ପାଠଶାଳାରେ ନୂଆ ବିଦ୍ୟାର୍ଥୀ

ପାଠଶାଳାରେ ଦୁଇ ବିଦ୍ୟାର୍ଥୀ। ନୂଆ ଛାତ୍ର। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିରେ ଥିବା ହସ୍ତୀ ପାଠଶାଳାକୁ ଏହି ଦୁଇ ବିଦ୍ୟାର୍ଥି କଳାହାଣ୍ଡି ଓ କେନ୍ଦୁଝରରୁ ଆସିଛନ୍ତି। ଭବାନୀପାଟଣାରୁ ଆସିଥିବା ୪ ମାସର ‘ରାଧିକା’ ମାଆ ଛେଉଣ୍ଡ ହୋଇଥିବା ବେଳେ କେନ୍ଦୁଝରରୁ ଆସିଥିବା ୩ ମାସର ‘ଜଗୁ’ ଗୋଠ ଛଡ଼ା ହୋଇଥିଲେ। ଏହାପୂର୍ବରୁ ବାଲ ହସ୍ତୀ ପାଠଶାଳାରେ ଜଗା ନାମକ ଏକ ଛୋଟ ହାତୀ ଥିବା ବେଳେ ଗୋଡ଼ିବାରୀ ପାଠଶାଳାର ମୋଟ ହାତୀଙ୍କ ସଂଖ୍ୟା ୮ରେ ପହଞ୍ଚିଛି । ଗୋଠ ଛଡା ହେଉ ବା ଶିଶୁ ହାତୀକୁ ତାଲିମ ଦେବା ପାଇଁ କୁମାରଖୁଣ୍ଟିରେ ରହିଛି ପାଠଶାଳା। ଆସାମରୁ ଆସିଥିବା ମାହୁନ୍ତ ଓ ବିଶେଷଜ୍ଞମାନେ ହାତୀଙ୍କୁ ପାଠ ପଢ଼ାଉଛନ୍ତି। ସେଠାରେ ହାତୀମାନେ ମନଦେଇ ପାଠ ପଢ଼ୁଛନ୍ତି। ମାହୁନ୍ତଙ୍କ ସବୁ ନିର୍ଦ୍ଦେଶକୁ ପାଳନ କରୁଛନ୍ତି। ହାତୀମାନେ ସକାଳୁ ଉଠି ପ୍ରାତଃ ଭ୍ରମଣ କରୁଛନ୍ତି। ଫୁଲ୍‌ବଲ ଖେଳୁଛନ୍ତି ଓ ବ୍ୟାୟାମ୍‌ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ଆଉ ପୂର୍ବ ପରି ଚେନ୍‌ରେ ବାନ୍ଧି ରଖିବାକୁ ପଡ଼ୁନାହିଁ।
ପାଠଶାଳାରେ ତାଲିମ ନେଉଥିବା ହାତୀଙ୍କ ଦୈନିକ ଜୀବନଚର୍ଯ୍ୟା କ’ଣ? ବନ ବିଭାଗର ସୂଚନା ଅନୁସାରେ ସକାଳ ୬ଟାରେ ହାତୀ ଶାଳାରୁ ହାତୀମାନେ ବାହାରନ୍ତି। ମଣିଷଙ୍କ ପରି ସେମାନେ ଜଙ୍ଗଲ ଭିତରେ ୩ କିମି ମର୍ଣ୍ଣିଂୱାକ କରନ୍ତି। ବିନା ଚେନ୍‌ରେ ସେମାନେ ଚାଲନ୍ତି। ସାଙ୍ଗରେ ମହୁନ୍ତମାନେ ଯାହାନ୍ତି। ମର୍ଣ୍ଣିଂୱାକ୍‌ କରିବା ପରେ ସେମାନେ ହାତୀ ଶାଳାକୁ ଫେରନ୍ତି। ସେଠାରେ ଅଧ ଘଣ୍ଟାଏ ବିଶ୍ରାମ ନିଅନ୍ତି। ବ୍ରେକ୍‌ଫାଷ୍ଟରେ ସେମାନଙ୍କୁ କଦଳୀ, ନଡ଼ିଆ, କଦଳୀ ଗଛ, ବତୁରା ହୋଇଥିବା ଗହମ ଖାଇବାକୁ ଦିଆଯାଇଥାଏ।

ବ୍ରାକ୍‌ଫାଷ୍ଟ ଖାଇବା ପରେ ହାତୀମାନେ ଅଧ ଘଣ୍ଟାଏ ବିଶ୍ରାମ ନିଅନ୍ତି। ତା’ପରେ ସେମାନେ ଜଙ୍ଗଲକୁ ଯାଆନ୍ତି। ଜଙ୍ଗଲରେ ୭ କିମି ପର୍ଯ୍ୟନ୍ତ ଯାହାନ୍ତି ଓ ଡାଳ ପତ୍ର ଖାଇ ଥାଆନ୍ତି। ସେମାନଙ୍କ ସହିତ ମାହାନ୍ତୁ, ସହକାରୀ ମାହୁନ୍ତ ଓ ବନ ବିଭାଗ କର୍ମଚାରୀମାନେ ଯାଇଥାଆନ୍ତି। ଅପରାହ୍ନ ପ୍ରାୟ ସାଢ଼େ ୧୨ରୁ ଗୋଟାଏ ବେଳେ ଫେରିଲା ବେଳେ କୁମ୍ଭାରଖୁଣ୍ଟି ଡ୍ୟାମ୍‌ରେ ଗାଧୋଇ ଥାଆନ୍ତି। ଖରାଦିନରେ ସେମାନେ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ଗାଧୋଇ ଥାଆନ୍ତି।

  • Related Posts

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଭୁବନେଶ୍ୱର: ଏଥର ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟର ୧୧୫ଟି ସହରାଞ୍ଚଳରେ ଶତାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ହେବ। ଏଥିପାଇଁ ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ,…

    କଟକ ଷ୍ଟେସନ ପୁନଃବିକାଶ କାର୍ଯ୍ୟ: ଟ୍ରେନଗୁଡ଼ିକର ଅସ୍ଥାୟୀ ପରିବର୍ତ୍ତନ

    ଭୁବନେଶ୍ୱର: ପୂର୍ବ ତଟ ରେଳପଥର ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ କଟକ ରେଳ ଷ୍ଟେସନରେ ଏୟାର କନକୋର୍ସ ଗ୍ରୀଡ୍ ନିର୍ମାଣ, ଗ୍ରାନାଇଟ୍ ଫ୍ଲୋରିଂ ଏବଂ ପ୍ରିକାଷ୍ଟ କପିଂ ବ୍ଲକ୍ ସହିତ ପ୍ଲାଟଫର୍ମ ପୃଷ୍ଠର ନବୀକରଣ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଏୟାର କନକୋର୍ସ ପାଇଁ…

    Leave a Reply

    Your email address will not be published. Required fields are marked *

    You Missed

    ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ ର ଟ୍ରାଏଲ ରନ୍‌ ସଫଳ

    ଅଗଷ୍ଟ ୨୫ରୁ ୩୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପାଳନ ହେବ ସ୍ବାୟତ୍ତ ଶାସନ ଦିବସ

    ଉତ୍ତରପ୍ରଦେଶ ବିଧାନସଭାରେ ପ୍ରବେଶ କଲା ଏଆଇ

    ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ୭ମୃତ

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ଓଡ଼ିଶାରେ ବି ଚାଲିଛି ଭୋଟ ଚୋରିର ସରକାର :ପିସିସି ସଭାପତି

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ

    ୨୦ପରେ ନିଗମ, ବୋର୍ଡ ଏବଂ କମିଟି ଘୋଷଣା ହୋଇପାରେ: ମନମୋହନ