ଉନ୍ମୋଚିତ ହେବ ଲେଖିକା ଶୁଭା ଶର୍ମାଙ୍କ ରଚିତ ତୃତୀୟ ପୁସ୍ତକ ‘ମିସେସ୍‌ ହାପିଲି ସିଙ୍ଗଲ୍‌’

ଭୁବନେଶ୍ୱର,୧୭/୧୦/୨୦୨୫: ଆସନ୍ତାକାଲି ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଲେଖିକା ଶ୍ରୀମତୀ ଶୁଭା ଶର୍ମାଙ୍କ ରଚିତ ଉପନ୍ୟାସ ‘ମିସେସ୍‌ ହାପିଲି ସିଙ୍ଗଲ୍‌’ ଉନ୍ମୋଚିତ ହେବାକୁ ଯାଉଛି । ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆସନ୍ତାକାଲି ସନ୍ଧ୍ୟାରେ ଆୟୋଜିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଲେଖକ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଟି. କେ. ମିଶ୍ର, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ଆଦ୍ୟାଶା ସତପଥୀ, ପ୍ରସିଦ୍ଧ ଲେଖକ ଶ୍ରୀ ସତ୍ୟ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶ୍ରୀ ସି.ଏସ୍‌. ହୋତା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ପୁସ୍ତକଟି ଉପରେ ବିସ୍ତୃତ ଆଲୋଚନା କରାଯିବ ।
ନାରୀ ସଂଘର୍ଷ ଓ ଅସ୍ମିତା ଉପରେ ଆଧାରିତ ଏହି ଉପନ୍ୟାସଟି ଶ୍ରୀମତୀ ଶୁଭା ଶର୍ମାଙ୍କର ତୃତୀୟ ପୁସ୍ତକ । ପୂର୍ବରୁ ଶ୍ରୀମତୀ ଶର୍ମାଙ୍କର ‘ଫ୍ଲାଏ ଅନ୍‌ ଦି ୱାକ ଆଣ୍ଡ ଅଦର ଷ୍ଟୋରିଜ୍‌’ (୨୦୧୩) ଏବଂ ‘ଦି ଅୱସ୍ଥିସ୍‌ ଅଫ୍‌ ଆମ୍‌ନଗରୀ’ ଶୀର୍ଷକ ଦୁଇଟି ପୁସ୍ତକ ବିପୁଳ ପାଠକୀୟ ଆଦୃତି ହାସଲ କରିପାରିଛି । ଏହା ବ୍ୟତୀତ ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କର ଅନେକ ହିନ୍ଦୀ କବିତା ପ୍ରକାଶ ପାଇଛି । ଲକ୍ଷ୍ନୌରେ ଜନ୍ମିତ ଶ୍ରୀମତୀ ଶର୍ମା ଲେଡ଼ି ଶ୍ରୀରାମ କଲେଜ ଓ ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ ପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ ମଧ୍ୟ ଉଭୟ ବୃତ୍ତି ଓ ପ୍ରବୃତ୍ତିକୁ ଗୁରୁତ୍ୱ ଦେଇ ନିଜର ସୃଜନ ଯାତ୍ରା ଜାରି ରଖିଛନ୍ତି । ତାଙ୍କର ପ୍ରଭାବୀ ଏବଂ ହୃଦୟସ୍ପର୍ଶୀ ଲେଖାରେ ସରଳ ଭାଷାବିନ୍ୟାସ ଓ ଉପସ୍ଥାପନା ଶୈଳୀ ଦେଖିବାକୁ ମିଳିଥାଏ ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ