ପର୍ଥରେ ଚୌକା-ଛକା ବର୍ଷା: ୪୯୧ ଦିନ ପରେ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ପର୍ଥ,୨୪।୧୧: ଅଷ୍ଟ୍ରେଲିଆରେ ଚମକିଲେ ବିରାଟ କୋହଲି। ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ କୋହଲି ଶତକ ମାରିବାରେ ସଫଳ ହୋଇଛନ୍ତି। ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଥିବା ଏହି ଖେଳାଳି ବଡ଼ ଇନିଂସ ଖେଳି ଆଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଏହା ବିରାଟଙ୍କ ଟେଷ୍ଟ କ୍ୟାରିୟରର ୩୦ ତମ ଶତକ। ୪୯୧ ଦିନ ପରେ ସେ ଟେଷ୍ଟ ଫର୍ମାଟରେ ଶତକ ମାରିଛନ୍ତି। ଏହା ପୂର୍ବରୁ ସେ ୨୦୨୩ ଜୁଲାଇ ୨୦ରେ ପୋର୍ଟ ଅଫ୍‌ ସ୍ପେନ୍‌ରେ ଶତକ ମାରିଥିଲେ।
ଖେଳର ତୃତୀୟ ଦିନରେ ମଇଦାନକୁ ଓହ୍ଲାଇଥିବା କୋହଲି ଦ୍ରୁତ ବୋଲରମାନଙ୍କୁ ସାବଧାନତାର ସହ ଖେଳିଥିଲେ। ଏହାପରେ ସେ ଦୁଇ ଥର ଆଉଟ୍‌ ହେବାରୁ ରକ୍ଷା ପାଇଥିଲେ। ଭାଗ୍ୟ ସାଥ୍‌ ଦେବା ପରେ ସେ ଜବରଦସ୍ତ କ୍ରିକେଟ ପ୍ରଦର୍ଶନ କରିଥିଲେ। ୯୪ ବଲ୍‌ରେ ସେ ଅର୍ଦ୍ଧଶତକ ପୂରଣ କରିବା ପରେ ବିସ୍ଫୋରକ ବ୍ୟାଟିଂ କରି ଶତକ ମାରିଥିଲେ।
କୋହଲି ପର୍ଥ ଟେଷ୍ଟରେ ଶତକ ମାରିବା ପରେ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ସେ ବର୍ଡର-ଗାଭାସ୍କର ଟ୍ରଫିରେ ସବୁଠାରୁ କମ୍‌ ଇନିଂସରେ ୯ ଶତକ ଲଗାଇଥିବା ଖେଳାଳି ପାଲଟିଛନ୍ତି। ସଚିତ ୬୫ ଇନିଂସରେ ୯ ଶତକ ମାରିଥିଲେ। ଏହାଛଡ଼ା କୋହଲି ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ୭ ଟେଷ୍ଟ ଶତକ ମାରି ସଚିନଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ତେନ୍ଦୁଲକର ୬ ଶତକ ମାରିଥିବା ବେଳେ ସୁନୀଲ ଗାଭାସ୍କର ୫ ଥର ଶତକ ମାରିଥିଲେ।

Related Posts

ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

Continue reading
ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

Continue reading

Leave a Reply

Your email address will not be published. Required fields are marked *

You Missed

ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

ଘର ସଫା କରିବ ରୋବଟ୍

ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର