ପାଞ୍ଚ ଦଳକୁ ନେଇ ମେଣ୍ଟ ଘୋଷଣା କଲେ ତେଜ ପ୍ରତାପ ଯାଦବ

ପଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରୁ ବହିଷ୍କୃତ ହେବା ପରେ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୟେଷ୍ଠ ପୁତ୍ର ତେଜ ପ୍ରତାପ ଯାଦବ ବିହାର ବିଧାନସଭା ନିର୍ବାଚନରେ ଭାଗ ନେବା ପାଇଁ ପାଞ୍ଚଟି କ୍ଷୁଦ୍ର ରାଜନୈତିକ ଦଳ ସହ ଏକ ମେଣ୍ଟ ଗଠନ କରିଛନ୍ତି। ମଙ୍ଗଳବାର ପଟନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତେଜ ପ୍ରତାପ ଏହି ଘୋଷଣା କରିଛନ୍ତି। ଏହି ମେଣ୍ଟରେ ସାମିଲ ହୋଇଥିବା ପାଞ୍ଚଟି ଦଳ ମଧ୍ୟରେ ବିକାଶ ବଞ୍ଚିତ ଇନସାନ ପାର୍ଟି (ଭିଭିଆଇପି), ଭୋଜପୁରୀୟା ଜନ ମୋର୍ଚ୍ଚା (ବିଜେଏମ), ପ୍ରଗତିଶୀଳ ଜନତା ପାର୍ଟି (ପିଜେପି), ଓ୍ଵାଜିବ ଅଧିକାର ପାର୍ଟି (ଡବ୍ଲୁଏପି) ଏବଂ ସଂଯୁକ୍ତ କିସାନ ବିକାଶ ପାର୍ଟି (ଏସକେଭିପି) ରହିଛନ୍ତି।

ଏନେଇ ତେଜ ପ୍ରତାପ କହିଛନ୍ତି ଯେ, ସେ ବୈଶାଳୀ ଜିଲ୍ଲାର ମହୁଆ ବିଧାନସଭା ଆସନରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ। ଏହା ପୂର୍ବରୁ ସେ ୨୦୧୫ରେ ମହୁଆରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୨୦ ମସିହା ନିର୍ବାଚନରେ ଆରଜେଡି ତାଙ୍କୁ ହାସନପୁର ଆସନକୁ ସ୍ଥାନାନ୍ତର କରିଥିଲା। ସେ ଦାବି କରିଛନ୍ତି ଯେ ମହୁଆର ଜନତା ତାଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ଏବଂ ସେ ସେଠାରେ ବିକାଶ କାର୍ୟ୍ୟ ପାଇଁ ଜନସମର୍ଥନ ପାଇଛନ୍ତି।ଏହି ମେଣ୍ଟର ମୁଖ୍ୟ ଲକ୍ଷ୍ୟ ସାମାଜିକ ନ୍ୟାୟ, ସାମାଜିକ ଅଧିକାର ଏବଂ ବିହାରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ବୋଲି ତେଜ ପ୍ରତାପ ଉଲ୍ଲେଖ କରିଛନ୍ତି। ସେ ଲୋହିଆ, କର୍ପୁରୀ ଠାକୁର ଏବଂ ଜୟପ୍ରକାଶ ନାରାୟଣଙ୍କ ସ୍ଵପ୍ନକୁ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆରଜେଡିକୁ ମେଣ୍ଟରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି, କିନ୍ତୁ ବିଜେପି ଓ ଜେଡିୟୁ ସହ ମେଣ୍ଟ କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି।

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ