ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

ଭୁବନେଶ୍ଵର : ୧୬୩୫ଟି ନୂତନ ରାଜସ୍ଵ ଗ୍ରାମର ସୀମା ପରିବର୍ତ୍ତନ ନେଇ ରାଜସ୍ଵ ବିଭାଗ ପକ୍ଷରୁ ଜାରି ହେଲା ସ୍ଵତନ୍ତ୍ର ନିର୍ଦ୍ଦେଶନାମା। ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଆରଡିସିଙ୍କୁ ଚିଠି। ପୁରୁଣା ରାଜସ୍ଵ ଗାଁ ରେକର୍ଡ ଯେମିତି ମିଶି ନଯାଏ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ।

ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଲେଖିଛନ୍ତି, ଦୀର୍ଘଦିନ ଧରି ନୂତନ ରାଜସ୍ବ ଗ୍ରାମ ଓ ଏହାର ସୀମା ପୁନଃ ନିର୍ଦ୍ଧାରଣ ଲାଗି ଦାବି ହୋଇଆସୁଥିଲା। ଏହାକୁ ନେଇ ଜିଲ୍ଲାପାଳ, ବନ୍ଦୋବସ୍ତ ଅଧିକାରୀଙ୍କ ପକ୍ଷରୁ ଆସିଥିବା ସୁପାରିସ୍‌କୁ ଆଧାର କରି ସରକାରଙ୍କ ପକ୍ଷରୁ ୧୬୩୫ଟି ରାଜସ୍ବ ଗ୍ରାମକୁ ଅନୁମୋଦନ ପ୍ରଦାନ କରାଯାଇଛି। ରାଜସ୍ବ ଗ୍ରାମ ବିଭାଜନ ଦ୍ବାରା ଦୁଇଟି ଅଲଗା ଗ୍ରାମ ପାଇଁ ନୂତନ ଭୂ-ରେକର୍ଡ ପ୍ରସ୍ତୁତ ହେବା ଉଚିତ୍। ଯେଉଁଥିରେ ପ୍ରତ୍ୟେକ ରାଜସ୍ବ ଗ୍ରାମ ନୂତନ ଖାତା ଓ ପ୍ଲଟ୍ ତଥ୍ୟ ରହିବା ଜରୁରୀ । ନୂତନ ରାଜସ୍ବ ଗ୍ରାମ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଯେପରି ପୁରୁଣା ରାଜସ୍ୱ ଗ୍ରାମର ରେକର୍ଡ ମିଶି ନଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି।

  • Related Posts

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ପୁରୀ: ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅନ୍ନ, ବ୍ୟଞ୍ଜନ ସହ ଶୁଖିଲି ମହାପ୍ରସାଦର ଦର ନିର୍ଦ୍ଧାରଣ ରେଟ୍‌ ଚାଟ୍‌ ଲାଗିବ । ମଙ୍ଗଳବାର ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟରେ ଆନନ୍ଦ ବଜାର ଶୃଙ୍ଖଳା କମିଟି ବୈଠକ ପରେ ଏନେଇ ସୂଚନା ଦେଇଥିଲେ ମୁଖ୍ୟ…

    ନବ ଦାସ ହତ୍ୟା ମାମଲା: ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ

    ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି। ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ। ଗତ ମାର୍ଚ୍ଚରେ…

    Leave a Reply

    Your email address will not be published. Required fields are marked *

    You Missed

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ରିସେପ୍ସନ ଭୋଜି ଦେଲେ ପିନାକୀ-ମହୁଆ

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ମାନହାନି ମାମଲାରେ ରାହୁଲଙ୍କୁ ବେଲ୍

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ପରିବର୍ତ୍ତନ ହେବ ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଖୁବ୍‌ଶୀଘ୍ର ଲାଗିବ ମହାପ୍ରସାଦ ରେଟ୍‌ ଚାଟ୍‌

    ଥାନାରେ ଯୁବକଙ୍କୁ ମାଡ଼, ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଥାନାରେ ଯୁବକଙ୍କୁ ମାଡ଼,  ନିର୍ୟାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ!

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ

    ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ:୨ ମୃତ