ପଶ୍ଚିମବଙ୍ଗରେ ବିଜେପି ଜାରି କଲା ୧୪୪ ପ୍ରାର୍ଥୀଙ୍କ ଲିଷ୍ଟ,ମମତାଙ୍କୁ ଚ୍ୟାଲେଞ୍ଜ ଦେବେ ଶୁଭେନ୍ଦୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ୧୪୪ ପ୍ରାର୍ଥୀଙ୍କ ପ୍ରଥମ ଲିଷ୍ଟ ଜାରି କରିଛି। ବିଜେପି ଶୁଭେନ୍ଦୁ ଅଧିକାରୀ ଓ ଦିଲ୍ଲୀପ ଘୋଷଙ୍କୁ ଟିକେଟ ଦେଇଛି। ବିଜେପି ନନ୍ଦିଗ୍ରାମ୍ ଓ ଭବାନୀପୁର ସିଟରୁ ଶୁଭେନ୍ଦୁ ଅଧିକାରୀଙ୍କୁ ଦୁଇଟି ଆସନରୁ ନିର୍ବାଚନରେ ଲଢିବାକୁ ସୁଯୋଗ ଦେଇଛି। ଭବାନୀପୁରରୁ ସିଏମ୍ ମମତା ବାନାର୍ଜୀ ଗତ ଥର ନିର୍ବାଚନ ଜିତିଥିଲେ।

୨୦୨୧ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମ ଆସନରୁ ଶୁଭେନ୍ଦୁ ଅଧିକାରୀ ସିଏମ୍ ମମତା ବାନାର୍ଜୀଙ୍କୁ ପ୍ରାୟ ୨୦୦୦ ଭୋଟ୍‌ରେ ହରାଇଥିଲେ। ୧୭ ରାଉଣ୍ଡ ଗଣତି ପରେ ଶୁଭେନ୍ଦୁ ଜିତିଥିବାର ଘୋଷଣା କରଯାଇଥିଲା। ସେତେବେଳେ ମମତା ବିଜେପି ଉପରେ ନିର୍ବାଚନ ବେଳେ ଠକେଇ ଅଭିଯୋଗ ଆଣିଥିଲା। ସେହି ପରାଜୟ ପରେ ମମତା ଭବାନୀପୁରରୁ ଲଢିଥିଲେ ଓ ନିର୍ବାଚନ ଜିତିଥିଲେ। ଏବେ ବିଜେପି ମମତାଙ୍କୁ ଘେରିବା ପାଇଁ ପୁଣିଥରେ ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ସିଟ୍‌ରେ ଓହ୍ଲାଇଛି।

ଗତ ବର୍ଷ ନନ୍ଦିଗ୍ରାମ୍ ବିଧାନସଭା ଆସନରୁ ମମତା ହାରିଥିଲେ। ଏହାପରେ ସେ ସିଏମ୍ ହେବା ପାଇଁ ବିଧାୟକ ହେବାର ବାଧ୍ୟତାମୂଳକ ସ୍ଥିତି ଦେଖି ଭବାନୀପୁର ବିଧାନସଭା ଆସନରୁ ଉପ-ନିର୍ବାଚନ ଲଢିଥିଲେ। ଟିଏମସି ବିଧାୟକ ଶୋଭନଦେବ ଚାଟାର୍ଜୀ ସିଏମ୍ ପାଇଁ ନିଜ ଆସନ ଖାଲି କରି ଇସ୍ତଫା ଦେଇଥିଲେ। ଏବେ ଦେଖିବାର ଅଛି ଟିଏମ୍‌ସି ଲିଷ୍ଟରେ ମମତାଙ୍କ ନାଁ କେଉଁ ଆସନରେ ଆସିବ। ନନ୍ଦୀଗ୍ରାମରୁ ସେ ଗତଥର ହାରି ଯାଇଥିଲେ ଓ ଭାବନୀପୁରରୁ ବିଧାୟକ ଅଛନ୍ତି। ଶୁଭେନ୍ଦୁ ଏବେ ଦୁଇଟି ଆସନରେ ଓହ୍ଲାଇବା ପରେ ମମତା ସେଠାରୁ ନିର୍ବାଚନ ଲଢିବେ ନାଁ ଅନ୍ୟ କୌଣସି ତୃତୀୟ ଆସନରୁ ନିର୍ବାଚନ ଲଢିବେ।

ସେପେଟ ବିଜେପି ଦିଲ୍ଲୀପ କୁମାର ଘୋଷଙ୍କୁ ବୋଲପୁର ବିଧାନସଭା, ଆସାନସୋଲ୍ ଦକ୍ଷିଣରୁ ଅଗ୍ନିମିତ୍ର ପଲ୍, ଖଡଗପୁର ସଦରରୁ ଦିଲ୍ଲୀପ ଘୋଷ, ରାସବିହାରୀରୁ ସ୍ବପ୍ନ ଦାସ ଗୁପ୍ତାଙ୍କୁ ଟିକେଟ ଦେଇଛି। ନିର୍ବାଚନ କମିଶନ୍ ରବିବାର ଘୋଷଣା କରିଛି ପଶ୍ଚିମବଙ୍ଗର ୨୯୪ ଆସନରୁ ବିଧାନସଭା ନିର୍ବାଚନ ଦୁଇଟି ପର୍ୟ୍ୟାୟରେ ୨୩ ଏପ୍ରିଲ ଓ ୨୯ ଏପ୍ରିଲ ୨୦୨୬ରେ ହେବ। ଭୋଟ୍ ଗଣତି ୪ ମଇ ୨୦୨୬ ରୁ ହେବ।

  • Related Posts

    ପୁଣି ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହାର ଲକ୍ଷଣ ବିଷୟରେ

    ନୂଆଦିଲ୍ଲୀ : କରୋନା ଭାଇରସର ନୂଆ ଭାରିଆଣ୍ଟ ଖୁବ୍ ଜୋରର ବ୍ୟାପିବା ଆରମ୍ଭ କରିଛି। ଆମେରିକାରେ କୋଭିଡ୍-୧୯ର ନୂଆ ସବ୍ଭାରିଆଣ୍ଟ BA.3.2 ସାମ୍ନାକୁ ଆସିଛି, ଯାହାକୁ ସିକାଡା ( Cicada) ମଧ୍ୟ କୁହାଯାଉଛି। ରିପୋର୍ଟ ମୁତାବିକ , ସବ୍ ଭାରିଆଣ୍ଟ BA.3.2…

    Continue reading
    ଆଜିଠୁ ନୂଆ ଆୟକର ଆଇନ ଲାଗୁ

    ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ସହ ଏପ୍ରିଲ ୧ରୁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ନୂଆ ଆୟକର ଆଇନ । ଏହା ୬ ଦଶନ୍ଧି ପୁରୁଣା ପ୍ରତ୍ୟକ୍ଷ ଟିକସ ଆଇନକୁ ବାଦ ଦେବ । ଅନୁପାଳନ ବ୍ୟବସ୍ଥା, ଶବ୍ଦ ଏବଂ ଟିକସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ