ପର୍ଥ ଟେଷ୍ଟ ଖେଳିବେନି ରୋହିତ

ନୂଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସନ୍ତାନର ପିତା ହୋଇଛନ୍ତି। ରୋହିତଙ୍କ ପତ୍ନୀ ଋତିକା ମୁମ୍ବଇର ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ତାଙ୍କର ଏକ ଝିଅ ଥିଲା। ଏହି ଖବର ଆସିବା ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଖେଳିବା ଲାଗି ଅଷ୍ଟ୍ରେଲିଆରେ ଅଛି। ପିତା ହେବାକୁ ଥିବାରୁ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ କରିନାହାନ୍ତି। ଏ ନେଇ ରୋହିତ ବିସିସିଆଇକୁ ମଧ୍ୟ ଅବଗତ କରାଇବା ସହ ଛୁଟି ମାଗିଥିଲେ। ବିସିସିଆଇ ରୋହିତଙ୍କ ପ୍ରସ୍ତାବକୁ ସମ୍ମାନ ଦେବା ସହିତ ଛୁଟି ମଞ୍ଜୁର କରିଥିଲା। ରୋହିତ ମୁମ୍ବଇରେ ରହି ଅଭ୍ୟାସ ଜାରି ରଖିଛନ୍ତି। ରୋହିତଙ୍କୁ ଅଭ୍ୟାସ ନେଇ ମୁମ୍ବଇ କ୍ରିକେଟ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି। ଏବେ ଦ୍ବିତୀୟ ସନ୍ତାନର ପିତା ହେବା ପରେ ପର୍ଥ ଟେଷ୍ଟ ନଖେଳିବା ନେଇ ସ୍ପଷ୍ଟ ହୋଇଛି। ରୋହିତଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ବୁମ୍‌ରା ପର୍ଥ ଟେଷ୍ଟରେ ଭାରତର ନେତୃତ୍ବ ନେବେ। ଡିସେମ୍ବର ୬ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ବେଳକୁ ରୋହିତ ଦଳ ସହିତ ଯୋଗ ଦେ​‌ବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ରୋହିତଙ୍କ ସ୍ଥାନରେ ପ୍ରଥମ ଟେଷ୍ଟରେ ଲୋକେଶ ରାହୁଲ କିମ୍ବା ଅଭିମନ୍ୟୁ ଈଶ୍ବରନଙ୍କ ମଧ୍ୟରୁ ଜଣେ ଓପନିଂ କରିପାରନ୍ତି। ରାହୁଲ ଅଭ୍ୟାସ ସମୟରେ ଆଘାତପ୍ରାପ୍ତ ହୋଇଥିଲେ। କିନ୍ତୁ ବିସିସିଆଇ ପକ୍ଷରୁ ରାହୁଲଙ୍କ ଆଘାତ ଗୁରୁତର ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ସର୍ଫରାଜ ଖାନ ଓ ଶୁବମାନ ଗିଲ୍‌ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ସର୍ଫରାଜଙ୍କ ଆଘାତ ମଧ୍ୟ ଗୁରୁତର ନଥିବା କୁହାଯାଇଛି। ଗିଲ୍‌ଙ୍କ ବୁଢା ଆଙ୍ଗୁଠିରେ ଆଘାତ ଲାଗିଛି। ଫଳରେ ସେ ପ୍ରଥମ ଟେଷ୍ଟ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି। ଗିଲ୍‌ ଯଦି ନଖେଳନ୍ତି ତେବେ ପର୍ଥ ଟେଷ୍ଟରେ ରାହୁଲ ଓ ସର୍ଫରାଜ ଖେଳିବା ନିଶ୍ଚିତ ହେବ। ସୂଚନାଯୋଗ୍ୟ, ଭାରତ ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଟେ​‌ଷ୍ଟ ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ। ଭାରତକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର ନକରି ବିଶ୍ବ ଟେ​‌ଷ୍ଟ ଚମ୍ପିଆନସିପ୍‌ ୨୦୨୪-୨୫ ଫାଇନାଲ ଖେଳିବାକୁ ହେଲେ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାକୁ ୪-୦ରେ ଜିତିବାକୁ ପଡ଼ିବ। ଏହି ଦୃଷ୍ଟିରୁ ଭାରତ ପାଇଁ ଉକ୍ତ ଶୃଙ୍ଖଳାର ଗୁରୁତ୍ବ ବଢିଯାଇଛି।

  • Related Posts

    ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌,ବିଶ୍ବ ଚମ୍ପିଆନ୍‌ଙ୍କୁ ହରାଇ ପାୟଲଙ୍କୁ ସ୍ବର୍ଣ୍ଣ

    ବଲାଙ୍ଗିର: ବ୍ୟାଙ୍ଗକକ୍‌ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍‌ରେ କ୍ରମାଗତ ୨ୟ ଦିନ​‌ରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ…

    Continue reading
    ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮; ଆୟୋଜନ ପାଇଁ ପ୍ରସ୍ତୁତ ଓଡି଼ଶା, କାଉଣ୍ଟଡାଉନ ଆରମ୍ଭ

    ଭୁବନେଶ୍ବର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ୱାର୍ଲ୍ଡ ଆଥେଲେଟିକ୍ସ ଚମ୍ପିଅନସିପ ୨୦୨୮ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ ରହିଛି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ