
ଭୁବନେଶ୍ବର: ପୁରୀରୁ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ । ଆସନ୍ତା 29 ତାରିଖରେ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏନେଇ କେନ୍ଦ୍ରୀୟ ଅଧିକାରୀଙ୍କ ସହ ରାଜ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସରେ ଆଲୋଚନା ହୋଇଛି। କେନ୍ଦ୍ର କୃଷି ମନ୍ତ୍ରୀ ଗତକାଲି ଓଡ଼ିଶାରେ ପହଞ୍ଚି ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ସାକ୍ଷୀ ଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ଆସିବେ, ତା ପରେ କାର୍ଯ୍ୟକ୍ରମ ଉଦଘାଟନ କରିବେ। ଏହାପରେ ଓୟୁଏଟିରେ କନଫରେନ୍ସ ମାଧ୍ୟମରେ ମିଟିଂ କରିବେ।
ସର୍ବ ଭାରତୀୟ ଯୋଜନାର ଶୁଭାରମ୍ଭ ପୁରୀରୁ ହେବ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ହୋଇଛି । ସେଥିରେ ଓୟୁଏଟିର ପ୍ରତ୍ୟେକ ବୈଜ୍ଞାନିକ ମାନଙ୍କୁ ବିଭିନ୍ନ ଜିଲ୍ଲା ଓ ଅଞ୍ଚଳ ଯାଇ କେମିତି ଉନ୍ନତ ଚାଷ ପଦ୍ଧତି ଉପରେ ତର୍ଜମା କରିବେସେ ଦିନ ସେ ଯୋଜନା କରାଯାଇଛି ।କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ କୃଷି ପଦକ୍ଷେପ ଗୁଡିକୁ ତୃଣମୂଳସ୍ତରରେ ପହଞ୍ଚାଇ କୃଷିରେ ନବସୃଜନ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ବିକଶିତ କୃଷି ସଂକଳ୍ପ ଅଭିଯାନ। ଆସନ୍ତା ମେ ମାସ 29 ତାରିଖରୁ 12 ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ସାରା ଦେଶରେ ଚାଲିବ । ଏହି ବିକଶିତ କୃଷି ସଂକଳ୍ପ ଅଭିଯାନ ଓଡ଼ିଶାର ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେସିଂ ମାଧ୍ୟମରେ ଅଭିଯାନର ଶୁଭାରମ୍ଭ କରିବେ । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏହାକୁ ନେଇ କୃଷି ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଗତକାଲି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ ।








