ପଞ୍ଚାୟତ ଭୋଟ୍ ପୂର୍ବରୁ କଂଗ୍ରେସ-ବିଜେଡି ମେଣ୍ଟ ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟସଭା, ଏସସିବି ପ୍ରସଙ୍ଗ, ବିଜୁଙ୍କୁ ନେଇ ବିବାଦ। ପ୍ରସଙ୍ଗ ଭିନ୍ନ, କିନ୍ତୁ ଆଭିମୁଖ୍ୟ ଏକ। ରାଜ୍ୟ ରାଜନୀତିରେ ଭିନ୍ନ ମୋଡ। ନିର୍ବାଚନ ମୈଦାନରେ ବି ଏକାଠି ହେବାକୁ ଯାଉଛନ୍ତି କି ବିଜୁ ଜନତା ଦଳ ଓ କଂଗ୍ରେସ। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ବୟାନ ବଢେଇଲା ଚର୍ଚ୍ଚା। କହିଲେ, ଉତ୍ତମ ବୁଝାମଣା ରହିଲେ ଏକାଠି ଲଢିପାରୁ। ବିଜେଡି ବି ଖଣ୍ଡନ କରିପାରିନି। ଆଉ ଏହି ଆଘୋଷିତ ମେଣ୍ଟକୁ ଟାର୍ଗେଟ କରିଛି ବିଜେପି। ଅନ୍ୟପଟେ କିନ୍ତୁ ଗ୍ରାଉଣ୍ଡରେ କାମ କରୁଥିବା ନେତା ଆଉ କର୍ମୀଙ୍କ ମଧ୍ୟରେ ଛନକା। ଦୁଇ ବିରୋଧୀ ଦଳ ଶୀର୍ଷ ସ୍ତରରେ ଏକାଠି ହେବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କର୍ମୀ। …

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା। ଜାତୀୟ ରାଜନୀତିରେ ଇଣ୍ଡି ମେଣ୍ଟରେ ସାମିଲ ହେବେ କି ନବୀନ ପଟ୍ଟନାୟକ ? ରାଜ୍ୟରେ କଂଗ୍ରେସ ସହ କରିବେ କି ବୁଝାମଣା ? ବଜେଟ ଅଧିବେଶନ ପରେ ରାଜ୍ୟ ରାଜନୀତିରେ ବଢିଛି ଏମିତି ଚର୍ଚ୍ଚା। ରାଜ୍ୟସଭା ନିର୍ବାଚନରେ ସମର୍ଥନ ଦେଇ ବିଜେଡି ଆଡକୁ ନିକଟତର ହେଉଛି କି କଂଗ୍ରେସ । ଏସସିବି ପ୍ରସଙ୍ଗରେ ଗୃହ ଭିତରେ ମିଳିତ ପ୍ରତିବାଦ। ଆଉ ପ୍ରଥମ ଥର ପାଇଁ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଥିଲା ଗୋଟିଏ ଟେଣ୍ଟ ତଳେ ବିଜେଡି କଂଗ୍ରେସର ମିଳିତ ବିରୋଧ। ବିଜୁ ପ୍ରସଙ୍ଗରେ ବି ଏକାଠି ହେଲେ ଉଭୟ ଦଳର ବିଧାୟକ। ଯାହା ପରେ ବଢିଛି ଚର୍ଚ୍ଚା। ଆଉ ଚର୍ଚ୍ଚା ନିଆଁରେ ଘିଅ ଢାଳିଛି ପିସିସି ସଭାପତି ଭକ୍ତଚରଣ ଦାସଙ୍କ ବୟାନ। ଭକ୍ତ କହିଛନ୍ତି, ପ୍ରସଙ୍ଗ ଭିତ୍ତିରେ ଏକାଠି ଲଢିବା ପାଇଁ ବୁଝାମଣା ହୋଇଛି। କିନ୍ତୁ ଉତ୍ତମ ବୁଝାମଣା ହେଲେ ଏକାଠି ହୋଇପାରୁ। ଭବିଷ୍ୟତ କଣ ହେବ ଏବେ ଠୁ କହିହେବ ନାହିଁ।
ଅନ୍ୟପଟେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଲୋକଙ୍କ ସ୍ୱାର୍ଥରେ ଏକାଠି ହୋଇଛୁ। ଏବେ ସେଭଳି କୌଣସି ନିଷ୍ପତ୍ତି ହୋଇନି। ସେପଟେ ବିଜେଡି-କଂଗ୍ରେସ ମେଳିକୁ କଡା ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କହିଛନ୍ତି ଅଣ କଂଗ୍ରେସ ଭୋଟ ଭାରତୀୟ ଜନତା ପାର୍ଟି ପାଖକୁ ସିଫ୍ଟ ହୋଇଛି ଜ୍ଝ କାଉଳୁ ବାଉଳୁ ହୋଇ ବିଜେଡି ଯେଉଁ ଅପବିତ୍ର ମେଣ୍ଟ କଂଗ୍ରେସ ସହିତ କରିଛି, ଏହାର ଫଳାଫଳ ସମସ୍ତଙ୍କୁ ଜଣାଅଛି। ସେମାନେ ଏକାଠି ରହିଲେ ଆମ ପାଇଁ ଭଲ।
ଶାସନରେ ଥିବାବେଳେ ଉଭୟ ବିଜେପି ଏବଂ କଂଗ୍ରେସ ଠାରୁ ସମଦୂରତା କଥା କହିଆସୁଥିବା ନବୀନ ପ୍ରଥମ ଥର ପାଇଁ ଖୋଲାଖୋଲି କଂଗ୍ରେସ ସହ ହାତ ମିଳାଇଥିବା ନଜରକୁ ଆସିଛି। ତେବେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଯଦି ଦୁଇ ଦଳ ଏକାଠି ଲଢନ୍ତି ତାହେଲେ ରାଜ୍ୟ ରାଜନୀତି କେଉଁ ମୋଡ ନେବ ତାକୁ ନେଇ ଚର୍ଚ୍ଚା। କେଉଁ ଆଧାରରେ ହେବ ସିଟ୍ ବୁଝାମଣା ?

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ