ପାରାଦ୍ବୀପ ହେଉଛି ଉଦୀୟମାନ ଓଡ଼ିଶାର ପ୍ରତୀକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆମ ଦେଶର ଇଫ୍‌କୋ ସର୍ବବୃହତ କୋ-ଅପରେଟିଭ୍ ସଂସ୍ଥା ଭାବେ ସାର ଉତ୍ପାଦନରେ ସାରା ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି। ଆଜିର ଏହି ସଲ୍‌ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଷ୍ଟ୍ରିମ୍‌-୩ର ଉଦ୍‌ଘାଟନ ଯୋଗୁଁ ସାର ଉତ୍ପାଦନ କ୍ଷେତ୍ରରେ ଆମେ ଆତ୍ମନିର୍ଭରତା ଆଡ଼କୁ ଆଉ ଏକ ପାଦ ଆଗକୁ ବଢ଼ି ପାରିଛୁ। ଏଥିରେ ଦିନକୁ ପ୍ରାୟ ୨ ହଜାର ଟନ୍ ସଲ୍‌ଫ୍ୟୁରିକ୍ ଏସିଡ୍ ଉତ୍ପାଦନ ହେବ। ବର୍ଷକୁ ୬ ଲକ୍ଷ ମେଟ୍ରିକ୍ ଟନ୍ ସଲ୍‌ଫ୍ୟୁରିକ୍ ଏସିଡ୍ ଆମେ ବିଦେଶରୁ ଆମଦାନୀ କରୁ। ଏହି ପ୍ଳାଣ୍ଟ ସମ୍ପୂର୍ଣ୍ଣ କାର୍ୟ୍ୟକାରୀ ହେଲେ ଦେଶକୁ ଆଉ ଆମଦାନୀ କରିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଶୁକ୍ରବାର କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ଇଫ୍‌କୋ ସଲ୍‌ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟନ ଅବସରରେ ଶ୍ରୀ ମାଝୀ କହିଲେ, ପାରାଦ୍ବୀପ ସହର ହେଉଛି ଉଦୀୟମାନ ଓଡ଼ିଶାର ପ୍ରତୀକ। ବନ୍ଦର, ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ, ସାର କାରଖାନା ଓ ଆହୁରି ଅନେକ ଶିଳ୍ପର କେନ୍ଦ୍ରସ୍ଥଳ ହେଉଛି ଆପଣମାନଙ୍କ ପାରାଦ୍ବୀପ। ଏହା କେବଳ ଆରମ୍ଭ ମାତ୍ର। ଆଗାମୀ ଦିନରେ ପାରାଦ୍ବୀପ ଓଡ଼ିଶାର ସମୃଦ୍ଧିର ପ୍ରତିବିମ୍ବ ହେବାକୁ ଯାଉଛି। ପାରାଦ୍ବୀପରେ ଟେକ୍ସଟାଇଲ ପାର୍କ ଭଳି ଅନେକ ଶିଳ୍ପ ଓ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ହେବାକୁ ଯାଉଛି। ପାରାଦ୍ବୀପରୁ କଟକ, ଭୁବନେଶ୍ବର ଦେଇ ପୁରୀ ପର୍ୟ୍ୟନ୍ତ ଆମେ ଏକ ଅର୍ଥନୈତିକ କ୍ଷେତ୍ର କରିବାକୁ ଯାଉଛୁ। ବିସିପିପିଇଆର ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ଦେଇଛନ୍ତି। ଏଥିରେ ସମୃଦ୍ଧ ଓଡ଼ିଶାର ଭିତ୍ତିଭୂମି ନିର୍ମାଣ ହେବ।

ପାରାଦ୍ବୀପରୁ ପୁରୀ ପର୍ୟ୍ୟନ୍ତ ଅଞ୍ଚଳ ପୂର୍ବ ଭାରତର ମୁମ୍ବଇ ଭଳି ଇକୋନୋମିକ୍ ହବ୍ ହେବ ଏବଂ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ପ୍ରବେଶ ଦ୍ବାର ଭଳି କାର୍ୟ୍ୟ କରିବ। କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ଆପଣମାନଙ୍କ ଭାଗୀଦାରିରେ ଓଡ଼ିଶା ଏକ ସମୃଦ୍ଧ, ବିକଶିତ ରାଜ୍ୟ ରୂପେ ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ ଭାବରେ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।

  • Related Posts

    ଦିନରେ ଅଗ୍ନିବର୍ଷା, ସନ୍ଧ୍ୟାରେ ଝଡ଼ବର୍ଷା

    ଭୁବନେଶ୍ୱର: ଦିନରେ ଅଗ୍ନିବର୍ଷା, ସନ୍ଧ୍ୟାରେ ଝଡ଼ବର୍ଷା। ସକାଳୁ ତାତି ଓ ଗୁଳୁଗୁଳି, ଆଉ ଅପରାହ୍ଣରେ ବଦଳିଯାଉଛି ପାଗ ମିଜାଜ୍। ମାଡ଼ି ଆସୁଛି ମେଘ ପବନ। ଗତ କିଛି ଦିନ ହେବ ରାଜ୍ୟରେ ଏମିତି ପାଗ ଜାରି ରହିଛି। ଆସନ୍ତା ୪ ଦିନ…

    Continue reading
    ରଥଯାତ୍ରା ପୂର୍ବରୁ ଶେଷ ହେବ ପୁରୀ ରେଳ ଷ୍ଟେସନ କାମ

    ପୁରୀ: ରଥଯାତ୍ରା ପୂର୍ବରୁ ଶେଷ ହେବ ପୁରୀ ରେଳ ଷ୍ଟେସନର ସମସ୍ତ କାମ। ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରଥଯାତ୍ରା ସମୟରେ ନୂଆ ରେଳ ଷ୍ଟେସନରେ ଏଥର ପର୍ୟ୍ୟଟକଙ୍କୁ ମିଳିବ ନୂଆ ଅନୁଭୂତି। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଜୋରସୋରରେ କାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ