡ଼ିଶାରେ ସେମାନଙ୍କୁ ନିବେଶ ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିମନ୍ତ୍ରଣ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ସିଙ୍ଗାପୁରର ଅଭିନବ ତଥା କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ ପରିବେଶ, ପାରଦର୍ଶୀ ଭିତ୍ତିଭୂମି ବ୍ୟବସ୍ଥା, ଲଜିଷ୍ଟିକ୍ସ, ସହର ପରିଚାଳନା କ୍ଷେତ୍ରରେ ଅଗ୍ରଗତିକୁ ଲକ୍ଷ୍ୟ କରି ଏହାକୁ ଓଡ଼ିଶାର ବ୍ୟାବସାୟିକ ସମ୍ମିଳନୀ (ବିଜନେସ୍‌ ମିଟ୍‌) ପାଇଁ ମନୋନୀତ କରାଯାଇଛି। ଭାରତ ଓ ସିଙ୍ଗାପୁର ମଧ୍ୟରେ ଦୃଢ଼ ଅର୍ଥନୈତିକ, କୂଟନୀତିଜ୍ଞ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ଓଡ଼ିଶା ଏହାକୁ ଆହୁରି ମଜଭୁତ କରିବା ଦିଗରେ କାର୍ୟ୍ୟ କରିବ। ମୋ ସରକାର ବୟନ ଶିଳ୍ପ, ସାମୁଦ୍ରିକ ଖାଦ୍ୟ, ଦକ୍ଷ ମାନବ ସମ୍ବଳ କ୍ଷେତ୍ରରେ ନିବେଶକାରୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓଡ଼ିଶାର ଭୌଗୋଳିକ ସ୍ଥିତି ଏହାକୁ ଏକ ପ୍ରମୁଖ ନିବେଶ ପେଣ୍ଠସ୍ଥଳୀ କରିଛି ବୋଲି କହିଛନ୍ତି। ଗସ୍ତ କାର୍ୟ୍ୟକ୍ରମ ପ୍ରାରମ୍ଭରେ ସିଙ୍ଗାପୁରସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଡ. ଶିଳ୍ପକେ ଆମ୍ବୁଲେ ଦୁଇ ଦେଶ ମଧ୍ୟରେ ଥିବା ବ୍ୟାବସାୟିକ
ସମ୍ପର୍କ ନେଇ ସୂଚନା ଦେବା ସହିତ ଓଡ଼ିଶା ପରି ରାଜ୍ୟ ଏହାକୁ ଆହୁରି ସୁଦୃଢ଼ କରିବ ବୋଲି ମତ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସିଟି ମେଟ୍ରିକ୍ସ ପ୍ରତିଷ୍ଠାତା ଡ. ଏଡୱାର୍ଡ ମର୍ଟନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମେ ଭେଟିଥିଲେ। ଆଇଟି/ଆଇଟିଇଏସ୍, ସେମିକଣ୍ଡକ୍ଟର, ଡାକ୍ତରୀ ଉପକରଣ ଉତ୍ପାଦନ ଏବଂ ସ୍ମାର୍ଟସିଟି ସଲ୍ୟୁସନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ଇଲେ‌େ‌କ୍ଟ୍ରାନିକ୍ସ ଇକୋସିଷ୍ଟମର ବିକାଶ ସହିତ ବ୍ୟବସାୟ ଅନୁକୂଳ ବାତାବରଣ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ମର୍ଟନ ଓଡ଼ିଶା ଆସି ଏହାର ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହିତ ଭିସା ଗ୍ରୁପ୍‌ ଲି.ର ନିର୍ଦେଶକ ବିବେକ ଅଗ୍ରୱାଲଙ୍କୁ ଭେଟି ରାଜ୍ୟରେ ଇସ୍ପାତ ଓ ଫେରୋକ୍ରୋମ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ବାୟୋ-ଫର୍ଟିଲାଇଜର କ୍ଷେତ୍ରରେ କାମ କରୁଥିବା ଓରିନ୍ଦ ସିଙ୍ଗାପୁର ଲି.ର ଅଧ୍ୟକ୍ଷ ରବିନ ଝୁନଝୁନୱାଲାଙ୍କୁ ଭେଟି ରାଜ୍ୟରେ ନିବେଶ କରିବାକୁ ଆମନ୍ତ୍ରଣ କରିଥିଲେ। ଓଡ଼ିଶାରେ ଏହାର କମ୍ପାନୀ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ସମସ୍ତ ସହଯୋଗ ଉପଲବ୍ଧ କରାଇବେ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବାଧୀନ ପ୍ରତିନିଧିମଣ୍ଡଳୀ ସେମ୍ବକର୍ପ ଇଣ୍ଡଷ୍ଟ୍ରି ଲି. ବୁଲି ଦେଖିଥିଲେ। ସେମ୍ବକର୍ପର ସିଇଓ ତଥା ଗ୍ରୁପ୍ ପ୍ରେସିଡେଣ୍ଟ ୱଙ୍ଗ କିମ୍‌ ୟିନ୍ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଅକ୍ଷୟଶକ୍ତି କ୍ଷେତ୍ରରେ ସିଙ୍ଗାପୁରର ଅଗ୍ରଗତିକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ସେମ୍ବକର୍ପ ସବୁଜ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ନେଇ ଘୋଷଣା କରିଥିଲେ। ରାଜ୍ୟ ସରକାର ଅକ୍ଷୟ ଶକ୍ତି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଅଧିକ ନିବେଶକୁ ଗୁରୁତ୍ବ ଦେଉଛନ୍ତି। ଏହାସହିତ ନିରନ୍ତର ଭିତ୍ତିଭୂମି ବିକାଶ ଉପରେ ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ବର୍ଷ ଓଡ଼ିଶାରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କର ଏହି ଗସ୍ତ କାର୍ୟ୍ୟକ୍ରମ ଥିବା ଜଣାପଡ଼ିଛି।

  • Related Posts

    ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ

    ଆଜିଠୁ ପାଳନ ହେବ ସେବା ସଂକଳ୍ପ ସପ୍ତାହ। ସରକାର ମୁଖ୍ୟ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ନେତୃତ୍ବ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇ ଏକ ସଂକଳ୍ପ ପାରିତ ହୋଇଛି। ଆଜିଠୁ ସାରା ଦେଶରେ ସେବା…

    Continue reading
    ସାମିଲ ହେବେ ଯୁବ ଓ କଟିଥିବା ଭୋଟର;୨୬ରୁ ଘରକୁ ଘର ବୁଲି ସର୍ଭେ

    ଭୁବନେଶ୍ୱର : ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌) ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଓ ଯୁବ ଭୋଟର୍‌ଙ୍କୁ ଭୋଟର୍‌ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବୁଧବାର ଠାରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ରାଜ୍ୟବ୍ୟାପୀ ସ୍ବତନ୍ତ୍ର ଅଭିଯାନ ଅନୁ‌ଷ୍ଠିତ ହେବ। ଭୋଟର ତାଲିକାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ