
ୱାଶିଂଟନ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପାଇଁ ଦଳର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିନନ୍ଦନ ଜଣାଇଛନ୍ତି। ହ୍ବାଇଟ୍ ହାଉସ୍ ମୁଖପାତ୍ର କୁଶ େଦଶାଇଙ୍କ ପକ୍ଷରୁ ଜାରି ବାର୍ତ୍ତାରେ ବିଜେପିର ଏହି ବିଜୟକୁ ଐତିହାସିକ ଓ ନିର୍ଣ୍ଣାୟକ ବୋଲି କୁହାଯାଇଛି। ଆଉ ମଧ୍ୟ ମୋଦୀଙ୍କ ଭଳି ନେତାଙ୍କୁ ପାଇଁ ଭାରତ ବହୁତ ଭାଗ୍ୟବାନ। ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ୨୦୭ଟି ଆସନରେ ବିଜୟୀ ହୋଇ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି।


