ପୁଅ-ଝିଅକୁ ହାଣିଲା ମା

ଝାରସୁଗୁଡ଼ା: ରକ୍ତ ସମ୍ପର୍କରେ ଛିଟା । ପୁଅ-ଝିଅକୁ ଅତି ନୃଶଂସ ଭାବେ ହାଣିଲା ମା । ସୁନ୍ଦରଗଡ଼ ଜିଲ୍ଲା ବିମାନବନ୍ଦର ଥାନା ଟାଙ୍ଗରପାଲି ଗାଁରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ପୁଲିସ ।ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପରିବାରର ସମସ୍ତେ ଖାଇ ସାରି ଶୋଇବାକୁ ଯାଇଥିଲେ । ଏହି ସମୟରେ ମା ରଞ୍ଜିତା ଓରାମ ନିଜ ସ୍ୱାମୀଙ୍କୁ ଉଠାଇଥିଲେ । ସ୍ୱାମୀ ଘର କବାଟ ଖୋଲି ବାହାରକୁ ପରିସ୍ରା କରିବାକୁ ଯାଇଥିଲେ । ଏହି ସମୟରେ ଭିତର ପଟୁ କବାଟ ବନ୍ଦ କରିଥିଲେ ମା ରଞ୍ଜିତା । କବାଟ ବନ୍ଦ ପରେ ନିଜର ଦୁଇ ଶିଶୁଙ୍କୁ ଟାଙ୍ଗିଆରେ ହାଣିଥିଲେ, ଏହାପରେ ନିଜେ ନିଜ ବେକକୁ କଟୁରୀ ସହାୟତାରେ ହାଣିଥିଲେ । ଦୁଇ ଛୁଆଙ୍କୁ ମାରିବା ପରେ ନିଜ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
ଯାହାକୁ ଦେଖି ସ୍ୱାମୀ ପଡ଼ୋଶୀଙ୍କ ସହାୟତାରେ ଝରକା ତାଡ଼ି ଘର ମଧ୍ୟ ପ୍ରବେଶ କରିଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ପୁଲିସର ଜିମା ଦେଇଥିଲେ । ଗୁରୁତର ଅବସ୍ଥାରେ ରଞ୍ଜିତାକୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ଥିବାକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

  • Related Posts

    ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଶୁକ୍ରବାର ରାତିରେ ବିଚ୍ ରାସ୍ତାରେ ଫୁଟିଛି ଗୁଳି। ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୀରମହାରାଜପୁର ଥାନା ଚମ୍ପାମାଳ ଗାଁର ବିକି ମହାରଣା। ଗୁଳିମାଡ଼ ପରେ ବିକିଙ୍କୁ ତୁରନ୍ତ ସୋନପୁର ଡାକ୍ତରଖାନାକୁ ନିଆଯାଇଥିଲା।…

    Continue reading
    ସରପଞ୍ଚଙ୍କ ସ୍କୁଟର ଡିକି ଭାଙ୍ଗି ଝାମ୍ପିନେଲେ ସାଢ଼େ ୪ ଲକ୍ଷ

    କଟକ: ହୀତାଧିକାରୀଙ୍କୁ ଭତ୍ତା ଟଙ୍କା ଦେବାକୁ ଆଣୁଥିଲେ ସରପଞ୍ଚ, ସ୍କୁଟର ଡିକି ଭାଙ୍ଗି ସବୁ ଲୁଟିନେଲେ ଦୁର୍ବୃତ୍ତ। କଟକ ଜିଲ୍ଲା ସାଲେପୁର କୋଲଣପୁର ଗ୍ରାମ ପଞ୍ଚାୟତ କାର୍ୟ୍ୟଳୟ ପରିସରରୁ ହୋଇଛି ଚୋରି। ଗାଡି ଡିକି ଭାଙ୍ଗି ୪ ଲକ୍ଷ ୭୦ ହଜାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ