ପଞ୍ଜୀକୃତ ଦଲିଲ୍‌ ରଦ୍ଦ କରିପାରିବେନି ସବ୍‌-ରେଜିଷ୍ଟ୍ରାର୍‌

କଟକ: ଥରେ ଜମି କିଣାବିକା ଦଲିଲ ହୋଇଯିବା ପରେ ଉକ୍ତ ପଞ୍ଜୀକୃତ ଦଲିଲ୍‌କୁ ସବ୍-ରେଜିଷ୍ଟ୍ରାର ବା କେହି ରେଜିଷ୍ଟ୍ରେସନ୍ ଅଧିକାରୀ ରଦ୍ଦ କରିପାରିବେ ନାହିଁ ବୋଲି ଦଲିଲ୍ ରଦ୍ଦ ବା କ୍ୟାନ୍ସଲେସନ ଡିଡ୍ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ରଶ୍ମିତା ସାହୁଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ ଏହି ରାୟ ଦେଇଛନ୍ତି ।
ଆବେଦନକାରିଣୀ ରଶ୍ମିତା ସାହୁଙ୍କ ସପକ୍ଷରେ ୨୦୦୮ ଏପ୍ରିଲ ୨୮ରେ ଏକ ବିକ୍ରୟ ଦଲିଲ ସମ୍ପାଦିତ ହୋଇଥିଲା । ପରବର୍ତ୍ତୀ ସମୟରେ ୨୦୧୧ ସେପ୍ଟେମ୍ବର ୨୬ରେ ବିକ୍ରେତା ଜଣକ ଏକପାଖିଆ ଭାବେ ଉକ୍ତ ବିକ୍ରୟ ଦଲିଲକୁ ରଦ୍ଦ କରିବା ପାଇଁ ଏକ “କ୍ୟାନ୍ସଲେସନ ଡିଡ୍’ ଆବେଦନ କରିଥିଲେ । ଏହି ଆବେଦନକୁ ଗ୍ରହଣ କରି କର୍ତ୍ତୃପକ୍ଷ ପୂର୍ବ ପଞ୍ଜୀକରଣକୁ ରଦ୍ଦ କରିଦେଇଥିଲେ । ଆବେଦନକାରିଣୀ ଏହାକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଏହି ଦଲିଲ ରଦ୍ଦ ବିଷୟରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନ ଥିଲା । ସେ ସ୍ୱତ୍ତ୍ୱାଧିକାରୀ ସାର୍ଟିଫିକେଟ୍ ପାଇବା ପରେ ହିଁ ଏହି ବିଷୟରେ ଜାଣିବାକୁ ପାଇଥିଲେ ।

ଅଦାଲତ କହିଛନ୍ତି ଯେ “ରେଜିଷ୍ଟ୍ରେସନ ଆକ୍ଟ-୧୯୦୮’ ଅନୁଯାୟୀ ଥରେ ଏକ ଦଲିଲ ପଞ୍ଜୀକୃତ ହୋଇଯିବା ପରେ ଏହାକୁ ରଦ୍ଦ କରିବା ପାଇଁ ସବ୍-ରେଜିଷ୍ଟ୍ରାର କିମ୍ବା ଇନ୍ସପେକ୍ଟର ଜେନେରାଲଙ୍କ କୌଣସି ସ୍ପଷ୍ଟ କ୍ଷମତା ନାହିଁ । ରେଜିଷ୍ଟ୍ରିଂ ଅଫିସରଙ୍କ କାର୍ଯ୍ୟ କେବଳ ପ୍ରଶାସନିକ ଏବଂ ସେ ଦଲିଲ୍ ସମ୍ପାଦନ କରୁଥିବା ବ୍ୟକ୍ତିଙ୍କ ମାଲିକାନା ସ୍ୱତ୍ତ୍ୱ ବା “ଟାଇଟଲ’ ଉପରେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

  • Related Posts

    ଟ୍ରକ-ବସ ଧକ୍କା:୪ ମୃତ

    ରାଉରକେଲା: ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର…

    Continue reading
    ଏଫଏମ୍ କଲେଜ: ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା ଓଡ଼ିଆ ବିଭାଗ ଏଚଓଡିଙ୍କ ଚାଟ୍ ଭାଇରାଲ୍

    ବାଲେଶ୍ୱର : ବାଲେଶ୍ଵର ଏଫଏମ୍ କଲେଜର ପିଛା ଛାଡ଼ୁନି ବିବାଦ। ଛାତ୍ରୀ ଆତ୍ମାହୁତି ମାମଲା ପରେ ଏବେ ପୁଣି ଚର୍ଚ୍ଚାରେ FM କଲେଜ। ଆଉ ଜଣେ ଏଚଓଡିଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଅଡ଼ୁଆରେ ଓଡ଼ିଆ ବିଭାଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା