
ଦେବଗଡ଼:ବନ ବିଭାଗ ଓ ଜିଲ୍ଲା ବରିଷ୍ଠ ନାଗରିକ ଫୋରମର ମିଳିତ ସହଯୋଗରେ ଆଜି ସ୍ବର୍ଗ ଦ୍ବାର ରାସ୍ତାରେ ପଥପ୍ରାନ୍ତ ବନୀକରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦେବଗଡ ରେଞ୍ଜ ଅଧିକାରୀ ଦିପ୍ତୀରଞ୍ଜନ ବିଶ୍ବାଳ,ଫରେଷ୍ଟର ପ୍ରିତମ ସାହୁ,ଜିଲ୍ଲା ବରିଷ୍ଠ ନାଗରିକ ଫୋରମର ସଭାପତି ଡ.ରାମଚନ୍ଦ୍ର ମହାପାତ୍ର,ସଂପାଦକ ଗୌରହରି ଷଡଙ୍ଗୀ,ବନଖଣ୍ଡ ୱାଡେନ ଲଳିତ ମୋହନ ସାହୁ,ଫୋରମର ସଦସ୍ୟ ଯୁଧିଷ୍ଟିର ଦାଶ, ଘନଶ୍ୟାମ ଦ୍ବିବେଦୀ,ଗୋବିନ୍ଦ ଚନ୍ଦ୍ର ସାହୁ, ଉଦୟ କୁମାର ପ୍ରଧାନ,ଜଗମୋହନ ସାହୁ,କାହ୍ନଚରଣ ପ୍ରଧାନ,ଗିରଜା ଶଙ୍କର ଦେବଙ୍କ ସମେତ ବନବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।








