ପୁଣି ଦିଲ୍ଲୀ ରାସ୍ତାକୁ ଓହ୍ଲାଇଲେ କୃଷକ

ନୂଆଦିଲ୍ଲୀ: ପୁଣି ରାସ୍ତାକୁ ଓହ୍ଲାଇଲେ କୃଷକ। ଦେଲେ ଦିଲ୍ଲୀ ଚଲୋ ଡାକରା। ହଜାର ହଜାର ସଂଖ୍ୟାରେ କୃଷକ ନିଜ ଦାବି ନେଇ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନଭେମ୍ବର ୨୭ରେ, କୃଷକମାନେ ଗ୍ରେଟର ନୋଏଡା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ପରେ ନଭେମ୍ବର ୨୮ରୁ ଡିସେମ୍ବର ୧ପର୍ୟ୍ୟନ୍ତ ସେମାନେ ଯମୁନା ପ୍ରାଧିକରଣରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଆଜି ତୃତୀୟ ତଥା ଶେଷ ପର୍ୟ୍ୟାୟ। ସଂସଦ ଅଧିବେଶନ ଚାଲିଥିବା ବେଳେ ଆଜି କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବିରୋଧୀ କୃଷକମାନେ ପ୍ରଥମେ ମଧ୍ୟାହ୍ନ ୧୨ଟାରୁ ମହାମାୟା ଫ୍ଲାଏଓଭର ନିକଟରେ ଏକାଠି ହେବେ ଏହାପରେ ଟ୍ରାକ୍ଟରରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ସୀମାରେ ପୁଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି। ବ୍ୟାପକ ବ୍ୟାରିକେଡ୍‌ ଲଗାଯାଇଛି। ଦିଲ୍ଲୀ ପୁଲିସ ଏବଂ ଗୌତମ ବୁଦ୍ଧ ନାଗର ପୁଲିସ ଯାଞ୍ଚ କରୁଛନ୍ତି। ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଅଟକାଯାଇଛି। ଏଥିପାଇଁ ଦିଲ୍ଲୀରୁ ନୋଏଡା ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ଅନେକ ରୁଟ୍‌ ଡାଇଭର୍ଟ କରାଯାଇଛି।

  • Related Posts

    ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି ପୁଟିନ

    ନୂଆଦିଲ୍ଲୀ: ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ ମିଶି ରଣନୀତି ତିଆରି କରିବେ ବୋଲି କୁହାଯାଉଛି। ରୁଷ୍ ସହ ତେଲ କାରବାର କରୁଥିବାରୁ…

    ଟ୍ରମ୍ପଙ୍କୁ ଝଟକା, ଆମେରିକା ସହ ବୋଇଂ ଡିଲ ରଦ୍ଦ

    ନୂଆଦିଲ୍ଲୀ: ଟାରିଫରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନରେନ୍ଦ୍ର ମୋଦି ବଡ଼ ଝଟକା ଦେଇଛନ୍ତି। ଆମେରିକା ସହ ଭାରତ ୩୧,୫୦୦ କୋଟି ଟଙ୍କାର ବୋଇଂ ଡିଲ ରଦ୍ଦ କରିଦେଇଛି। ଭାରତ ଏହି ନିଷ୍ପତ୍ତି ସେତେବେଳେ ନେଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ…

    Leave a Reply

    Your email address will not be published. Required fields are marked *

    You Missed

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ଓଲଟିଲା ଯାତ୍ରୀବାହୀ ବସ୍‍, ୨୦ରୁ ଅଧିକ ଗୁରୁତର

    ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି ପୁଟିନ

    MoU signed to foster Bio-economy in state

    Odisha Eyes Greener Roads: Plastic Waste to Pave the Way

    Pavitra Mohan Pradhan Medical College (PMPMC) will have 200 MBBS students in 2025-26