
ନୀଳଗିରି: ନୀଳଗିରିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନୀଳଗିରିରେ ପହଞ୍ଚିବା ପରେ କ୍ରୀଡ଼ାମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି।
ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ହସ୍ପିଟାଲ ଛକରେ ସ୍ଥାପିତ ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ପରେ ଥାନା ପଡ଼ିଆସ୍ଥ ସଭାରେ ଯୋଗଦେଇ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିବେ ଏବଂ ମିତ୍ରପୁର ପର୍ୟ୍ୟନ୍ତ ୧୦ କିମି ପର୍ୟ୍ୟନ୍ତ ପଦଯାତ୍ରାରେ ସାମିଲ ହେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏସପି, ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ତଦାରଖ କରିଛନ୍ତି ।


