ପନ୍ତ ଏବେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ: ପନ୍ତ ଏବେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନି ଯାଇଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ରେକର୍ଡ ୨୭ କୋଟି ଟଙ୍କା ବଳରେ କିଣିଛି। ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା। ଆଜି କିନ୍ତୁ ଆରଟିଏମ ବଳରେ ଦିଲ୍ଲୀ ପନ୍ତଙ୍କୁ ନେବାକୁ ଚାହିଁଥିଲା। ହେଲେ ଲକ୍ଷ୍ନୌ ଶେଷ ବିଡ୍‌ରେ ପନ୍ତଙ୍କ ଉପରେ ୨୭ କୋଟି ଟଙ୍କାର ବୋଲି ଲଗାଇଥିଲେ।

ଏହି ଟଙ୍କାକୁ ଅତିକ୍ରମ କରିବାକୁ ଦିଲ୍ଲୀ ସାହାସ ଦେଖାଇ ନଥିଲା। ଶେଷରେ ବେଶ ନାଟକୀୟ ଢଙ୍ଗରେ ସମସ୍ତଙ୍କୁ ଚକିତ କରି ଲକ୍ଷ୍ନୌ ରେକର୍ଡ ୨୭ କୋଟିରେ ପନ୍ତଙ୍କୁ ନିଜ ସହ ସାମିଲ କରିଛି।ଏହାପୂର୍ବରୁ ଶ୍ରେୟସ ଆୟରଙ୍କ ପଞ୍ଜାବ ରେକର୍ଡ ୨୬. ୭୫ କୋଟି ଟଙ୍କାରେ କିଣିଥିଲା। ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ୨୦୨୫ ମେଗା ଅକ୍ସନରେ ଶ୍ରେୟସ ଆୟର ତାଙ୍କୁ ପଛରେ ପକାଇ ଦେଇଥିଲେ। ଏବେ ପନ୍ତ ସାଥୀ ଖେଳାଳି ଆୟରଙ୍କ ମହଙ୍ଗା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ପନ୍ତଙ୍କୁ ନେବା ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବା ଆରସିବି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ୧୧.୨୫ କୋଟି ଯାଏ ପନ୍ତଙ୍କୁ ନେବା ପାଇଁ ଆରସିବି ଲାଗି ପଡ଼ିଥିଲା। ଏହାପରେ ଲକ୍ଷ୍ନୌ ସହ ହାଇଦ୍ରାବାଦ ବିଡ ୱାରରେ ସାମିଲ ହୋଇଥିଲା। ହାଇଦ୍ରାବାଦ ୧୯ କୋଟି ଯାଏ ହାଇଦ୍ରାବାଦ ପନ୍ତ ନେବାକୁ ଚାହୁଁଥିଲା।

ଲକ୍ଷ୍ନୌ ୧୯.୨୫ କୋଟି ଟଙ୍କା ଡାକିବାରୁ ହାଇଦ୍ରାବାଦ ବିଡ୍‌ରୁ ଓହରି ଯାଇଥିଲା। ତେବେ ପୁଣି ହାଇଦ୍ରାବାଦ ପନ୍ତଙ୍କ ଉପରେ ୨୦ କୋଟି ଟଙ୍କାର ବୋଲି ଲଗାଇଥିଲା। ହାଇଦ୍ରାବାଦ ଯେତିକି ଆଗକୁ ବଢ଼ୁଥିଲା ଲକ୍ଷ୍ନୌ ମଧ୍ୟ ସେତିକି ଆଗକୁ ବଢ଼ିଥିଲା। ୨୦.୫୦ କୋଟି ଟଙ୍କା ପରେ ହାଇଦ୍ରାବାଦ ବିଧିବଦ୍ଧ ଭାବେ ଓହରି ଯାଇଥିଲା।

୨୦.୭୫ କୋଟି ଲକ୍ଷ୍ନୌ ନିଜ ପାଖରେ କିଣିଥିଲା। କିନ୍ତୁ ଦିଲ୍ଲୀ ଆରଟିଏମ କାର୍ଡ ବ୍ୟବହାର କରିଥିଲେ। ନିୟମ ଅନୁସାରେ ଲକ୍ଷ୍ନୌଙ୍କୁ ଫାଇନାଲ ବିଡ କରିବାକୁ କହିଥିଲା। ଲକ୍ଷ୍ନ ସିଧା ପନ୍ତଙ୍କ ମୂଲ୍ୟକୁ ୨୭ କୋଟିରେ ପହଞ୍ଚାଇ ଦେଇଥିଲା। ଦିଲ୍ଲୀ ଏହି ଟଙ୍କା ଦେଖି ତାଙ୍କୁ ଆଉ ନେବାକୁ ସାହାସ କରି ନଥିଲା। ଶେଷରେ ପନ୍ତ ରେକର୍ଡ ୨୭ କୋଟି ଟଙ୍କା ବଳରେ ପନ୍ତଙ୍କୁ କିଣିଛି।

  • Related Posts

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

    Continue reading
    ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

    ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର