ପଣ୍ଡିତ ରଘୁନାଥ ମୁର୍ମୁ ଥିଲେ ସାନ୍ତାଳୀ ଅସ୍ମିତାର ପ୍ରତୀକ : ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନ କେବଳ ଜଣେ ବ୍ୟକ୍ତି ଭାବେ ନୁହେଁ, ସେ ଏକ ଆନ୍ଦୋଳନ, ଏକ ଚେତନା, ଏକ ଅନୁଷ୍ଠାନ ଓ ସଂସ୍କୃତିର ଅଭିଜ୍ଞାନ। ସେ ଜଣେ ଏମିତି ଯୁଗପୁରୁଷ ଥିଲେ, ଯିଏ ଅନ୍ଧାର ଭିତରେ ଆଲୋକର ଜାଗରଣ କରିଥିଲେ। ଏକ ଅବହେଳିତ ଓ ଅନ୍ତର୍ଭୁକ୍ତ ହୋଇନଥିବା ସମାଜକୁ ଶିକ୍ଷା, ଅସ୍ମିତା ଓ ଗର୍ବର ଅନୁଭୂତି ଦେଇଥିଲେ। ସେ ଥିଲେ ସାନ୍ତାଳୀ ଅସ୍ମିତାର ପ୍ରତୀକ। ବୋଲି ସାନ୍ତାଳୀ ଭାଷା ସାହିତ୍ୟର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି।

ଆଜି ସ୍ଥାନୀୟ ସିଲିସୁଆଁ ଠାରେ ସାନ୍ତାଳୀ ଭାଷା ସାହିତ୍ୟର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ହୋଇଥିଲ।। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ସମାରୋହରେ ସେ କହିଥିଲେ, ପଣ୍ଡିତ ରଘୁନାଥ ମୂର୍ମୁଙ୍କ ସୃଷ୍ଟି – ଅଲଚିକି ଲିପିର ପ୍ରସାର ଆମକୁ ଆମ ବର୍ତ୍ତମାନ ସହ ପରିଚୟ କରାଉଛି ଆଉ ଭବିଷ୍ୟତ ପାଇଁ ବିଚାର କରିବାକୁ ପ୍ରେରଣା ଦେଉଛି ।

ପ୍ରକୃତରେ ଅଲଚିକି ଲିପି ଏବଂ ଗୁରୁ ଗୋମକେ ହେଉଛନ୍ତି ପରସ୍ପର ପରିପୁରକ । ପଣ୍ଡିତ ମୁର୍ମୁ “ସ୍ରଷ୍ଟା” ହେଲେ, ଅଲଚିକି ଲିପି ହେଉଛି “ସୃଷ୍ଟି” । ତାଙ୍କ ଲିପି ଉଦ୍ଭାବନ କେବଳ ଶାବ୍ଦିକ ପରିବର୍ତ୍ତନ ନୁହେଁ, ତାହା ଥିଲା ଏକ ସଂସ୍କୃତି ଉନ୍ନତିର ନୂଆ ଅଧ୍ୟାୟ। ତାଙ୍କ ଦ୍ୱାରା ରଚିତ ଗଦ୍ୟ ଓ ପଦ୍ୟ ସାହିତ୍ୟ, ନାଟକ, ପାଠ୍ୟପୁସ୍ତକ ଓ ଲୋକସାହିତ୍ୟ ଆଜି ବି ଆମକୁ ସଂସ୍କୃତିର ମୂଳସୂତ୍ର ସହିତ ବାନ୍ଧି ରଖିଛି। ସେ ତାଙ୍କ ଶିକ୍ଷା ଓ ଚେତନା ଦ୍ୱାରା ସମାଜରେ ଶୋଷଣ ବିରୋଧରେ ଏକ ଶକ୍ତିଶାଳୀ ଜାଗରଣ ସୃଷ୍ଟି କରିଥିଲେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ସାନ୍ତାଳୀ ଭାଷାକୁ ସମୃଦ୍ଧ କରିବା ପାଇଁ ପଣ୍ଡିତ ମୁର୍ମୁ ଅଲଚିକି ଲିପିରେ ଅନେକ ଗୀତ, ନାଟକ ଓ ପାଠ୍ୟପୁସ୍ତକ ରଚନା କରିଥିଲେ। ଅଲଚିକିର ପ୍ରସାର ପାଇଁ ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାରର ସାନ୍ତାଳ ଅଧ୍ୟୁଷିତ ଅଞ୍ଚଳ ବୁଲି ଲିପିର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ। ସାନ୍ତାଳୀ ସାହିତ୍ୟର ପ୍ରଚାର ପାଇଁ ସେ ‘ସାଗେନ୍ ସାକାମ୍‌’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ। ତାଙ୍କ ପ୍ରେରଣାରେ ବାବା ତିଲକା ମାଝୀ ପାଠାଗାର ମଧ୍ୟ ପ୍ରତିଷ୍ଠା ହୋଇଥିଲା। ସାନ୍ତାଳୀ ସମାଜର ସାମାଜିକ, ଶିକ୍ଷାଗତ ଓ ସାଂସ୍କୃତିକ ଉନ୍ନତି ପାଇଁ ସେ ଏକ ଆଦିବାସୀ ସୋସିଓ-ଏଜୁକେସନାଲ୍ ଆଣ୍ଡ କଲ୍‌ଚରାଲ୍ ଆସୋସିଏସନ୍ ଗଠନ କରିଥିଲେ।

ପଣ୍ଡିତ ମୁମୁର୍ଙ୍କ ଯୋଗୁଁ କେବଳ ସାନ୍ତାଳୀ ସମାଜକୁ ନୂଆ ପରିଚୟ ମିଳିନଥିଲା, ଏଥି ସହିତ ଅନ୍ୟାନ୍ୟ ଆଦିବାସୀ ସମାଜକୁ ମଧ୍ୟ ସେ ନିଜସ୍ବ ଲିପି ବିକଶିତ କରିବାର ପଥ ପ୍ରଦର୍ଶନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।
ସେ କହିଥିଲେ, ୨୦୦୩ରେ ଭାରତ ସରକାର ସାନ୍ତାଳୀ ଭାଷାକୁ ସଂବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିଥିଲେ। ଆଜି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାରର ଆଦିବାସୀବହୁଳ ଅଞ୍ଚଳରେ ସାନ୍ତାଳୀ ଭାଷାରେ ସ୍କୁଲ୍ ଶିକ୍ଷା ଦିଆଯାଉଛି। ଅନେକ କଲେଜ ଓ ବିଶ୍ବବିଦ୍ୟାଳୟରେ ସାନ୍ତାଳୀ ଭାଷା ସାହିତ୍ୟ ପଢ଼ାଯାଉଛି। କେବଳ ସାନ୍ତାଳୀ ଭାଷା କାହିଁକି, ରାଜ୍ୟ ସରକାର, ହୋ, ମୁଣ୍ଡାରୀ, ଗାଦବା , କୁଇ, ଓରାଓଁ ଭଳି ଅନେକ ଆଦିବାସୀ ଭାଷାର ପ୍ରସାର ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ଯାଦବ ଟୁଡୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତହସିଲଦାର ହାଁସଦା ସ୍ୱାଗତ ଭଷାଣ ଦେଇଥିଲେ। ଏହି ଅବସରରେ ସାରସକଣା ବିଧାୟକ ଭାଦବ ହାଁସଦା, ବିଧାୟକ ସଞ୍ଜଳି ମୁର୍ମୁ, ଡକ୍ଟର ପ୍ରିୟଙ୍କା ମାର୍ଣ୍ଡି, ବିଧାୟକ ଡକ୍ଟର ଫକୀର ମୋହନ ନାଏକ, ବିଧାୟକ ଅଖିଳ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ